Advertisment

Up Woman: ହତ୍ୟା ପାଇଁ ସ୍ତ୍ରୀ କରିଥିଲା ପ୍ଲାନ୍ , ସୁପାରି ଦେଇ ଗୁଣ୍ଡା ଆଣିଥିଲେ ଶଳା

ପୁରା ଘଟଣା ବରେଲିର ଇଜ୍ଜତନଗରରେ ଘଟିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ସ୍ତ୍ରୀ ନିଜ ଭାଇମାନଙ୍କୁ ଡାକି ସ୍ୱାମୀଙ୍କ ହାତ ଓ ଗୋଡ଼ ଭାଙ୍ଗି ଦେଇଥିଲେ। ଅଭିଯୋଗ ହୋଇଛି ଯେ ସେମାନେ ପୀଡ଼ିତଙ୍କୁ ଜୀଅନ୍ତା କବର ଦେବାକୁ ଚାହୁଁଥିଲେ, କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରି ନଥିଲେ।

author-image
Manasranjan Mohanty
Up Woman

Up Woman

ଉତ୍ତରପ୍ରଦେଶର ବରେଲିରୁ ଏକ ଏଭଳି ଘଟଣା ସାମନାକୁ ଆସିଛି ଯାହା ଯେଉଁଠି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଇଜ୍ଜତନଗର ଅଞ୍ଚଳରେ ରହୁଥିବା ରାଜୀବ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ସାଧନା ନିଜ ଭାଇମାନଙ୍କୁ ଡାକି ତାଙ୍କୁ ପିଟିଥିଲେ ଏବଂ ତାଙ୍କୁ ଜଙ୍ଗଲକୁ ନେଇ ଜୀଅନ୍ତା ପୋତିଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ସେମାନଙ୍କ ଯୋଜନା ବିଫଳ ହୋଇଥିଲା ଏବଂ ସ୍ତ୍ରୀଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା।

Advertisment

ପୁରା ଘଟଣା ବରେଲିର ଇଜ୍ଜତନଗରରେ ଘଟିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ସ୍ତ୍ରୀ ନିଜ ଭାଇମାନଙ୍କୁ ଡାକି ସ୍ୱାମୀଙ୍କ ହାତ ଓ ଗୋଡ଼ ଭାଙ୍ଗି ଦେଇଥିଲେ। ଅଭିଯୋଗ ହୋଇଛି ଯେ ସେମାନେ ପୀଡ଼ିତଙ୍କୁ ଜୀଅନ୍ତା କବର ଦେବାକୁ ଚାହୁଁଥିଲେ, କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରି ନଥିଲେ।

ଅଧିକ ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲରେ ଆସିଲା, ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା କଲା, ନିଜେ ମଧ୍ୟ ମଲା

Advertisment

୨୦୦୯ରେ ରାଜୀବଙ୍କର ସାଧନା ନାମକ ଜଣେ ମହିଳାଙ୍କ ସହ ବିବାହ ହୋଇଥିଲା। ସେମାନଙ୍କର ଦୁଇ ପୁଅ ଅଛନ୍ତି, ବଡ଼ ପୁଅ ୧୪ ବର୍ଷର ଏବଂ ସାନ ପୁଅ ୮ ବର୍ଷର। କୁହାଯାଇଛି ଯେ ସାଧନାଙ୍କୁ ଗାଁ ଘରେ ରହିବାରେ ଅସୁବିଧା ହେଉଥିଲା, ତେଣୁ ସେ ସହରରେ ଏକ ଭଡ଼ା ଘର ନେଇଥିଲେ।

ଏହା ସହ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡ଼ା ହେଉଥିଲା । ରାଜୀବଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀ ସାଧନା ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଛନ୍ତି। ଜୁଲାଇ ୨୧ ତାରିଖ ରାତିରେ ରାଜୀବ ଘରେ ଥିବା ବେଳେ ୧୧ ଜଣ ଲୋକ ଅତିର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ହାତ ଓ ଉଭୟ ଗୋଡ଼ ଭାଙ୍ଗି ଦେଇଥିଲେ।

ଏହାପରେ ସେମାନେ ଗାଡ଼ିରେ ରାଜୀବଙ୍କୁ ଜଙ୍ଗଲକୁ ନେଇଯାଇଥିଲେ। ରାଜୀବଙ୍କ ଅଭିଯୋଗ ଅନୁସାରେ, ୧୦ ରୁ ୧୧ ଜଣ ଲୋକ ଆସିଥିଲେ ଏବଂ ତାଙ୍କୁ ଜଙ୍ଗଲରେ ଜୀଅନ୍ତା ମାଟିରେ ପୋତି ଦେବାକୁ ଚାହୁଁଥିଲେ ଦେବାକୁ ଚାହୁଁଥିଲେ । କିନ୍ତୁ ହଠାତ କିଛି ଲୋକ ସେଠାରେ ପହଞ୍ଚିଯିବାରୁ ସେମାନେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ରାଜୀବଙ୍କ ବାପା ନେତ୍ରମଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସାଧନା ଓ ତାଙ୍କ ଭାଇ ମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ନେତ୍ରମ ଆକ୍ରମଣକାରୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି । ବରେଲିର ନବୋଦୟ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସହାୟକ ଭାବେ ରାଜୀବ କାମ କରନ୍ତି।

ଅଧିକ ପଢ଼ନ୍ତୁ: ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର...

Murder Uttar Pradesh Bareilly
Advertisment
Related Articles
Advertisment