• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣମାନେ ସମସ୍ତେ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପାଇଁ ଯାଇଥିବେ । ଲଞ୍ଚ ହେଉ କି ଡିନର, କିମ୍ବା କୌଣସି ପାର୍ଟିରେ ଆପଣ ରେଷ୍ଟୁରାଣ୍ଟ ଯାଇଥିବେ ନିଶ୍ଚୟ । ନଚେତ୍‌ ଫ୍ରି ଟାଇମ୍‌ରେ ସ୍ନାକ୍ସ ପାଇଁ ବି ଆପଣ ରେଷ୍ଟୁରାଣ୍ଟ ଯାଇଥିବେ । ହେଲେ ଆଜି ଆମେ ଯେଉଁ ରେଷ୍ଟୁରାଣ୍ଟ ବିଷୟରେ କହିବୁ, ସେହି ରେଷ୍ଟୁରାଣ୍ଟ ବିଷୟରେ ଆପଣ କେବେ ବି ଶୁଣିନଥିବେ । ଏହି ଯାଗାକୁ ଥରେ ଗଲେ ଆଉ ଦ୍ୱିତୀୟ ଥର ଯିବାକୁ ଇଚ୍ଛା ହେବ ନାହିଁ । କିନ୍ତୁ ରେଷ୍ଟୁରାଣ୍ଟରେ ଏମିତି କି ଯାଦୁ ଅଛି ଯେ, ସେଠାକୁ ବାରମ୍ବାର ଯାଉଛନ୍ତି ଗ୍ରାହକ । 

ଆମେ ସମସ୍ତେ ଜାଣିଛନ୍ତି ସାଧାରଣ ହୋଟେଲ ଅପେକ୍ଷା ରେଷ୍ଟୁରାଣ୍ଟରେ ଖାଇବା ଦର ବହୁତ ଅଧିକ । ତଥାପି ଆମେ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛୁ । କାରଣ ସେଠାରେ ଅଧିକ ଟଙ୍କା ନେଲେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ମିଳିଥାଏ । ଏହାସହ ଉତ୍ତମ ସେବା ମିଳିଥାଏ । ଖାଦ୍ୟ ହାଇଜେନିକ୍‌ ମଧ୍ୟ ରହିଥାଏ ।

ଅଧିକ ପଢ଼ନ୍ତୁ: ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ରେଷ୍ଟୁରାଣ୍ଟରେ ମିଳିବନି ସେବା

ଆପଣ ଯଦି ଏକ ଦାମୀ ରେଷ୍ଟୁରାଣ୍ଟକୁ ଯାଇଥିବେ କିନ୍ତୁ ସେଠାରେ ଆପଣଙ୍କୁ ଗାଳି ଗୁଲଜ କରାଯିବ । ଏହାସହ ଅଶ୍ଲିଳ ଇଙ୍ଗିତ କରାଯିବ । ଏମିତିକି ଆପଣଙ୍କ ଟେବୁଲରେ ଖାଇବା ବାଢ଼ିବା ବେଳେ ଫିଙ୍ଗା ଫୋପଡ଼ା ଭଳି ବ୍ୟବହାର କରି ଖାଇବାକୁ ଦିଆଯିବ । ତେବେ ଆପଣ କେବେ କ’ଣ ଏଭଳି ରେଷ୍ଟୁରାଣ୍ଟ ଯିବାକୁ ପସନ୍ଦ କରିବେ । ଏତିକି କଥା ଶୁଣିବା ପରେ ଆପଣ ନିଶ୍ଚିତ କରିସାରିଥିବେ ଯେ, କେବେ ବି ଆପଣ ଏଭଳି ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବେ ନାହିଁ ।

ଆମେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ଏଭଳି ଏକ ରେଷ୍ଟୁରାଣ୍ଟ ୟୁଏସ୍‌ରେ ରହିଛି । ଏହାର ନାଁ ରହିଛି କେରେନ୍‌ସ ରେଷ୍ଟୁରାଣ୍ଟ । ଏହାର ଥେମ୍‌ ହେଉଛି ଦୁର୍ବ୍ୟବହାର କରିବା । ରେଷ୍ଟୁରାଣ୍ଟକୁ ଆସିଥିବା ପ୍ରତ୍ୟେକ ଗ୍ରାହକଙ୍କୁ ଖାଇବା ସର୍ଭ କରିବା ବେଳେ ବା ବଢ଼ିବା ବେଳେ ଦୁର୍ବ୍ୟବହାର କରିବା ସହ ଅଶ୍ଲିଳ ଇଙ୍ଗିତ କରିବା ହେଉଛି ଏହି ରେଷ୍ଟୁରାଣ୍ଟର ବିଶେଷତ୍ୱ । ଏହା ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚିତ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । 

ଯିଏ ବି ଦେଖୁଛି ଏହି ଭାଇରାଲ ଭିଡିଓ କୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆଉ ସେହି ହୋଟେଲ ବିଷୟରେ ଜାଣିବା ପାଇଁ ଅଧିକରୁ ଅଧିକ ଚେଷ୍ଟା କରୁଛନ୍ତି । ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ମହିଳା ଗ୍ରାହକଙ୍କୁ ଖାଦ୍ୟ ପରଷିବା ବେଳେ ଗ୍ରାହକଙ୍କୁ ଅଶ୍ଚିଳ ଇଙ୍ଗିତ କରୁଛନ୍ତି ଏବଂ ଖାଦ୍ୟକୁ ଅତି ଅଭଦ୍ରାମିର ସହ ପରଷୁଛନ୍ତି । 

ତେବେ ଦେଖନ୍ତୁ ଏହି ଭିଡିଓ...