/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663662804.jpg)
Special story
ତ୍ରୁଟି ବାହାର କରିବା ପରେ ମିଳିଲା ପୁରସ୍କାର । ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଜଣେ ଭାରତୀୟ ଯୁବକଙ୍କୁ ପ୍ରାୟ ୩୮ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛି । ଆପରେ ଏକ ତ୍ରୁଟି ଖୋଜିବା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜୟପୁରର ନୀରଜ ଶର୍ମାଙ୍କୁ କମ୍ପାନୀ ପକ୍ଷରୁ ପ୍ରାୟ ୩୮ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସେ ଖୋଜିଥିବା ବଗ୍ ପାଇଁ କୋଟି କୋଟି ଲୋକଙ୍କ ଆକାଉଣ୍ଟ୍ ଅପବ୍ୟବହାରରୁ ରକ୍ଷା ପାଇଯାଇଛି ବୋଲି କୁହାଯାଉଛି ।
ଜୟପୁରର ନୀରଜ ଶର୍ମା । ମାତ୍ର ପାଞ୍ଚ ମିନିଟ୍ରେ ଇନଷ୍ଟାଗ୍ରାମର ଏକ ଭୁଲ ବାହାର କରିଛନ୍ତି । କୌଣସି ବି ୟୁଜର ତିଆରି କରିଥିବା ରିଲର ଥମ୍ବନେଲ୍ କିମ୍ବା ଲଗଇନ୍ ଆଉଡ଼ି ଏବଂ ପାସୱାର୍ଡ ପରିବର୍ତ୍ତନ ହୋଇପାରିବ ବୋଲି ସେ କମ୍ପାନୀକୁ କହିଥିଲେ। ତିନି ଦିନ ପରେ କମ୍ପାନୀ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । କମ୍ପାନୀ ତାଙ୍କୁ ଡେମୋ ଦେଖାଇବାକୁ ମଧ୍ୟ କହିଥିଲା । ନୀରଜ ମାତ୍ର ୫ ମିନିଟରେ ଥମ୍ବନେଲ ବଦଳାଇ ତାଙ୍କୁ ଦେଖାଇ ଦେଇଥିଲେ।
ଏହା ପରେ କମ୍ପାନୀ ତାଙ୍କୁ ୪୫,୦୦୦ ଡଲାର (ପ୍ରାୟ ୩୫ ଲକ୍ଷ ଟଙ୍କା) ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପୁରସ୍କାର ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ହେତୁ କମ୍ପାନୀ ତାଙ୍କୁ ବୋନସ ସହ ୩୮ ଲକ୍ଷ ପ୍ରଦାନ କରିଛି ।
ସୂଚନାଯୋଗ୍ୟ ବଗ୍ ଖୋଜିବା ପାଇଁ ଟେକ୍ କମ୍ପାନୀ ଗୁଡିକ ପୁରସ୍କାର ପ୍ରଦାନ କରୁଛନ୍ତି । ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ଏବଂ ଅନ୍ୟାନ୍ୟ କମ୍ପାନୀ-ଲିଙ୍କ୍ ଉତ୍ପାଦରେ ସୁରକ୍ଷା ବଗକୁ ନେଇ ତ୍ରୁଟି ବାହାର କରି ଯେକେହି ପୁରସ୍କାର ନେଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)