• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସୋସିଆଲ ମିଡିଆର ଯୁଗ । ଲୋକମାନେ କିଛି ବି କରନ୍ତୁ, ଏମିତିକି ଦୈନନ୍ଦିନ କାର୍ଯ୍ୟ କଲେ ବି ସୋସିଆଲ ମିଡିଆ ରେ ପୋଷ୍ଟ କରୁଛନ୍ତି । ଖୁସି ମୁହୁର୍ତ୍ତ ହେଉ କି ଦୁଃଖ, ଏମିତିକି ସଂକଟ ସମୟର ଅନୁଭବ ବି ଲୋକେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରତି ମୁହୁର୍ତ୍ତରେ ସୋସିଆଲ ମିଡିଆରେ ନୂଆ ନୂଆ ଭିଡିଓ ବି ପୋଷ୍ଟ ହେଉଛି । ସେଥିରୁ ଅନେକ ଭିଡିଓ ଭାଇରାଲ ହେଉଛି । ହେଲେ କିଛି କିଛି ଭାଇରାଲ ଭିଡିଓ ମନକୁ ଛୁଇଁଥାଏ । ସେମିତି ଏକ ଭିଡିଓ ଓମାନରୁ ଆସିଛି ।

ଫିଗେନ୍‌ ନାମକ ଜଣେ ୟୁଜର ସେହି ଭିଡିଓକୁ ପୋଷ୍ଟ କରିଛନ୍ତି । ଏହାକୁ ପାଖାପାଖି ୪ ମିଲିୟନ ଲୋକ ଦେଖିସାରିଲେଣି । ଇଣ୍ଟରନେଟ୍‌ରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଜଣେ ଯୁବକ ସାହସିକତାର ସହ ବନ୍ୟା ପାଣିରେ ପଶି ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରୁଛନ୍ତି ।

ସୂଚନାଯୋଗ୍ୟ ଓମାନରେ ବାଦଲ ଫଟା ବର୍ଷା ହୋଇଥିଲା । ଯାହାଫଳରେ ପାହାଡ଼ରୁ ଖୁବ୍‌ ଜୋରରେ ପାଣି ମାଡ଼ିଆସିଥିଲା । ଘର ଦ୍ୱାର ଗାଡ଼ି ମଟର ସବୁ ଭସାଇ ନେଇଥିଲା । ସବୁ କିଛି ଗାଙ୍ଗିରୁଜି ଚୁରମାର କରି ଦେଇଥିଲା । ଏହି ବନ୍ୟା ସମୟରେ କୁନି କନି ଛୁଆ ଦୁଇ ଜଣ ଫଶିଯାଇଥିଲେ । ଆଉ ସେମାନଙ୍କୁ ଉଦ୍ଧାର ପାଇଁ ଜଣେ ଯୁବକ ପାଣିର ପ୍ରଖର ସ୍ରୋତକୁ ନଡରି ସେମାନଙ୍କୁ ଧରି ପାର ହେଉଛନ୍ତି । ତେବେ କିଛି ଲୋକ ଉକ୍ତ ଯୁବକଙ୍କୁ ସେହି କୁନି ଛୁଆଙ୍କ ବାପା ବୋଲି କହୁଥିବା ବେଳେ ବାସ୍ତବରେ ସେ ଥିଲେ ଜଣେ ସହୃଦୟ ବ୍ୟକ୍ତି । ଯିଏ ଛୋଟ ଛୁଆଙ୍କୁ ଉଦ୍ଧାର କରିବା ଉଦେଶ୍ୟରେ ପାଣିରେ ପଶିଛନ୍ତି । 

ଅଧିକ ପଢ଼ନ୍ତୁ: ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌ : ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

ଏହି ଭିଡିଓଟି ଚଳିତ ବର୍ଷ ଆରମ୍ଭର ଘଟଣା ବୋଲି ଜଣାପଡ଼ିଛି । ପରେ ସେ ଭିଡିଓରେ ଥିବା ସାହସୀ ଯୁବକ ଜଣଙ୍କର ପରିଚୟ ମଧ୍ୟ ମିଳିଛି । ସେ ହେଉଛନ୍ତି ଜଣେ ଫଟୋଗ୍ରାଫର, ଯାହାଙ୍କର ନା ଅଲ୍ଲି ବିନ୍‌ ନାସିର ଅଲ ଆର୍ଡି । ତେବେ ଅଲ୍ଲି ପାଣିରେ ପଶି ଛୁଆଙ୍କୁ ଉଦ୍ଧାର କରିବା ବେଳେ ଅନ୍ୟ ଲୋକମାନେ କୂଳରେ ଛିଡ଼ା ହୋଇ ରହିଥିଲେ ଏବଂ ଉଦ୍ଧାର ପାଇଁ ଚିତ୍କାର କରୁଥିଲେ । ଯାହାକି ଭିଡିଓରେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି ।