• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ କରିବାକୁ ବରାଯାତ୍ରୀ ସହ ଆସିଥିଲା ବର । ହେଲେ ରାଗି ଗଲା କନ୍ୟା । ବିବାହ ବେଦୀରୁ ଉଠି ଚାଲିଗଲା । ଆଉ କହିଦେଲା ଏହି ବିବାହ ହୋଇପାରିବ ନାହିଁ । ଆପଣ ଭାବୁଥିବା କ’ଣ ଏମିତି ହେଲା ଯେ, କନ୍ୟା ବିବାହ ପାଇଁ ମନା କରିଦେଲା । ପୁରା ଘଟଣା ଜାଣିବା ପରେ ଆପଣ ନିଜେ ଉତ୍ତର ରଖିବେ କନ୍ୟାର ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ ।

ବାଣ ବାଜା ରୋଷଣୀ ସହ ଧୁମ୍‌ଧାମ୍‌ରେ ବରଯାତ୍ରୀ ଧରି ଆସିଥିଲା ବର । କନ୍ୟା ଘରେ ବି ପହଞ୍ଚିଥିଲା । ଏମିତିକି ବିବାହ ବେଦୀ ପର୍ଯ୍ୟନ୍ତ ବି ଆସିଥିଲା । ହେଲେ ବିବାହ ବେଦୀରେ ପହଞ୍ଚିବା ପରେ ବଦଳିଗଲା ସବୁ ଚିତ୍ର । ବରଯାତ୍ରୀଙ୍କ ସହ ମିଶି ବର ବି ପିଇଥିଲା ମଦ । ଆଉ ବେଦୀରେ ପହଞ୍ଚୁ ପହଞ୍ଚୁ ତାକୁ ଆସିଗଲା ନିଦ । କନ୍ୟା ଜାଣିବା ପରେ ଭାଙ୍ଗିଦେଲା ବାହାଘର । ବିବାହ ପାଇଁ ପ୍ରସ୍ତୁତ ହୋଇ ଆସିଥିବା ବର ହେଉଛି ପ୍ରଶନ୍ନଜିତ୍ ହାଲୋଇ ।

ଆମେ ସମସ୍ତେ ଜାଣିଛନ୍ତି ଆମ ପରମ୍ପରାରେ ରିତିନୀତି ଅନୁଯାୟୀ ବିବାହ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବେଦୀ ପାଖରେ ବସି ରିହିବାକୁ ପଡ଼େ । କିନ୍ତୁ ଏଠାରେ ବର ଅଧିକ ସମୟ ବସିବା ପାଇଁ ସକ୍ଷମ ନଥିଲା । ସାଙ୍ଗ ମାନଙ୍କ ସହ ମିଶି ମଦ୍ୟପାନ କରିଥିଲା । ଯାହାଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିବା ତା’ ପାଇଁ କଷ୍ଟ କର ହେଲା । ଆଖି ତାର ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ସେଠାରେ ଶୋଇପଡ଼ିଲା । 

ଏହି ଘଟଣା ଆସାମ ନଲବାରି ଜିଲ୍ଲା ବରଖାନଞ୍ଜନ ଅଞ୍ଚଳରେ ଘଟିଛି । ବର ଶୋଇପଡ଼ିବା ଦେଖି ସେଠାରେ ଉପସ୍ଥିତ ଥିବା ସବୁ ଅତିଥି ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ ସମସ୍ତେ ଜାଣିପାରିଥିଲେ ଯେ, ବରକୁ ନିଶା ଜୋର । ଖାଲି ସେତିକି ନୁହେଁ କନ୍ୟା ଘର ପକ୍ଷରୁ ଅଭିଯୋଗ ଯେ, ଉଭୟ ବର ଏବଂ ତାଙ୍କ ବାପା ନିଶାଶକ୍ତ ଥିଲେ । ସେମାନେ ରିତିନୀତି ସମ୍ପନ୍ନ କରିବାକୁ ବି ସକ୍ଷମ ହୋଇନଥିଲେ । ଉଭୟଙ୍କ ଏଭଳି ସ୍ଥିତି ଦେଖି କନ୍ୟା ଡରିଯାଇଥିଲେ । ଆଉ ବିବାହ ପାଇଁ ସେଇଠି ହିଁ ମନା କରିଥିଲେ । କାରଣ ବର ଘରର ପ୍ରାୟ ୯୫ ପ୍ରତିଶତ ଲୋକ ନିଶାଶକ୍ତ ଥିଲେ ।