/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751783101.jpg)
Truck Swept Away While Crossing
ପ୍ରବଳ ବର୍ଷା ଯୋଗୁ ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଭାସିଗଲା ଟ୍ରକ । ଝାରସୁଗୁଡା ଜିଲ୍ଲା ବେଲପାହାଡରୁ ହେମଗିରକୁ ସଂଯୋଗ କରୁଥିବା ଚାଉଁରୀ ମହୁଲ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଏହାକୁ ଅତିକ୍ରମ କରୁଥିବା ଏକ ଟ୍ରକ ଭାସିଯାଇଛି । ପୋଲ ଉପରେ ଏବେ ବି ପାଣି ଚାଲିଥିବାରୁ ବେଲପାହାଡରୁ ସୁନ୍ଦରଗଡ଼ ହେମଗିରକୁ ଯାତାୟାତ ଠପ୍ ହୋଇଯାଇଛି ।
ଏପଟେ ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ବାଉଁଶଜୁରିଆ ନାଳର ଅସ୍ଥାୟୀ ରାସ୍ତା ଧୋଇଗଲା । ଜଗମୋହନପୁରରୁ ତେଲକୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...
ଅନ୍ୟପଟେ ବନ୍ୟା ପାଣିରେ ବୁଡିଲା ପୋଲ । ଗଜପତି ମୋହନା ବ୍ଲକ ପାପାଏଜୁ ଗାଁ ନିକଟରେ ଥିବା ପୋଲ ଉପରେ ଏବେ ଫୁଟେ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀର ଜଳସ୍ତର ବୃଦ୍ଧି ପାଇଛି । ପାପାଏଜୁ ଗାଁ ପାଖରେ ଥିବା ପୋଲ ଉପରେ ଏବେ ଫୁଟେ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ପାଣିଗଣ୍ଡା ଠାରୁ ଗଡରମାକୁ ଯୋଡୁଥିବା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଅପରପକ୍ଷେ ଲଗାଣ ବର୍ଷାରେ ଦବିଗଲା ପୋଲ । ଝାରସୁଗୁଡା ଲଇକେରା ବ୍ଲକ ଅଇତାପାଲି-ମୁଦାଯୋର ରାସ୍ତାର ତେଲେନ ନଦୀ ଉପରେ ନିର୍ମିତ ପୋଲଟି ଲଗାଣ ବର୍ଷାରେ ଦବିଯାଇଛି । ସକାଳୁ ସକାଳୁ ପୋଲଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପାଣି କମିବା ପରେ ପୋଲଟି ଦବି ଯାଇଥିବା ଦେଖିବାକୁ ମିଳିଛି । ପୋଲ ଉପରେ ଗାଡିମୋଟର ନେଇ ଯାଆସ କରିବାକୁ ଭୟ କରୁଛନ୍ତି ଅଞ୍ଚଳବାସୀ । ତେବେ ଏଯାଏ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚନଥିବା ଅଭିଯୋଗ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)