• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତାରେ ଆମେ ଯାଉଥିବା ସମୟରେ ଅନେକ ସମୟରେ ଟ୍ରାଫିକ୍‌ ପୋଲିସକୁ ଦେଖୁ । ଏହା ଏକ ସ୍ୱାଭବିକ କଥା । ହେଲେ ବେଳେବେଳେ ଟ୍ରାଫିକ ପୋଲିସ ଯଦି ଡ୍ୟାନ୍ସ କରୁଥିବା ଦେଖିବା ତେବେ କେମିତି ଅନୁଭବ ହେବ ? ଆପଣ କ’ଣ ଭାବିବେ ? ନିହାତି ଭାବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ତେବେ ଠିକ୍‌ ସେମିତି ଆଶ୍ଚର୍ଯ୍ୟ କଲା ଭଳି ଜଣେ ଟ୍ରାଫିକ୍‌ ପୋଲିସ ଆମ ନଜରରେ ପଡ଼ିଛନ୍ତି ।

ଯିଏ କି ଟ୍ରାଫିକ୍‌ କଣ୍ଟ୍ରୋଲ ଡ୍ୟୁଟି ସମୟରେ ଡ୍ୟାନ୍ସ କରୁଥିବା ଦେଖାଯାଇଛନ୍ତି । ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଯାହାକୁ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଆଉ ହଜାର ହଜାର କମେଣ୍ଟ ମଧ୍ୟ ଏହି ଭିଡିଓରେ ଆସିଛି । ତେବେ ସବୁଠାରୁ ବଡ଼ କଥା ହେଲା, ଟ୍ରାଫିକ୍‌ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।

ଅଧିକ ପଢ଼ନ୍ତୁ: ବସ୍ ଆଗରେ ଗଳିପଡିଲା ଏକ ପିଲା; ବଞ୍ଚେଇ ଦେଲେ ଟ୍ରାଫିକ୍‌ ପୋଲିସ୍‌

ଭାଇରାଲ ଭିଡିଓ ରେ, ମଝି ରାସ୍ତାରେ ଡାନ୍ସିଂ ଷ୍ଟାଇଲରେ ଚାଲିଛି ଟ୍ରାଫିକ ପରିଚାଳନା । ପଥଚାରୀଙ୍କ ପାଇଁ ସାମ୍ନା ପଟୁ ଆସୁଥିବା ଗାଡିକୁ ଅଟକାଉଛନ୍ତି ଟ୍ରାଫିକ ପୋଲିସ । ହେଲେ ସେସବୁ ନୂଆ ଅନ୍ଦାଜରେ । ଡାନ୍ସ କରି ଅଙ୍ଗଭଙ୍ଗୀ ସହ କରୁଛନ୍ତି ଭିଡ ନିୟନ୍ତ୍ରଣ । ଯାତ୍ରୀ ବି ଆଶ୍ଚର୍ଯ୍ୟ ହେଉଛନ୍ତି ତାଙ୍କ ଷ୍ଟାଇଲ ଦେଖି । ଅନେକ ମଜା ବି ନେଉଛନ୍ତି । ଟ୍ୱିଟରରେ ଅପଲୋଡ୍ ହୋଇଥିବା ଟ୍ରାଫିକ ପୋଲିସଙ୍କ ଏହି ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓକୁ ଏକ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ହଜାର ହଜାର ପ୍ରତିକ୍ରିୟା ବି ମିଳିଛି । ସମସ୍ତେ କରୁଛନ୍ତି ତାରିଫ । ଏହି ଭିଡିଓରୁ ସ୍ପଷ୍ଟ ହେଉଛି ଯେ, ଟ୍ରାଫିକ ପୋଲିସ ଜଣକ କେତେ ଆନନ୍ଦର ସହ ତାଙ୍କ ଡ୍ୟୁଟି କରୁଛନ୍ତି ।