/odishatv-khabar/media/post_attachments/uploadimage/library/16_9/16_9_0/s_1683866271.jpg)
girl rams car over parked bikes in the parking lot video goes viral
ସୋସିଆଲ ମିଡିଆରେ ଅନେକ ଅଜବ ପ୍ରକାରର ଭିଡିଓ ଭାଇରାଲ୍ ହେଉଛି। ନିକଟରେ ଜଣେ ଯୁବତୀଙ୍କ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ନେଇ ଲୋକମାନେ ତାଙ୍କ ଉପରେ ରାଗିଛନ୍ତି। ‘ପାପା କି ପରୀ’ ଏମିତି କିଛି କାରନାମା କରିଛନ୍ତି, ଯାହାକୁ ଦେଖି ଲୋକମାନେ ତାଙ୍କୁ ଗାଳି କରିବା ସହ ତାଙ୍କ ଉପରେ ରାଗିଛନ୍ତି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ପାପା କି ପରୀଙ୍କ ଏ କି ଦଶା ! ଜିଭ ଦେଖାଇ ଖତେଇ ହେଉଥିଲେ, ଶୂନ୍ୟେ ଶୂନ୍ୟେ ଉଡ଼ିଗଲେ
ଭିଡିଓରେ ଦେଖିବାକୁ ମିଳିଛି, ପାର୍କିଂ ଏରିଆରେ ବହୁତ ବାଇକ୍ ରଖାଯାଇ ଥିବାବେଳେ ଜଣେ ଯୁବତୀ ଏହା ଉପରେ କାର୍ ଚଢ଼ାଇ ଦେଇଛନ୍ତି। ସୂଚନା ଅନୁସାରେ, ଯୁବତୀ ଜଣକ କାର୍ ପାର୍କ କରୁଥିବା ସମୟରେ ପଛକୁ ନଦେଖି ପଛରେ ରଖା ଯାଇଥିବା ବାଇକ୍ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ବାଇକ୍ ତଳେ ପଡ଼ିଥିଲା। ଏହାଦେଖି ସେଠାରେ ଉପସ୍ଥିତ ଲୋକ ସମ୍ପୃକ୍ତ ଯୁବତୀଙ୍କ ଉପରେ ରାଗି ଯାଇଥିଲେ। ତେବେ ଭୁଲ୍ ସତ୍ତ୍ୱେ ମଧ୍ୟ ଯୁବତୀ ମୁହଁତୋଡ଼ ଦେଖାଇଥିଲେ। ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
Sirf google map route follow nahi karna hota aage pichhe gaadiyaan bhi dekhni hoti hai #Kanpurpic.twitter.com/Lx4L2OUhdM
— Dilip Rangwani (@ItsRDil) May 10, 2023
ଉତ୍ତରପ୍ରଦେଶର କାନପୁରରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଯେଉଁ ବ୍ୟକ୍ତିଙ୍କ ବାଇକ୍ ଉପରେ ଉକ୍ତ ଯୁବତୀ କାର୍ ଚଢ଼ାଇଛନ୍ତି ସେମାନେ ପୋଲିସ୍କୁ ଏହାର କ୍ଷତିପୂରଣ ଦାବି କରିଛନ୍ତି। ଏହି ଭିଡିଓକୁ ଟ୍ୱିଟରରେ @ItsRDil ଆକାଉଣ୍ଟର ଶେୟାର କରାଯାଇଛି। ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପାପା କି ପରୀଙ୍କ କମାଲ୍। ଆଉ ଜଣେ ୟୁଜର ଲେଖିଛନ୍ତି- ଏହି ଯୁବତୀ ହେଭି ଡ୍ରାଇଭର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)