/odishatv-khabar/media/post_attachments/uploadimage/library/16_9/16_9_0/Gold_Price_1751964481.jpg)
Gold Price
ପୁଣି ଉପର ମୁହାଁ ସୁନା ଦର । ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା ବୃଦ୍ଧି ଘଟି ୯୮,୮୪୦ ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୦,୧୦୦ ଟଙ୍କା ଥିବା ବେଳେ ଆଜି ୫୦୦ ଟଙ୍କା ବୃଦ୍ଧି ପାଇ ୯୦,୬୦୦ ଟଙ୍କାକୁ ଛୁଇଁଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୩,୭୨୦ ଟଙ୍କା ଥିବା ବେଳେ ଆଜି ୪୧୦ ଟଙ୍କା ବୃଦ୍ଧି ପାଇ ୭୪,୧୩୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରରେ ଗତ କାଲି ରୁପା ୧ କେଜି ପିଛା ୧,୦୯,୯୦୦ ଟଙ୍କା ଥିବା ବେଳେ ଆଜି ୧୦୦ ଟଙ୍କା ବୃଦ୍ଧି ପାଇ ୧,୧୦,୦୦୦ ଟଙ୍କାରେ ପହଞ୍ଚିଛି ।
Advertisment
ଅଧିକ ପଢନ୍ତୁ: ଆଜି ସୁନା ଦର କେତେ, ଜାଣନ୍ତୁ...
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
- ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯୮,୯୯୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୭୫୦ (୧୦ ଗ୍ରାମ ପିଛା)
- ଲକ୍ଷ୍ନୌ: ୨୪ କ୍ୟାରେଟ ସୁନା- ୯୮,୯୯୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୭୫୦ (୧୦ ଗ୍ରାମ ପିଛା)
- ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)
- ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)
- କୋଲକାତା: ୨୪ କ୍ୟାରେଟ ସୁନା- ୯୮,୮୪୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୬୦୦ (୧୦ ଗ୍ରାମ ପିଛା)
ସୁନା କେବଳ ଆଭୂଷଣ ନୁହେଁ, ଏହା ଏକ ନିବେଶ ଅଟେ । ତେଣୁ ନିଜ କଷ୍ଟ ଅର୍ଜିତ ଟଙ୍କାରେ ସୁନା ଅଳଙ୍କାର କିଣିବା ପୂର୍ବରୁ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ । BIS ଲୋଗୋ ଯାଞ୍ଚ କରନ୍ତୁ । ୬ ଅଙ୍କ ବିଶିଷ୍ଟ HUID ନମ୍ବର ଦେଖି ଗହଣା କିଣନ୍ତୁ ।
Advertisment
ଅଧିକ ପଢନ୍ତୁ: ଲକ୍ଷେ ମୁହାଁ ସୁନା ଦର; ଆଜି କେତେ ବଢିଲା ଜାଣନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)