• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦାନରେ ଟଙ୍କା, ସୁନା, ପୋଷାକ ଓ ଖାଦ୍ୟ ଆଦି ମାଗିବା କଥା ସମସ୍ତେ ଶୁଣିଥିବେ । କିନ୍ତୁ ଦାନରେ କେହି ଗର୍ଲଫ୍ରେଣ୍ଡ୍‌ ଦାବି କରିବା ଘଟଣା ସମ୍ପୂର୍ଣ୍ଣ ନୂଆ । ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଜଣେ ଯୁବକ ନିଜ ଜ୍ୟାକେଟ ଉପରେ ଏକ ପୋଷ୍ଟର ଲଗାଇ ବୁଲୁଥିବା ଦେଖିବାକୁ ମିଳୁଛି । ଯୁବକ ଜଣକ ପୋଷ୍ଟରରେ ଲେଖିଛନ୍ତି , Donate Me a Girlfriend ଅର୍ଥାତ୍ ‘‘ମୋତେ ପ୍ରେମିକାଟିଏ ଦାନ କର’ ।’ ଭିଡିଓ ଦେଖି କେହି କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଆଉ କେହି ହସ ରୋକି ପାରୁନାହାନ୍ତି ।

ଭାଇରାଲ ଭିଡିଓ ଟି ଦିଲ୍ଲୀ ମେଟ୍ରୋର ବୋଲି କୁହାଯାଉଛି । ଆଜିକାଲି ସମସ୍ତଙ୍କର ଗଲଫ୍ରେଣ୍ଡ୍‌ ରହିବା କିମ୍ବା ବୟଫ୍ରେଣ୍ଡ୍‌ ରହିବା ସାଧାରଣ କଥା । କିନ୍ତୁ ଦାନରେ ଗଲଫ୍ରେଣ୍ଡ୍‌ ମାଗି ଯୁବକ ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ପିନ୍ଧିଥିବା ଜ୍ୟାକେଟରେ । 'ମୋତେ ଏକ ଗର୍ଲଫ୍ରେଣ୍ଡ ଦାନ କର' କହି ଲେଖି ଚାରିଆଡ଼େ ବୁଲୁଛନ୍ତି । ମେଟ୍ରୋ ଷ୍ଟେସନରେ ସେ ବିନା ଦ୍ୱିଧାରେ ପୋଷ୍ଟରଲଗାଇ ବୁଲୁଛନ୍ତି । କେତେବେଳେ ସିଡ଼ିରୁ ଓହ୍ଲାଇ ଆସୁଛନ୍ତି ତ ପୁଣି କେତେବେଳେ ଟ୍ରେନରେ ଯିବାଆସିବା କରୁଛନ୍ତି । ଆଉ ତାଙ୍କୁ ଦେଖି ଲୋକମାନେ ନିଜର ହସ ରୋକି ପାରୁନାହାନ୍ତି । ତେବେ ଯୁବକ ଜଣକ କାହିଁକି ଏଭଳି ପୋଷ୍ଟର ଲଗାଇ ମେଟ୍ରୋ ଷ୍ଟେସନରେ ବୁଲୁଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଅଧିକ ପଢ଼ନ୍ତୁ: ହାତ ଯୋଡ଼ୁଛି ଜିଲ୍ଲାପାଳ ସାର ! ଘର ଖଣ୍ଡିଏ ଦେଲେ, ଏବେ ସ୍ତ୍ରୀ ବି ଦିଅନ୍ତୁ

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ରେ ଏହି ଭିଡିଓକୁ mohitgauhar ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁ ମାତ୍ରାରେ ସେୟାର କରୁଛନ୍ତି । ଭିଡିଓକୁ ଏବେ ସୁଦ୍ଧା ୮୬ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏଥିସହିତ ଭିଡିଓରେ କୌତୁକିଆ ପ୍ରତିକ୍ରିୟା ବି ଦେଉଛନ୍ତି ।