• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦ ପିଇ ମତୁଆଲା ହୋଇ ଗାଡ଼ି ଚଳାଇବା ହେଲା କାଳ । ଶୂନ୍ୟେ ଶୂନ୍ୟେ ଉଡ଼ିଗଲେ ଯୁବତୀ । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନାକୁ ବାରମ୍ବାର ବାରଣ କରାଯାଉଛି । ସରକାରଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଲୋକଙ୍କୁ ସଚେତନ କରିବା ପାଇଁ ଚେଷ୍ଟା କରୁଛନ୍ତି । ତଥାପି କିଛି ଲାଭ ହେଉଥିବା ଭଳି ଲାଗୁନି । ନିକଟରେ ଜଣେ ଯୁବତୀଙ୍କ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ସମସ୍ତଙ୍କ ମୁଣ୍ଡ ଗୋଳମାଳ ହୋଇଯାଉଛି । ଖତେଇ ହୋଇ ଜିଭ କାଢ଼ି କ୍ୟାମେରାକୁ ପୋଜ୍‌ ଦେବା ବେଳେ ପାପା କି ପରିଙ୍କ ସହ ଯାହା ହୋଇଛି, ୟୁଜର ନିଜ ହସ ରୋକି ପାରୁନାହାନ୍ତି ।

ଇନଷ୍ଟାଗ୍ରାମ ଆକାଉଣ୍ଟ @momentoviral ରେ ଏହି ଭିଡିଓ ପୋଷ୍ଟ ହୋଇଛି । ଧୀରେ ଧୀରେ ଏହା ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବତୀ ନିଶାରେ ଚୁର୍‌ ହୋଇ ସ୍କୁଟି ଚଳାଉଛନ୍ତି । ପଛରେ ବସିଛନ୍ତି ଜଣେ ଯୁବକ, ଆଉ ତାଙ୍କ ହାତରେ ଅଛି ଏକ ମଦ ଗ୍ଲାସ୍‌ । ଉଭୟଙ୍କ ମୁଣ୍ଡରେ ହେଲମେଟ୍‌ ନାହିଁ କି, ଟ୍ରାଫିକ୍‌ ପୋଲିସକୁ ଖାତିର ନାହିଁ ।

ଅଧିକ ପଢ଼ନ୍ତୁ: ଧନୀ ଘରର ଲାଡ୍‌ଲୀ...ପ୍ରଚୁର ପିଇଥିଲେ, ରାସ୍ତା ମଝିରେ ଧରିଲା ପୋଲିସ୍‌

ଗାଡ଼ି ଚଳାଇବା ସମୟରେ ଜିଭ ଦେଖେଇ ଯୁବତୀ ଜଣକ କ୍ୟାମେରା ଆଗରେ ଖତେଇ ହେଉଛନ୍ତି । ଏପରିକି ପଛକୁ ବେକ ମୋଡ଼ି ମଦ ପିଇବାକୁ ଚେଷ୍ଟା କରୁଥିବା ବେଳେ ସାମ୍ନାରେ ଥିବା ଚାରି ଚକିଆ ଯାନକୁ ଦେଖି ପାରୁନାହାନ୍ତି ଯୁବତୀ । ଆଉ ତା’ପରେ ଯାହା ହୋଇଛି ସମସ୍ତେ ଅନୁମାନ କରିପାରୁଥିବେ ।

ଯୁବତୀ ଜଣକ ଅସାବଧାନ ହୋଇ ଗାଡ଼ି ଚଳାଉଥିବାରୁ ସାମ୍ନାରେ ଥିବା କାରରେ ଜୋରରେ ବାଡ଼େଇ ହୁଅନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି ।

ଯୁବକ ଓ ଯୁବତୀ ଭାବିଥିବେ, ଚଳନ୍ତା ଗାଡିରେ ମଦ୍ୟପାନ କରିବାର ଏକ ଭିଡିଓ ସୁଟ୍ କରି ସୋସଆଲ ମିଡିଆ ରେ ପୋଷ୍ଟ କରିବେ । ହେଲେ ମଦ ନିଶାରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । କ୍ୟାମେରାରେ କଏଦ୍‌ ହୋଇଥିବା ଦୃଶ୍ୟ ଦେଖି ଲୋକେ ପାପା କି ପରୀଙ୍କୁ ହସରେ ଉଡ଼େଇ ଦେଉଛନ୍ତି ।

ଜଣେ ୟୁଜର କହିଛନ୍ତି, ମଦ୍ୟପାନ କରି ଜଣେ 'ପାପାଙ୍କ ପରୀ' ପୁଣି ଉଡ଼ି ଯାଇଛନ୍ତି । ଆଉ ଜଣେ ଲେଖିଛନ୍ତି, କି ଯୁଗ ହେଲା । ମଦ ପିଇ ଗାଡ଼ି ଚଳାଇଲେ ଏପରି ଭୋଗିବାକୁ ପଡ଼ିବ ।