• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ଲାଗିଲା ବଡ଼ ଝଟକା । ୨୧୩ କୋଟି ଟଙ୍କାର ଜରିମାନା ଲଗାଇଲା CCI । ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ମାର୍କ ଜୁକରବର୍ଗ । ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ଥିବା ମାର୍କ ଜୁକରବର୍ଗଙ୍କୁ ଭାରତ ଦେଇଛି ବଡ଼ ଝଟକା । କମ୍ପିଟେସନ୍‌ କମିଶନ ଅଫ ଇଣ୍ଡିଆ (CCI) ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି । ହ୍ୱାଟ୍ସଆପର ଗୋପନୀୟତା ନୀତି କାର୍ଯ୍ୟକାରୀ କରିବା ଏବଂ ଉପଭୋକ୍ତାଙ୍କ ତଥ୍ୟ ଚୋରି ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Also Read

ଏବେ ସମସ୍ତଙ୍କ ମୋବାଇଲ୍, ଲାପଟପ୍, ଟାବଲେଟରେ ହ୍ୱାଟ୍ସଆପ୍‌ ରହିଛି । ହ୍ୱାଟ୍ସଆପର ବ୍ୟବହାର ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଏ‍ବେ ଏହି ପ୍ଲାଟଫର୍ମ କମ୍ପାନୀ ମାଲିକ ମାର୍କ ଜୁକରବର୍ଗଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହା ସହ ଜଡିତ ଗୋପନୀୟତା ନୀତିର ଅପବ୍ୟବହାର ଅଭିଯୋଗ ହେତୁ ଭାରତରେ CCI ବର୍ତ୍ତମାନ ହ୍ୱାଟ୍ସଆପ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି ।

ଅଧିକ ପଢ଼ନ୍ତୁ: ଭୟଙ୍କର ଲଢେଇ; ହାର୍‌ ମାନିଲା ବାଘ, ଜିତିଲା କୁକୁର, ଦେଖନ୍ତୁ ଭିଡ଼ିଓ...

ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଉପରେ ଜରିମାନା ଲାଗୁ କରିବା ସହିତ CCI ଏହାର ଆଦେଶରେ କହିଛନ୍ତି ଯେ ଏହାର ପ୍ରାଧାନ୍ୟର ଅପବ୍ୟବହାର ହେତୁ ମେଟା ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ହ୍ୱାଟ୍ସଆପ୍‌ ୨୦୨୧ର ପ୍ରାଇଭେସୀ ପଲିସିକୁ କିପରି ଲାଗୁ କରାଗଲା, ଉପଭୋକ୍ତା ତଥ୍ୟ କିପରି ସଂଗୃହିତ ହେଲା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅନ୍ୟ କମ୍ପାନୀମାନଙ୍କ ସହ କିପରି ସେୟାର କରାଗଲା ।

ଅଧିକ ପଢ଼ନ୍ତୁ: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍‌ରେ ଚଲାଇଲେ Thar

ଏହି ବିଷୟକୁ ଗମ୍ଭୀରତାର ସହିତ ଗ୍ରହଣ କରି, CCI କେବଳ Meta Inc ଉପରେ ଜରିମାନା ଆଦାୟ କରିନାହାଁନ୍ତି, ବରଂ ହ୍ୱାଟ୍ସଆପ୍‌କୁ ଏହାର ପ୍ଲାଟଫର୍ମରେ ସଂଗୃହିତ ଉପଭୋକ୍ତା ତଥ୍ୟକୁ ବିଜ୍ଞାପନ ପାଇଁ ଅନ୍ୟ ମେଟା ପ୍ରଡକ୍ଟ୍‌ସ କିମ୍ବା କମ୍ପାନୀ ସହ ସେୟାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ହ୍ୱାଟ୍ସଆପ୍‌ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାହା ସହିତ ୟୁଜର୍ ଡାଟା ସେୟାର କରିପାରିବ ନାହିଁ । ସୂଚନାଯୋଗ୍ୟ ଯେ ଭାରତରେ ଏବେ ହ୍ୱାଟ୍ସଆପ୍‌ରେ ୫୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି ।

ହ୍ୱାଟ୍ସଆପ୍‌ ଉପଭୋକ୍ତାଙ୍କ ଗୋପନୀୟତା ନୀତି ସହିତ ଖେଳିବା ପାଇଁ ମାର୍କ ଜୁକରବର୍ଗଙ୍କ କମ୍ପାନୀ ଉପରେ ଜୋରିମାନା ଏବଂ ନିଷେଧାଦେଶ ଜାରି କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମ୍ପାନୀ ଏହାକୁ ଉନ୍ନତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।