• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କିଛି ଭିଡିଓ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ । ଇଣ୍ଟରନେଟ୍‌ରେ ବିବାହ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କିଛି ଅଜବ ଗଜବ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆ ରେ ଏକ ବିବାହ ଭୋଜିର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ । ଆଉ ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହେବେ ।

ଅଧିକ ପଢ଼ନ୍ତୁ: ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଭାଇରାଲ ଭିଡିଓ ରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏକ ଖୋଲା ସ୍ଥାନରେ ବିବାହ ଭୋଜିର ଅୟୋଜନ ହୋଇଛି । ଲୋକମାନେ ଭୋଜିର ଆନନ୍ଦ ଉଠାଉଥିବା ବେଳେ ହଠାତ୍ ସେହି ସ୍ଥାନକୁ ଏକ ଷଣ୍ଢ ପଶି ଆସିଲା । ଯାହାଫଳରେ ଲୋକେ ବିକଳରେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ । ଏହି ଭିଡିଓ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିପାରିବ ନାହିଁ ।

ଆପଣ ଇଣ୍ଟରନେଟରେ ବିବାହ ଭିଡିଓଠାରୁ ଆରମ୍ଭ କରି ବିବାହ ସମୟରେ ନାଚ, ଗୀତ ଏବଂ ମାରପିଟ୍‌ ଆଦିର ଭିଡିଓ ନିଶ୍ଚୟ ଦେଖିଥିବେ । କିନ୍ତୁ ଏଭଳି ଭିଡିଓ ବୋଧ ହୁଏ ଆପଣ କେବେ ଦେଖିନଥିବେ । ଭିଡିଓରେ ଦେଖାଯାଉଛି ଯେ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ଖାଦ୍ୟ ଖାଉଥିବାବେଳେ କିଛି ଲୋକ କଥାବାର୍ତ୍ତା ହେଉଛନ୍ତି । ଏହି ସମୟରେ ଏକ କଳା ଷଣ୍ଢ ସେହି କାର୍ଯ୍ୟକ୍ରମରେ ପଶି ଆସିଲା । ଷଣ୍ଢର ଲମ୍ବା ଶିଙ୍ଗ ଦେଖି ଯିଏ କେହି ବି ଡରିବା ସ୍ୱାଭାବିକ୍ । ଆଉ ତାକୁ ଦେଖି ଲୋକମାନେ ଏଣେତେଣେ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ ।