• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚିର ଯୌବନ ପ୍ରତି ଆକର୍ଷଣ ମଣିଷର କେଉଁ କାଳରୁ ରହି ଆସିଛି । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଏକ କରି ଲାଗିଛି । ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।

ହୁଏତ ଏହା ଆଗାମୀ ଭବିଷ୍ୟତରେ ମଣିଷକୁ ଚିର ଯୌବନ ରଖିବାରେ ସାହାଯ୍ୟ କରିପାରେ । ୧୦୦ ଦିନ ଧରି ପାଣି ତଳେ ରହିବା ଫଳରେ ଜୋଶେଫ୍ ଡିଟୁରୀଙ୍କ ଶରୀରରେ ଆସିଥିଲା ଅଦ୍ଭୁତପୂର୍ବ ପରିବର୍ତ୍ତନ । ଜୋଶେଫ୍ ଙ୍କର ଅନ୍ୟନାମ ହେଉଛି ଡକ୍ଟର ଡିପ୍ ସି । ସେ ଗତ ବର୍ଷ ଆଟଲାଣ୍ଟିକ୍ ମହାସାଗରର ୬.୭ ମିଟର ତଳେ ୯୩ ଦିନ ବିତାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହେବା ସତ୍ତ୍ୱେ ସେ ପାଣି ଭିତରେ ୧୦୦ ଦିନ ରହିବାକୁ ସ୍ଥିର କରିଥିଲେ । ୧୦୦ ଦିନ ପରେ ସେ ଯେତେବେଳେ ବାହାରକୁ ଆସିଲେ, ତାଙ୍କର ବୟସ କମିଯାଇଥିଲା । ବିଶ୍ୱାସ ନହେଲେ ବି କଥାଟି ସତ । ପାଣିରୁ ବାହାରିବା ପରେ ସେ କହିଥିଲେ, ଏହା କଦାପି ରେକର୍ଡ ବିଷୟରେ ନଥିଲା । ଏହା କେବଳ ମଣିଷର ସହନଶୀଳତା ଉପରେ ଥିଲା ।

ଅଧିକ ପଢ଼ନ୍ତୁ: ସାବଧାନ ! କାରରେ ଯାତ୍ରା କଲେ ହୋଇପାରେ କ୍ୟାନସର!

ପ୍ରୋଜେକ୍ଟ ନେପ୍ଚୁନ୍ ୧୦୦ ନାମକ ଏକ ଅନୁସନ୍ଧାନ କରାଯାଇଥିଲା । କମ୍ପ୍ରେସନ ଇଫେକ୍ଟ ବା ସଙ୍କୋଚନ ମଣିଷ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ ତାହା ହିଁ ଏହି ଅଧ୍ୟୟନର ମୂଳ ଲକ୍ଷ୍ୟ ଥିଲା । ପାଣିରୁ ବାହାରିବା ପରେ ଜୋଶେଫ୍ ଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ତାଙ୍କର ଉଚ୍ଚତାରେ ହ୍ରାସ ହୋଇଥିଲା । ନିଜର ମୂଳ ଉଚ୍ଚତାଠାରୁ ତାଙ୍କର ଅଧା ଇଞ୍ଚ ହ୍ରାସ ପାଇଥିଲା । ପାଣିର ପ୍ରେସର ଯୋଗୁ ଏମିତି ହୋଇଥିବା ଜଣାପଡ଼ିଥିଲା।

ଡିଏନ୍ଏ ପରୀକ୍ଷା ସମେତ ବ୍ୟାପକ ଡାକ୍ତରୀ ପରୀକ୍ଷା ଦ୍ୱାରା ଜଣାପଡିଥିଲା ଯେ, ସେ ନିଜ ବୟସଠାରୁ ବାୟୋଲୋଜିକାଲୀ ସାନ ହୋଇଯାଇଥିଲେ । ତାଙ୍କର ଶରୀରରେ ପରିବର୍ତ୍ତନ ହୋଇଥିଲା । ସେ ଯଥେଷ୍ଟ ସତେଜ ଅନୁଭବ କରିଥିଲେ । ଡାକ୍ତରୀ ମୂଲ୍ୟାଙ୍କନ ପରେ, ଏହା ଦେଖାଗଲା ଯେ ଡିଟୁରୀଙ୍କ ଟେଲୋମେରସ୍, କ୍ରୋମୋଜୋମର ଶେଷରେ ଥିବା ଡିଏନ୍ଏ କ୍ୟାପ୍ ଯାହା ସାଧାରଣତ ବୟସ ସହ ସଙ୍କୁଚିତ ହୁଏ, ତିନିମାସ ପୂର୍ବରୁ ଏହା ୨୦ ପ୍ରତିଶତ ଅଧିକ ହୋଇଯାଇଥିଲା । ଫଳରେ ତାଙ୍କର ବୟସ କମିଯାଇଥିଲା ।

ଫଳରେ ସେ ପ୍ରାୟ ୧୦ ବର୍ଷ ପଛକୁ ଫେରି ଆସିଥିବା କହିଛନ୍ତି । ଏହା ସହ ଡିଟୁରୀଙ୍କ ଷ୍ଟେମ୍ ସେଲ୍ ଗଣନା ନାଟକୀୟ ଭାବରେ ବୃଦ୍ଧି ପାଇଛି । ତାଙ୍କର କୋଲେଷ୍ଟ୍ରଲ ସ୍ତର ୭୨ ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ୟପଟେ ତାଙ୍କର ଶୋଇବାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଫଳରେ ସେ ରାତିରେ ୬୦ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଶୋଇପାରୁଛନ୍ତି।

ଅଧିକ ପଢ଼ନ୍ତୁ: ବାକ୍‌ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ବରଦାନ; ଭାବନା ପଢି ସଙ୍ଗେସଙ୍ଗେ ଅନୁବାଦ କରିବ ମେସିନ୍‌!

OTV is now on Whatsapp

Join and get latest news update delivered to you via whatsapp

Join Now