/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751966694.jpg)
Baby elephant
ସୋସିଆଲ ମିଡିଆରେ ଆଜିକାଲି ଅନେକ ଭିଡିଓ ଭାଇରାଲ ହେଉଛି । ସେଥି ମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏମିତି ଏକ ଭିଡିଓ ଏବେ ଟ୍ରେଣ୍ଡରେ ରହିଛି, ଯାହା ଆପଣଙ୍କ ମନକୁ ଛୁଇଁବ ନିଶ୍ଚୟ । ପାଖାପାଖି ୨.୯ ମିଲିୟନ ୟୁଜର୍ସ ଏହାକୁ ଦେଖିସାରିଥିବାବେଳେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି ।
ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଏକ କୁନି ହାତୀ ଆସି ଜଣେ ଦୋକାନୀଙ୍କୁ ତରଭୁଜ ଖାଇବାକୁ ମାଗୁଛି । କଥା କହିପାରୁନି ସିନା, ହେଲେ ତାର ମାଗିବାର ଅନ୍ଦାଜ ଯେକେହି ବି ଦେଖିଲେ ଖୁସି ହୋଇଯିବେ । ଆଉ ସେଠାରେ ଉପସ୍ଥିତ ଥିବା ମହିଳା ଜଣଙ୍କ ତିଳେ ମାତ୍ର କୁଣ୍ଠାବୋଧ ନକରି ଖୁସିରେ ତା ପାଟିକୁ ବଢାଇ ଦେଉଛନ୍ତି କଟା ତରଭୁଜ । କୁନି ହାତୀଟି ମଧ୍ୟ ଖୁସିର ସହକାରେ ଏହାକୁ ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।
ମୁଖ୍ୟତଃ ବନ୍ୟଜନ୍ତୁଙ୍କୁ ନେଇ ମନରେ ଭୟ ରହିଥାଏ । କାରଣ ସେମାନଙ୍କ ହିଂସା ଆଚରଣ ଜୀବନ ନେଇପାରେ । ହେଲେ ଏହି ଭିଡିଓରେ ରାସ୍ତାକଡ଼ରେ ଛିଡା ହୋଇଥିବା ହାତୀ ଛୁଆଟି ବନ୍ୟଜନ୍ତୁ ନୁହେଁ, ବରଂ ପୋଷା ହାତୀ ପରି ତରଭୁଜ ମାଗୁଥିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)