Advertisment

Ocean Darkening: କଳା ହେଉଛି ସମୁଦ୍ର, ଭୟଙ୍କର କ୍ଷତି ସହିବେ ଜୀବଜଗତ !

ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି 'ଓସନ ଡାର୍କେନିଂ' । ଧୀରେ ଧୀରେ କଳା ରଙ୍ଗ ଧାରଣ କରୁଛି ସମୁଦ୍ର ପାଣି । ସାମୁଦ୍ରିକ ଉଦ୍ଭିଦ ଓ ସାମୁଦ୍ରିକ ଜୀବରୁ ନେଇ ସମଗ୍ର ଜୀବଜଗତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Ocean Darkening

Ocean Darkening

ରହସ୍ୟମୟ ଭାବେ ଦିନକୁ ଦିନ କଳା ହେବାରେ ଲାଗିଛି ସମୁଦ୍ର ।  ଗତ ଦୁଇ ଦଶନ୍ଧୀ ଧରି ସମୁଦ୍ର ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବୈଜ୍ଞାନିକଙ୍କ ମତରେ ଏହା ହେଉଛି ଓସନ ଡାର୍କେନିଂ(Ocean Darkening) ।  ଏହାଦ୍ୱାରା ସମୁଦ୍ରର ଜଳର ଗୁଣବତ୍ତାରେ ହ୍ରାସ ଘଟୁଛି । ଏହି ଓସନ ଡାର୍କେନିଂ ଏବେ ସମସ୍ତଙ୍କ ଚିନ୍ତାର କାରଣ ସାଜିଛି । 

Advertisment

ଗ୍ଲୋବାଲ ଚେଞ୍ଜ ବାୟୋଲୋଜି ନାମକ ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ଦୁନିଆରେ ୨୧ ପ୍ରତିଶତରୁ ଅଧିକ ମହାସାଗର ୭୫ ମିଲିୟନ ବର୍ଗ କିଲୋମିଟରୁ ଅଧିକ ‍କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ରହିଛି । ହେଲେ ଗତ ୨୦ ବର୍ଷ ଧରି ବହୁମାତ୍ରାରେ ଏହି ସମୁଦ୍ର ଗୁଡ଼ିକ ଧୀରେ ଧୀରେ କଳାରଙ୍ଗ ଧାରଣ କରୁଥିବା ଦେଖିବାକୁ ମିଳୁଛି । ସମୁଦ୍ରରେ ଥିବା ଫୋଟିକ୍ ଜୋନ( Photic Zone) ସୂର୍ଯ୍ୟ ଆଲୋକ ଆସିବାରେ ସହାୟତା କରେ । ଏହି ଫୋଟିକ ଜୋନ ନଷ୍ଟ ହେବାରେ ଲାଗିଛି । ଫଳରେ ସୂର୍ଯ୍ୟକିରଣରୁ ଆଲୋକଶ୍ଲେଷଣ( Photosynthesis ମାଧ୍ୟମରେ) ଖାଦ୍ୟ ପ୍ରସ୍ତୁତ କରୁଥିବା ୯୦ ପ୍ରତିଶତ ଉଦ୍ଭିଦଙ୍କ ଜୀବନ ବିପଦରେ ରହିଛି । ଯାହାଦ୍ୱାରା ସାମୁଦ୍ରିକ ଜୀବମାନେ ବି ପ୍ରଭାବିତ ହେବାର ଆଶଙ୍କା ରହିଛି । 

ଅମ୍ଳଜାନର ପରିମାଣ କମିବା ଦ୍ୱାରା ସାମୁଦ୍ରିକ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି । ଯାହା ଫଳରେ ସମୁଦ୍ରରେ ମଧ୍ୟ ତାପପାତ୍ରା ବୃଦ୍ଧି ପାଉଛି । ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହାର ଏକ ପ୍ରମୁଖ କାରଣ । ଏହାବ୍ୟତୀତ ବାୟୁମୁଣ୍ଡଳରେ ଥିବା ଅମ୍ଳଜାନର ୫୦ ପ୍ରତିଶତ ସାମୁଦ୍ରିକ ଉଦ୍ଭିଦ ପ୍ରଦାନ କରିଥାନ୍ତି । ଏହି ଉଦ୍ଭିଦ ଲୋପ ପାଉଥିବାବେଳେ ସମୁଦ୍ର ମଧ୍ୟରେ ଅଙ୍ଗାରକାମ୍ଳ ଓ ତାପମାତ୍ରା ବୃଦ୍ଧି ହେଉଛି । ଏହାଦ୍ୱାରା ଅନ୍ୟ ସାମୁଦ୍ରିକ ଜୀବମାନଙ୍କ ଜୀବନ ଏବେ ବିପଦରେ ରହିଛି । ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ । କେବଳ ସାମୁଦ୍ରିକ ଜୀବ ନୁହଁନ୍ତି ସମଗ୍ର ଜୀବଜଗତ ମଧ୍ୟ ପ୍ରଭାବିତ ହେବେ । ତେଣୁ ବେଳ ଥାଉ ଥାଉ ସତର୍କ ହେବାକୁ ପଡ଼ିବ । ବୈଜ୍ଞାନିକମାନେ ଓସନ ଡାର୍କେନିଂ ଉପରେ ଗବେଷଣା ଜାରି ରଖିଥିବାବେଳେ ଜୀବଜଗତ ସୁରକ୍ଷା ପାଇଁ ତୁରନ୍ତ ଏସବୁର ସମାଧାନ ଜରୁରୀ ହୋଇପଡ଼ିଛି। 

Advertisment

ଅଧିକ ପଢନ୍ତୁ : ସ୍ପେସ୍ ଷ୍ଟେସନର ଭିତିରି କଥା, ଶୂନ୍ୟରେ ଝୁଲୁଥିବା କ୍ୱାର୍ଟର, କେମିତି କରନ୍ତି ରୋଷେଇ, କେମିତି ସାରନ୍ତି ନିତ୍ୟକର୍ମ

Environmental Protection Black Water
Advertisment
Related Articles
Advertisment