/odishatv-khabar/media/post_attachments/uploadimage/library/16_9/16_9_0/Waterfall_1751346610.jpg)
Waterfall
ଜଳପ୍ରପାତରେ ଯମ ଭଳି ଅଚାନକ ମାଡ଼ି ଆସିଲା ପାଣି। ଆଖି ପିଛୁଳାକେ ଭାସିଗଲେ ୬ ଯୁବତୀ ଓ ମହିଳା। କେହି କିଛି ବୁଝିବା ଆଗରୁ ଭସାଇ ନେଲା ପ୍ରଖର ସୁଅ। ତେବେ ଅନ୍ୟ ପର୍ଯ୍ୟଟକଙ୍କ ସହାୟତାରେ ଅଳ୍ପକେ ବର୍ତ୍ତିଗଲେ ନିଶ୍ଚିତ ବିପଦରୁ। ପ୍ରାୟ ୨ ମିନିଟ୍ ଅବଧିର ଭିଡିଓରେ କଏଦ ହୋଇଛି ଛାତିଥରା ଦୃଶ୍ୟ। ଆଶ୍ଚର୍ଯ୍ୟଜନକ ଭାବେ ମରଣ ମୁହଁରୁ ବର୍ତ୍ତିବାର ଏଭଳି ଘଟଣା ସାମ୍ନାକୁ ଆସିଛି ବିହାର ଗୟା ଜିଲ୍ଲାରୁ।
ଅଧିକ ପଢନ୍ତୁ: ଆଇମାଆଙ୍କ ନିଆରା ଚିଜ୍କେଜ୍… ବିନା ଶେକାରେ ହେଉଛି; ଖୁବ୍ ସହଜ, ପୂରା ଟେଷ୍ଟି
ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିହାରର ଗୟା ଜିଲ୍ଲାର ଲଙ୍ଗୁରିୟା ଜଳପ୍ରପାତରେ ଅଚାନକ ମାଡ଼ି ଆସିଥିଲା ପାଣି। ପର୍ଯ୍ୟଟକମାନେ ସେଠାରେ ପିକନିକ୍ କରୁଥିବା ବେଳେ, ଜଳସ୍ରୋତ କବଳରେ ଫସି ଯାଇଥିଲେ ୬ ଯୁବତୀ ଓ ମହିଳା। ଭାସି ଯାଉଥିବା ଜଣେ ମହିଳା ପ୍ରଥମେ ଗୋଟିଏ ପଥର ଡେଇଁ ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବା ବେଳେ, ତାଙ୍କ ପରେ ପରେ ଆଉ ୩ ଜଣ ଯୁବତୀ ସେଭଳି କରିବାକୁ ପ୍ରୟାସ କରିଥିଲେ । ହେଲେ ପାଣିରେ ଭାସି ଯାଉଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଅନ୍ୟ ପର୍ଯ୍ୟଟକ। ଏହାପରେ ଅନ୍ୟ ୨ ଜଣଙ୍କୁ ବି ବହୁ କଷ୍ଟରେ ଉଦ୍ଧାର କରାଯାଉଥିବା ଦୃଶ୍ୟ ଭିଡିଓରେ କଏଦ ହୋଇଛି । ଏହି ଘଟଣାରେ ପଥରରେ ମାଡ଼ ହୋଇ ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।
ଅଚାନକ ଏଭଳି ପାଣିର ସ୍ତର ବଢିଯିବା ଫଳରେ ସେମାନେ ମଧ୍ୟ ନାଚାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଯଦି ସଠିକ୍ ସମୟରେ ସେମାନଙ୍କୁ ଉଦ୍ଧାର କରି ନ ଥାଆନ୍ତେ, ତାହାଲେ ଏକ ବଡ ଅଇଟଣକୁ ଏଡାଇ ଯାଇ ପାରି ନ ଥାଆନ୍ତା । ଏହି ଭାଇରାଲ ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସମାନେ କମେଣ୍ଟ କରିଛନ୍ତି ଯେ, ବର୍ଷା ଦିନେ ଝରଣାକୁ ଥିବା ବିପଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)