Advertisment

Tejashwi Yadav: ଭୋଟର ତାଲିକାରେ ମୋ ନାଁ ନାହିଁ, ମୁଁ କେମିତି ନିର୍ବାଚନ ଲଢ଼ିବି?..ଜବାବ ରଖିଲେ ନିର୍ବାଚନ କମିଶନ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତେଜସ୍ୱୀ ଦେଖାଇଥିବା ଇପିଆଇସି ନମ୍ବର ଓ ନିର୍ବାଚନ କମିଶନ ଜାରି କରିଥିବା ଇପିଆଇସି ନମ୍ବର ଭିନ୍ନ ରହିଛି। ଏହାକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି।

author-image
Manasranjan Mohanty
Tejashwi Yadav

Tejashwi Yadav

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଛନ୍ତି ଯେ ସଂଶୋଧିତ ଭୋଟର ତାଲିକାରେ ତାଙ୍କ ନାଁ ନାହିଁ। ନିର୍ବାଚନ କମିଶନ ସର୍ଭେ ପରେ ଜାରି କରିଥିବା ସଂଶୋଧିତ ଡ୍ରାଫ୍ଟ ଭୋଟର ଲିଷ୍ଟରୁ ତାଙ୍କ ନାଁ ବାଦ ପଡ଼ିଥିବା ସେ କହିଛନ୍ତି। କିନ୍ତୁ ଏହାକୁ ନିର୍ବାଚନ କମିଶନ(ଇସି) ଖଣ୍ଡନ କରିଛନ୍ତି। ଏଥିସହ ତେଜସ୍ୱୀ ଯାଦବଙ୍କ ନାଁ ଭୋଟର ତାଲିକାରେ ଥିବା ଗୋଟିଏ ଫଟୋ ସାର୍ବଜନୀନ କରିଛନ୍ତି।

Advertisment

ଶନିବାର ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯାବଦ ନିଜର ନିର୍ବାଚନ ଫଟୋ ପରିପଚୟପତ୍ର (ଇପିଆଇସି) ଦେଖାଇଥିଲେ। ଏହାପରେ କ୍ୟାମେରା ସାମ୍ନାରେ ନିର୍ବାଚନ କମିଶନଙ୍କ ଅଫିସିଆଲ ମୋବାଇଲ ଆପ୍ଲିକେସନରେ ଏହାକୁ ଉଲ୍ଲେଖ କରିଥିଲେ। ତେବେ ସେ ତାଙ୍କ ତଥ୍ୟ ଜାଣିବାକୁ ଚେଷ୍ଟା କରିବା ବେଳେ ‘ନୋ ରେକର୍ଡ ଫାଉଣ୍ଡ’ ବା କୌଣସି ତଥ୍ୟ ନ ଥିବା ଦେଖିବାକୁ ମିଳିଥିଲା।

Advertisment

ତେଜସ୍ୱୀ ଏହାକୁ ସମସ୍ତଙ୍କୁ ଦେଖାଇବା ସହ କହିଛନ୍ତି ଯେ “ଭୋଟର ତାଲିକାରେ ମୋ ନାଁ ମଧ୍ୟ ନାହିଁ। ମୁଁ କେମିତି ନିର୍ବାଚନ ଲଢ଼ିବି?” ତେଜସ୍ୱୀ ଯାଦବଙ୍କ ଏପରି ଦାବି ପରେ ନିର୍ବାଚନ କମିଶନ ଗୋଟିଏ ଭୋଟର ତାଲିକା ଜାରି କରିଛନ୍ତି। ଏଥିରେ ତେଜସ୍ୱୀଙ୍କ ନାଁ ଓ ଫଟୋ ରହିଛି। ସେହିପରି ତାଙ୍କ ବୁଥ ପାଟନାର ଭେଟରନାରୀ କଲେଜ ବୋଲି ଏଥିରେ ଉଲ୍ଲେଖ ରହିଛି।

କମିଶନ କହିଛନ୍ତି, “ତେଜସ୍ୱୀ ଯାଦବ ଚକିତ କରିବା କରିବା ଭଳି ଦାବି ଆମ ନଜରକୁ ଆସିଛି। ତାଙ୍କ ନାଁ ଡ୍ରାଫ୍ଟ ନିର୍ବାଚନୀ ତାଲିକାରେ ନଥିବା ସେ ଦାବି କରିଛନ୍ତି। ହେଲେ ତାଙ୍କ ନାଁ ଡ୍ରାଫ୍ଟ ନିର୍ବାଚନୀ ତାଲିକାର କ୍ରମିକ ସଂଖ୍ୟା ୪୧୬ରେ ରହିଛି। ତେଣୁ ଡ୍ରାଫ୍ଟ ତାଲିକାରେ ତାଙ୍କ ନାଁ ନଥିବା ନେଇ ଯେଉଁ ଦାବି କରାଯାଉଛି, ତାହା ସଂପୂର୍ଣ୍ଣ ମିଛ ଓ ତ୍ରୁଟିପୂର୍ଣ୍ଣ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତେଜସ୍ୱୀ ଦେଖାଇଥିବା ଇପିଆଇସି ନମ୍ବର ଓ ନିର୍ବାଚନ କମିଶନ ଜାରି କରିଥିବା ଇପିଆଇସି ନମ୍ବର ଭିନ୍ନ ରହିଛି। ଏହାକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି।

ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସଆଇଆରକୁ ନେଇ ବିରୋଧୀ ପ୍ରଶ୍ନ କରି ଚାଲିଛନ୍ତି। ବିରୋଧୀଙ୍କ ଭୋଟ ବ୍ୟାଙ୍କକୁ ଭାଙ୍ଗିବା ପାଇଁ ନିର୍ବାଚନ କମିଶନ ଲକ୍ଷାଧିକ ଲୋକଙ୍କୁ ସଂଶୋଧନ ଆଳରେ ବାଦ ଦେବାକୁ ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସଂସଦ ବାହାରେ ଓ ଭିତରେ ବିକ୍ଷୋଭ ହେବାରୁ ନିର୍ବାଚନ କମିଶନ ଡ୍ରାଫ୍ଟ ଭୋଟର ତାଲିକା ଶୁକ୍ରବାର ଜାରି କରିଥିଲେ। ଏହି ତାଲିକାରୁ ୬୫ ଲକ୍ଷ ଲୋକ ବାଦ ପଡ଼ିଛନ୍ତି।

ଏ ସମ୍ପର୍କରେ ତେଜସ୍ୱୀ ଯାଦବ କହିଛନ୍ତି, “ଡ୍ରାଫ୍ଟ ତାଲିକାରୁ ବାଦ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କୁ କୌଣସି ନୋଟିସ ଦିଆଯାଇଛି? କ’ଣ ଏହି ୬୫ ଲକ୍ଷ ଲୋକ ଆବେଦନ ପାଇଁ କୌଣସି ସୁଯୋଗ ପାଇବେ? ନିର୍ବାଚନ କମିଶନ ଟାର୍ଗେଟ କାମ କରୁଛନ୍ତି। ନିର୍ବାଚନ କମିଶନ ଗଣତନ୍ତ୍ରକୁ ଶେଷ କରିବାକୁ ଚାହୁଁଛନ୍ତି।”

Tejashwi Yadav Election Commission
Advertisment
Related Articles
Advertisment