• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା । ଏନଡିଏ ଏବଂ ସହଯୋଗୀ ଦଳ ମାନଙ୍କୁ ନେଇ ଆୟୋଜିତ ବୈଠକରେ ମୋଦିଙ୍କ ହାତମୁଠାକୁ ସୁଦୃଢ କରିବା ନେଇ ଆଲୋଚନା କରଯାଇଥିଲା ।

ସେପଟେ ଉତ୍ତର ପ୍ରଦେଶ ଗାଜିଆବାଦରେ ବିଜେପିର ପଶ୍ଚିମ କ୍ଷେତ୍ର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ତା କହିଥିଲେ, ମୋଦି ସରକାରଙ୍କ ପ୍ରଚେଷ୍ଟାରେ ନୂଆ ଭାରତ ଗଠନ ହୋଇଛି । ସାରା ବିଶ୍ୱରେ ବଢ଼ିଛି ଭାରତର ସମ୍ମାନ । ଦେଶ ଶକ୍ତିଶାଳୀ ହୋଇଛି ।

ଅଧିକ ପଢ଼ନ୍ତୁ: ‘ମୋଦି ସରକାରଙ୍କ ନେତୃତ୍ୱ ଓଡ଼ିଶାର ବିକାଶ ପାଇଁ ରହିବନି ଅର୍ଥର ଅଭାବ’

୭୦ ବର୍ଷରେ ଯାହା ହୋଇପାରିନଥିଲା, ଏବେ ତାହା ହୋଇଛି । ୭୦ ପ୍ରତିଶତ ଘରେ ପହଞ୍ଚିଛି ବିଶୁଦ୍ଧ ପିଇବା ପାଣି । ୫ଶହ ବର୍ଷର ବିବାଦର ସମାଧାନ ହୋଇ ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର । ବୁଥ ସ୍ତରରେ କାମ କରି ବିଜେପିର ସିଟ୍ ସଂଖ୍ୟା ୩୭୦ ଓ ଏନଡିଏର ଟାର୍ଗେଟ ୪୦୦ ସିଟ୍ ପୂରଣ କରିବାକୁ ବୈଜୟନ୍ତ ପଣ୍ଡା ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ପାଇଁ ବିଭିନ୍ନ କମିଟି ଘୋଷଣା କରିଥିଲା ବିଜେପି । ବିଜେପି କୋର୍ କମିଟିରେ ରହିଛନ୍ତି ୧୫ ସଦସ୍ୟଙ୍କ ସହ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ । କୋର୍ କମିଟିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମଙ୍କୁ ସାମିଲ କରାଯାଇଛି ।

ରାଜ୍ୟ ନିର୍ବାଚନ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ରହିଥିବାବେଳେ ଶୃଙ୍ଖଳା କମିଟିରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀଙ୍କ ସହ ୫ ଜଣ ସଦସ୍ୟ । ସେହିପରି ଫାଇନାନ୍ସ କମିଟିରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ରହିଛି ।