Astronauts Complete Training: ସରିଲା ଟ୍ରେନିଂ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ ଯିବେ ଗଗନଯାତ୍ରୀ

ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।

Astronauts Complete Training

ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍ କୁ ଯିବା ପାଇଁ ସରିଲା ୨ ଗଗନଯାତ୍ରୀଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ତାଲିମ । ୩ ମାସ ଧରି ଚାଲିଥିବା ଏହି ଟ୍ରେନିଂ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେବା ସହ, ସେହି ସମୟର ୨ଟି ନୂଆ ଫଟୋ ଜାରି କରିଛି ଇସ୍ରୋ । ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ବୁଲୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ପାଇଁ ଚାଲିଛି ଇସ୍ରୋ ଓ ନାସାର ମିଳିତ ଅଭିଯାନ ।

ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଶିକ୍ଷଣରେ ସ୍ପେଶ୍ ଏକ୍ସ ସୁଟ୍ ଫିଟ୍ ଚେକ୍, ସ୍ପେଶ୍ ଫୁଡ୍ ସିଲେକ୍ସନ, ISS ଓ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ବିଭିନ୍ନ ଯନ୍ତ୍ରାଂଶ ସହ ପରିଚିତ ହେବା, ମହାକାଶରୁ ଫଟୋ ଉଠାଇବା, ଜରୁରୀ ଓ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା, ଦୈନନ୍ଦିନ ଅପରେସନ୍ ରୁଟିନ୍, କମ୍ୟୁନିକେସନ ପ୍ରଟୋକଲ୍ ପାଇଁ ତାଲିମ ଆଦି ସମ୍ପୂର୍ଣ୍ଣ ହୋଇଛି ।

ଏହା ସହ ପଢ଼ନ୍ତୁ:ଜହ୍ନରେ ହେବ କି ଜନବସତି ? ଚନ୍ଦ୍ରପୃଷ୍ଠରେ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଛି ଯୋଜନା

ଆଗକୁ ୟୁଏସ୍ ଅର୍ବିଟାଲ ସେଗମେଣ୍ଟ ଓ ମାଇକ୍ରୋଗ୍ରାଭିଟି ରିସର୍ଚ୍ଚ ପାଇଁ ପରବର୍ତ୍ତୀ ପର୍ଯ୍ୟାୟ ପ୍ରଶିକ୍ଷଣ ନେବେ ଏହି ୨ ଗଗନଯାତ୍ରୀ । ସେମାନେ ଗତ ଅଗଷ୍ଟରୁ ଆମେରିକାରେ ଟ୍ରେନିଂ ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯିବା, ସେଠାରେ ରହିବା ଓ ସେଠାରୁ ପୁଣି ସୁରକ୍ଷିତ ପୃଥିବୀକୁ ଫେରିବା ନେଇ ଗଗନଯାତ୍ରୀ ହାସଲ କରିବାକୁ ଥିବା ଅଭିଜ୍ଞତା, ଇସ୍ରୋର ଗଗନଯାନ ମିଶନ ପାଇଁ ଖୁବ୍ ସହାୟକ ହେବ ।

ସେପଟେ ଗତ କିଛିଦିନ ତଳେ ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କରିଛି ଇସ୍ରୋ । ୨୦୨୮ ମାର୍ଚ୍ଚ ୨୯ରେ ଭେନସ୍ ଅର୍ବିଟର୍ ମିଶନ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ଏହାକୁ ଶୁକ୍ରଯାନ-୧ ବୋଲି କୁହାଯାଉଛି । ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ । ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ର କକ୍ଷପଥରେ ପହଞ୍ଚିବ ବୋଲି ଯୋଜନା ରହିଛି ।

ଶୁକ୍ରଯାନ-୧ରେ ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ କ୍ୟାମେରା, ରାଡାର୍ ଓ ସେନ୍ସର ଆଦି ସମେତ ୧୯ଟି ପେଲୋଡ୍ ବା ଯନ୍ତ୍ରାଂଶ ଲାଗିବ। ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଦେଶ ଓ ଭୌଗଳିକ ସ୍ଥିତିର ଫଟୋ ନେବା ସହିତ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ ଶୁକ୍ରଯାନ । ଏଥିରେ ରୁଷ, ଫ୍ରାନ୍ସ, ସ୍ବିଡେନ ଓ ଜର୍ମାନୀ ନିର୍ମିତ ଯନ୍ତ୍ରାଂଶ ମଧ୍ୟ ରହିବ ବୋଲି ସୂଚନା ମିଳିଛି । ଶୁକ୍ର ମିଶନ ପାଇଁ ୧୨ଶହ ୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

ଏହା ସହ ପଢ଼ନ୍ତୁ:Space X ସାହାଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ୍‌