Advertisment

VK Pandian: ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

ଯଦିଓ ୨୪ ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ପାଣ୍ଡିଆନ ବିଜେଡିରେ ନବୀନଙ୍କ ପରେ ସର୍ବେସର୍ବା ବୋଲି କୁହାଯାଉଛି ।

ଅଦ୍ୟତନ ହୋଇଛି
Manmath Routray On Pandian

ମନ୍ମଥଙ୍କ ମୁହଁରେ ପାଣ୍ଡିଆନଙ୍କ କଥା

Advertisment

ଭି କେ ପାଣ୍ଡିଆନ୍‌ । ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତି । ୨୦୨୩ରେ IAS ଚାକିରି ଛାଡ଼ ବିଜେଡିରେ ମିଶିଲେ । ଆଉ ୨୦୨୪ ନିର୍ବାଚନକୁ ଏକାକୀ ନିୟନ୍ତ୍ରଣ କଲେ । କିନ୍ତୁ ୨୦୨୪ରେ ଶୋଚନୀୟ ପରାଜୟ ବରଣ କଲା ବିଜୁ ଜନତା ଦଳ । ଚର୍ଚ୍ଚା ହେଲା, ପାଣ୍ଡିଆନଙ୍କ ପାଇଁ ବିଜେଡିର ୨୪ ବର୍ଷ ଶାସନର ପତନ ହେଲା । ବିଜେଡିର ପରାଜୟ ପରେ ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ମଧ୍ୟ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ବିଜୁ ଜନତା ଦଳ ରାଜନୀତିରୁ କମିନି ପାଣ୍ଡିଆନଙ୍କ ଦବଦବା । ସେପଟେ ଭି କେ ପାଣ୍ଡିଆନଙ୍କ ବିଷୟରେ ଜାଣିବା ପାଇଁ ପ୍ରତ୍ୟେକ ଓଡ଼ିଆ ଉତ୍ସୁକତାର ସହ ରହିଛନ୍ତି । ସେ ସୋସିଆଲ ମିଡିଆ ହେଉ କି ଗଣମାଧ୍ୟମ ସବୁଠି ପାଣ୍ଡିଆନଙ୍କୁ ନେଇ ଜାରି ରହିଛି ବେଶ୍‌ ଚର୍ଚ୍ଚା ।

Advertisment

ସେପଟେ ନିର୍ବାଚନ ପୂର୍ବରୁ ଯଦିଓ ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ମୁହଁ ଖୋଲୁନଥିଲେ କିନ୍ତୁ ନିର୍ବାଚନ ପରାଜୟ ପରେ ସିଧାସଳଖ ପାଣ୍ଡିଆନଙ୍କୁ ଦୋଷ ଦେଉଥିବାର ଦେଖିବାକୁ ମିଳିଥିଲା। ଏମିତି କି ପାଣ୍ଡିଆନଙ୍କ ବିରୋଧରେ କିଛି ବରିଷ୍ଠ ନେତା ମେଳି ବାନ୍ଧୁଥିବାର ଚର୍ଚ୍ଚା ହେଲା । କେବଳ ବରିଷ୍ଠ ନୁହଁନ୍ତି କିଛି ଯୁବ ନେତା ମଧ୍ୟ ମେଳି କରିଥିବାର ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଯଦିଓ ୨୪ ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ପାଣ୍ଡିଆନ ବିଜେଡିରେ ନବୀନଙ୍କ ପରେ ସର୍ବେସର୍ବା ବୋଲି କୁହାଯାଉଛି । ଏବେ ବି ନବୀନ ନିବାସରେ ପାଣ୍ଡିଆନଙ୍କର ବସୁଛି ଦରବାର ଓ ବାହାରେ ପାଣ୍ଡିଆନଙ୍କ ସପକ୍ଷରେ ମେଳି ବସୁଥିବାର ଚର୍ଚ୍ଚା ହେଉଛି । ଏମିତି କି ଏବେ ପାଣ୍ଡିଆନ ନବୀନ ନିବାସରେ ରହି ବିଜେଡି ପଲିଟିକ୍ସକୁ ମ୍ୟାନେଜ୍‌ କରୁଛନ୍ତି ବୋଲି ବି ଚର୍ଚ୍ଚା ଜୋର ଧରିଛି ।

Advertisment

ଅଧିକ ପଢ଼ନ୍ତୁ : ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ ?

ଏପରିସ୍ଥଳେ ଆଜି ଭି କେ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ । ସେ କହିଛନ୍ତି, ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି ଭିକେ ପାଣ୍ଡିଆନ । ବିଜେଡି ନେତା ମନ୍ମଥ ରାଉତରାୟଙ୍କ ମନ୍ତବ୍ୟରୁ ଭି କେ ପାଣ୍ଡିଆନଙ୍କୁ ନେଇ ମିଳିଲା ବଡ଼ ସୁରାକ । ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା କହିଲେ ମନ୍ମଥ ରାଉତରାୟ । ସେ କହିଛନ୍ତି, ଭିକେ ପାଣ୍ଡିଆନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା, ଫିଜିକାଲ ହେଲ୍‌ଥ କଥା ବୁଝନ୍ତି । ସେ ଆଗରୁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ, ଆଉ ଏବେ ବି ବୁଝୁଛନ୍ତି ବୋଲି ମୁଁ ଜାଣିଛି କହିଲେ ମନ୍ମଥ ।

ସେ ଆହୁରି କହିଛନ୍ତି ଯେ, ବାହାରୁ ଆସୁଥିବା ଡାକ୍ତର ଟିମ୍‌ ଭି କେ ପାଣ୍ଡିଆନଙ୍କ ସହ କନ୍‌ସଲ୍ଟ କରନ୍ତି । ପାଣ୍ଡିଆନ୍‌ ତାଙ୍କ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟର କାମ । ତେବେ ୨୦୨୪ ନିର୍ବାଚନ ପରେ ଭି କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିନି ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।

Advertisment

ଅଧିକ ପଢ଼ନ୍ତୁ : ଯାଦୁ ଭଳି ମାଡ଼ିଗଲାଣି ବିଜେଡିର ମେଳି ରାଜନୀତି ! ସାଂଗଠନିକ ନିର୍ବାଚନ ପୂର୍ବରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା

Odisha Naveen Patnaik VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ