/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744009003.jpg)
ଆସୁଛନ୍ତି ସୁଜାତା ?
ବିଜେଡିର ମଙ୍ଗ ଧରିବେ କି ସୁଜାତା ? ପାଣ୍ଡିଆନଙ୍କୁ ଜନତାଙ୍କ ପ୍ରତ୍ୟାକ୍ଷାନ ପରେ ସୁଜାତାଙ୍କ ଉପରେ ଭରସା କରିବେ କି ନବୀନ ? ସକ୍ରିୟ ରାଜନୀତିରେ ପାଣ୍ଡିଆନ୍ ନଥିଲେ ମଧ୍ୟ ଏବେ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ହେଉ କି ୱକ୍ଫ ବିଲକୁ ନେଇ ସସ୍ମିତଙ୍କ ଓଲଟା ମନ୍ତବ୍ୟ, ସବୁରି ପଛରେ ପାଣ୍ଡିଆନଙ୍କ ଭୂମିକା ଥିବା କୁହାଯାଉଛି । ଆଉ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲୁଛନ୍ତି ସମସ୍ତ ଦଳର ନେତା । କେହି କେହି ସିଧାସଳଖ ପାଣ୍ଡିଆନଙ୍କ ନାଁ ନେଇ କଟାକ୍ଷ କରୁଥିବା ବେଳେ କିଛି ନେତା ନାଁ ନେଇ ପାଣ୍ଡିଆନ୍ଙ୍କୁ ଟାର୍ଗେଟ୍ କରୁଛନ୍ତି । ଆଉ ଏହି ପ୍ରସଙ୍ଗରେ ଆପେ ଆପେ ଟାଣିହୋଇ ଆସିଛନ୍ତି ସୁଜାତା ।
ଅଧିକ ପଢ଼ନ୍ତୁ: ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ
ରାଜନୀତିର ପରଦା ପଛରେ କେଉଁ ଗୋଟି ଚଳାଉଛନ୍ତି ପାଣ୍ଡିଆନ୍ ? ସୁଜାତାଙ୍କୁ ବିଜେଡିରେ ସାମିଲ ନେଇ କରୁଛନ୍ତି କି ଯୋଜନା ? ହଠାତ୍ ସୁଜାତା VRS ନେଲେ କାହିଁକି ? VRS ପାଇଁ ଏତେ ଶୀଘ୍ର କେମିତି ମିଳିଲା ଅନୁମତି ? ରାଜନୀତିକୁ ସୁଜାତା ଆସିଲେ ଗ୍ରହଣ କରିବେ ବିଜେଡି ନେତା ? ସୁଜାତାଙ୍କୁ ନେଇ ଦଳ ହୋଇଯିବ କି ଫାଳଫାଳ ? ବିଜେଡି ସରକାର ସମୟରେ ମିଶନ ଶକ୍ତିର ସଚିବ ଥିବାବେଳେ ସୁଜାତାଙ୍କ ଦବଦବା ବେଶ୍ ରହିଥିଲା । ମହିଳାମାନଙ୍କୁ ବିଜେଡିର ଭୋଟ ବ୍ୟାଙ୍କ କରିବାରେ ସୁଜାତାଙ୍କୁ ବଡ଼ ଭୂମିକା ଥିବା ଅଭିଯୋଗ ହୋଇଥିଲା । ଆଉ ଏବେ ସରକାର ବଦଳିବା ପରେ ଚାକିରି ଛାଡ଼ି ସାରିଛନ୍ତି ସୁଜାତା । କିନ୍ତୁ ବିଜେଡିର ଯେକୌଣସି ବଡ଼ ବଡ଼ ଘଟଣାରେ ଉଠୁଛି ପଣ୍ଡିଆନ୍ ଦମ୍ପତିଙ୍କ ନାଁ ।
ତେବେ ରାଜନୀତିରେ ସକ୍ରିୟ ନଥାଇ ବି ଏବେ ପାଣ୍ଡିଆନ୍ଙ୍କ ନାଁ ଖୁବ୍ ଚର୍ଚ୍ଚା ହେଉଛି । ଆଉ IAS ଚାକିରି ଛାଡ଼ିଥିବାରୁ ସୁଜାତାଙ୍କୁ ନେଇ ମଧ୍ୟ ଜୋରଦାର ଆଲୋଚନା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)