/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748502041.jpg)
Road Plan Twisting
ପୂର୍ବ ସରକାରଙ୍କ ନାଁରେ ଅଭିଯୋଗ ଆଣି ପୂର୍ତ୍ତମନ୍ତ୍ରୀଙ୍କୁ ଭେଟିଲେ ବସ୍ତି ବାସିନ୍ଦା । ତତ୍କାଳୀନ ବିଜେଡି ସରକାର ସମୟରେ ଚଞ୍ଚକତା କରି ନକ୍ସା ବଦଳାଯାଇଥିଲା ବୋଲି ସାଲିଆସାହି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ଜୟଦେବ ବିହାର-ନନ୍ଦନକାନନ ଦୁଇଶହ ଫୁଟିଆ ରାସ୍ତାର ନକ୍ସା ପରିବର୍ତ୍ତନ କରାଯାଇଥିବା ସେମାନେ କହିଛନ୍ତି । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ବିଜେଡିର କିଛି ମୁଷ୍ଟିମେୟ ନେତା ନିଜର ସ୍ୱାର୍ଥ ପାଇଁ ପୂର୍ବ ନକ୍ସାରେ ପରିବର୍ତ୍ତନ କରିଥିଲେ । ରାସ୍ତାକୁ ସିଧା ନନେଇ ଅଙ୍କାବଙ୍କା କରିଥିଲେ । ପୂର୍ବ ନକ୍ସା ଅନୁଯାୟୀ ରାସ୍ତା ସିଧା ଯାଇଥିଲେ ଅଳ୍ପ ଲୋକଙ୍କର ଘର ଭାଙ୍ଗିଥାନ୍ତା । କିନ୍ତୁ ନକ୍ସା ପରିବର୍ତ୍ତନ ଯୋଗୁ ରାସ୍ତା କାମ ଅଟକି ରହିଛି ।
ବର୍ଷେ ହେଲା ଆଇନର ଦ୍ୱାରସ୍ଥ ହେବା ସହ ଆନ୍ଦୋଳନ ଚଳାଇଛନ୍ତି ବସ୍ତିବାସିନ୍ଦା । ସେପଟେ ପୋଲିସ ଉପସ୍ଥିତିରେ ପୁଣିଥରେ ସାଲିଆସାହି ବସ୍ତିରେ ସର୍ଭେ କରିଛନ୍ତି ବିଡିଏ, ବିଏମସି ଓ ପୂର୍ତ୍ତ ବିଭାଗର ଅଧିକାରୀ । ଖୁବଶୀଘ୍ର ଏହି ପାରାଲାଲ୍ ରାସ୍ତା କାମ ସରିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ରାସ୍ତା ପରିବର୍ତ୍ତନ ନେଇ ସାଲିଆ ସାହି ବାସିନ୍ଦାଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)