Advertisment

ଏମିତି ଥଣ୍ଡା! ନିଶ ଦାଢି ବି ହେଇଯାଉଛି ବରଫ

କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।

author-image
Pramod Behera
ଅଦ୍ୟତନ ହୋଇଛି
Noodles Freezes Hair And Beard Covered With Ice

Noodles freezes hair and beard covered with ice

ଏବେ ଦୁନିଆର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ ଦେଖାଦେଇଛି। ଭାରତର ଅନେକ ଅଞ୍ଚଳରେ ମଧ୍ୟ ଶୀତ ଲହରୀ ଲୋକଙ୍କୁ ଅତିଷ୍ଠ କରୁଛି। ଦେହ-ହାତ କାଲୁ ମାରିଯାଉଛି। ଲୋକେ କମ୍ବଳ ଭିତରୁ ବାହାରିବାକୁ ଇଛା କରୁ ନାହାନ୍ତି।

Advertisment

ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ବରଫାଞ୍ଚଳରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏଠାରେ ଏତେ ଥଣ୍ଡା ଯେ ସେହି ବ୍ୟକ୍ତି ଧରିଥିବ ଖାଦ୍ୟ ମଧ୍ୟ କିଛି ମିନିଟ୍‌ରେ ବରଫ ହୋଇଯାଉଛି। କେବଳ ଏତିକି ନୁହେଁ, ତାଙ୍କ ନିଶ ଦାଢି ଆଉ ଚୁଟି ମଧ୍ୟ ବରଫ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ପାଞ୍ଚ ମିନିଟ୍‌ରେ କମାଲ କଲେ : ଇନଷ୍ଟାଗ୍ରାମ ପକ୍ଷରୁ ଯୁବକଙ୍କୁ ମିଳିଲା ୩୮ ଲକ୍ଷ

Advertisment

ରିପୋର୍ଟ ଅନୁଯାୟୀ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଜେକ୍‌ ଫିଶର। ସେ ଜଣେ ଅଭିନେତା। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ତାଙ୍କୁ ବରଫାଞ୍ଚଳରେ ଦେଖିବାକୁ ମିଳିଛି। ସେ ତାଙ୍କର ଏହି ଭିଡିଓରେ ଶୀତର ପ୍ରକୋପ ଦେଖେଇଛନ୍ତି।

ଭାଇରାଲ୍ ଭିଡିଓ ରେ ଏହା ଦେଖିବାକୁ ମିଳେ ଯେ ଜେକ୍ ଏକ ପାତ୍ରରେ କିଛି ନୁଡୁଲ୍ସ ଧରି ଠିଆ ହୋଇଛନ୍ତି। କିନ୍ତୁ କିଛି ସମୟ ମଧ୍ୟରେ ସେହି ନୁଡୁଲ୍ସ ବରଫରେ ପରିଣତ ହୋଇଯାଉଛି। କେବଳ ଏତିକି ନୁହେଁ, ଚାମଚ ମଧ୍ୟ ଅଧାରେ ଅଟକିଯାଉଛି। ଭିଡିଓରେ ଜେକ କହିଛନ୍ତି ଯେ ଯେମିତି ସେ ଏକ ପାତ୍ରରେ ନୁଡୁଲ୍ସ ନେଇ ବାହାରକୁ ଆସିଛନ୍ତି ତାଙ୍କୁ ପ୍ରବଳ ଥଣ୍ଡାର ଶିକାର ହେବାକୁ ପଡିଛି। ତଥାପି ସେ ଏହି ଥଣ୍ଡାକୁ ଉପଭୋଗ କରିଛନ୍ତି।

ଏହି ଭିଡିଓକୁ କିଛି ଦିନ ପୂର୍ବରୁ ଜେକ୍ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଖବର ଲେଖାହେବା ବେଳକୁ ଏହି ଭିଡିଓଟି ୪ କୋଟିରୁ ଅଧିକ ଭ୍ୟୁ ପାଇସାରିଥିଲା। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ଭିଡିଓକୁ ପସନ୍ଦ କରିଛନ୍ତି।

ଏହି ଭିଡିଓ ଦେଖିବା ପରେ ଅନୁମାନ କରାଯାଇପାରେ ଯେ ଜେକ୍ ଯେଉଁ ଅଞ୍ଚଳରେ ଅଛନ୍ତି ସେଠାରେ ବହୁତ ଥଣ୍ଡା। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ କହିଛନ୍ତି ଯେ ଚୁଟି ଫ୍ରିଜ୍ ହୋଇଯାଇଛି। ଅନ୍ୟ ଜଣେ ଲେଖିଛନ୍ତି, ସେ ଭିଡିଓ ଦେଖିବା ପରେ ଥରି ଉଠିବା ଆରମ୍ଭ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଏହା ସାଇବେରିଆରେ ପରିଣତ ହୋଇଛି।

Winter Social Media Viral Video
Advertisment
Advertisment