/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751961891.jpg)
mallikarjun kharge
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବେ ବିବାଦରେ ଫସିଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ଠିକରେ କହିପାରିନାହାନ୍ତି । ସେ ‘ମୁର୍ମାଜି’ ବୋଲି କହି ବିବାଦ ଘେରକୁ ଆସିଛନ୍ତି । ଛତିଶଗଡ଼ରେ ସେ ଉଦବୋଧନ ଦେଲାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ଭୁଲ୍ ଭାବେ କହିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ନାଁ ଭୁଲରେ କହିବା ପରେ ସେ ଏହାକୁ ସଂଶୋଧନ କରିଥିଲେ । ତେବେ ତା ପର ମୁହୂର୍ତ୍ତରେ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାଁ ମଧ୍ୟ ଭୁଲ୍ କରି କହିଥିଲେ । ସେ ରାମନାଥ କୋବିନ୍ଦଙ୍କୁ କୋଭିଡ୍ ବୋଲି କହିଥିଲେ ।
ଛତିଶଗଡ଼ରେ ରାୟପୁର ସାଇନ୍ସ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ଉଦବୋଧନ ଦେଲାବେଳେ ସେ ଏପରି କହିଛନ୍ତି । ତାଙ୍କ ଭାଷଣର ଏହି ଅଂଶ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏହା ପରେ ବିଜେପି କଂଗ୍ରେସ ସଭାପତିଙ୍କୁ କଡା ସମାଲୋଚନା କରିଛି । ଏହା ତାଙ୍କର ମହିଳା ବିରୋଧୀ, ଦଳିତ ବିରୋଧୀ ଓ ଜନଜାତି ବିରୋଧୀ ମନ୍ତବ୍ୟ ବୋଲି କହିଛି ବିଜେପି ।
ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟ ଖଡଗେଙ୍କ ଠାରୁ ଆଶା କରାଯାଏ ନାହିଁ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହନାଜ ପୁନାୱାଲା ତାଙ୍କ ‘X’ ଆକାଉଣ୍ଟରେ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ୨୦୨୨ରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ । ଏହାକୁ ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ । ଏହା କଂଗ୍ରେସର ଏକ ଉଦ୍ୟୋଗ ବୋଲି ସେ କହିଛନ୍ତି । ଏ ସଂପର୍କରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)