Advertisment

ଦିନେ ଦେଶ ପାଇଁ ଖେଳୁଥିଲେ ନାଁ କରୁଥିଲେ, ଏବେ କରୁଛନ୍ତି ଖାଦ୍ୟ ଡେଲିଭରୀ.. ଦେଖନ୍ତୁ ଭିଡିଓ

ପାଖାପାଖି ୧୬ଟି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Zomato Girl Paulami Adhikari

Zomato Girl Paulami Adhikari

ଗଣମାଧ୍ୟମରେ ଏମିତି ଅନେକ ଖବର ସାମ୍ନାକୁ ଆସିଛି, ଯିଏ ଥରେ ଦେଶ ପାଇଁ ଖେଳୁଛି ତାଙ୍କ ପାଇଁ ସରକାରୀ ଚାକିରିଟିଏ ଥୁଆ ହେଉଛି । ସେ ରାଜ୍ୟର ହେଉ ବା ଦେଶର । ସରକାରୀ ଚାକିରି ଟିଏ ଖେଳାଳିଙ୍କୁ ନିଶ୍ଚୟ ମିଳୁଛି । ଏହାଦ୍ୱାରା ଖେଳିଳଙ୍କ ମନରେ ଉତ୍ସାହ ବଢ଼ୁଛି । ଖେଳାଳିଙ୍କୁ ପ୍ରୋତ୍ସାହନ ବି ମିଳୁଛି । 

Advertisment

ଅନ୍ୟପଟେ ଏମିତି ବି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଏହି ମଣିଷ ଆଖିରୁ ଦୁଇ ଧାର ଲୁହ ନିଗିଡ଼ି ଯାଉଛି । ଆଉ ତାହା ହେଲା ଯିଏ ଦିନେ ଦେଶ ପାଇଁ ଖେଳୁଥିଲା, ସେ ଏବେ ଛେଳି ଚରାଉଛି । କିମ୍ବା ଦୈନନ୍ଦିନ ଜୀବନ ଅତିବାହିତ କରିବା ପାଇଁ ଦିନ ମଜୁରିଆ ଭାବେ ଖଟୁଛି । ଖାଲି ସେତିକି ନୁହେଁ ଏମିତି ବି ଖବର ସାମ୍ନାକୁ ଆସିଛି ଯେ, ଇଣ୍ଟରନାସନାଲ ଖେଳାଳି ଟାକ୍ସି ଡ୍ରାଇଭର ଭାବେ କାମ କରୁଛନ୍ତି, କ୍ଷୀର ବିକୁଛନ୍ତି କିମ୍ବା ଦୋକାନରେ କାମ କରୁଛନ୍ତି ।

ଆଜି ବି ଆମେ ସେମିତି କିଛି କାହାଣୀ ନେଇ ଆପଣଙ୍କ ପାଖକୁ ଆସିଛୁ । ଜଣେ ଆନ୍ତର୍ଜାତୀୟ ମହିଳା ଫୁଟ୍‌ବଲ ଖେଳାଳି ଏବେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଜୋମାଟୋ ଗର୍ଲ ଭାବେ କାମ କରୁଛନ୍ତି । ଜୋମାଟୋ ସଂସ୍ଥାରେ ସେ ଚାକିରି କରିଛନ୍ତି । ଆଉ ଲୋକଙ୍କ ଅର୍ଡର ମୁତାବକ ଖାଦ୍ୟ ପହଞ୍ଚାଉଛନ୍ତି । ସେ ହେଉଛନ୍ତି ଆନ୍ତର୍ଜାତୀୟ ମହିଳା ଫୁଟ୍‌ବଲର ପୌଲାମି ଅଧିକାରୀ ।

Advertisment

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ସେ ଜୋମାଟୋ କମ୍ପାନୀର ଡ୍ରେସ୍‌ ପିନ୍ଧି ଖାଦ୍ୟ ଡେଲିଭରୀ କରୁଥିବା ନଜର ଆସିଛନ୍ତି । ସେ କୋଲକତାର ବେହାଲା ଅଞ୍ଚଳରେ ରହୁଥିବା ବେଳେ ଚାରୁଚନ୍ଦ୍ର କଳେଜର ତୃତୀୟ ବର୍ଷର ଛାତ୍ରୀ । ଭାଇରାଲ ଭିଡିଓରେ ସେ କହିଛନ୍ତି ସେ କିଭଳି ଜର୍ମାନୀ, ୟୁକେ, ଶ୍ରୀଲଙ୍କା ଭଳି ବିଭିନ୍ନ ଦେଶକୁ ଖେଳିବା ପାଇଁ ଯାତ୍ରା କରିଛନ୍ତି । ପାଖାପାଖି ୧୬ଟି ପୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।

ଦେଖନ୍ତୁ ଭିଡିଓ | ଦିନେ ଟେଲି ଜଗତରେ ବେଶ୍‌ ନାଁ କମାଇଥିଲେ...ଆଜି ବୁଲି ବୁଲି ମାଗୁଛନ୍ତି ଭିକ

ପୌଲାମି ନିଜର ସ୍ୱପ୍ନକୁ ସାକାର କରିପାରି ନାହାନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ବାଧ୍ୟ ହୋଇ ଚାକିରି କରୁଛନ୍ତି । ସେ କହିଛନ୍ତି ପେଟ୍ରୋଲ ଖର୍ଚ୍ଚ ବାଦ୍ ଦିନକୁ ତାଙ୍କର ୩୦୦ରୁ ୪୦୦ ଟଙ୍କା ରୋଜଗାର ହେଉଛି । ବେଳେ ବେଳେ ୧୫୦ ଟଙ୍କାରେ ମଧ୍ୟ ମନକୁ ବୁଝାଇବାକୁ ପଡ଼ୁଛି ।

ଏହି ଭାଇରାଲ ଭିଡିଓ କୁ ଏବେ ସୁଦ୍ଧା ୫୫ ହଜାର ଲୋକ ଦେଖିସାରିଲେଣି । ସମସ୍ତେ ପୌଲାମିଙ୍କ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।

Viral Video
Advertisment
Advertisment