/odishatv-khabar/media/post_attachments/uploadimage/library/16_9/16_9_0/Delhi_Boy_1754134637.jpg)
Delhi Boy
ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜରେ ଜଣେ ସାତ ବର୍ଷର ପିଲା ନିଖୋଜ ହୋଇଥିବା ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପିଲାଟିର କୌଣସି ସୂଚନା ମିଳିନଥିଲା। CCTV ଫୁଟେଜ୍ ବି ଯାଞ୍ଚ କରାଯାଇଥିଲା।
କୌଣସି ଉପାୟରେ ପିଲାଟିର ଘରର ଠିକଣା ଜଣାପଡ଼ିଥିଲା। ପୁଲିସ୍ ଘରେ ପହଞ୍ଚିଲା ଏବଂ ଆଶ୍ଚର୍ଯ୍ୟ ହୋଇଗଲା। ପିଲାଟି ଘରେ ଖେଳୁଥିବା ଅବସ୍ଥାରେ ମିଳିଥିଲା। ରିପୋର୍ଟ ଅନୁସାରେ ଗୁରୁବାର, ଜୁଲାଇ ୩୧ ତାରିଖ ଦିନ ପୁଲିସକୁ ଖବର ମିଳିଥିଲା ଯେ ରଜୋକରୀ ନିକଟରେ ଜଣେ ପିଲା ନିଖୋଜ ହୋଇଯାଇଛି।
ପୁଲିସ୍ ସୂଚନା ଅନୁସାରେ ପିଲାଟିକୁ ଶେଷ ଥର ପାଖରେ ଥିବା ଏକ ସ୍କୁଲର ପିଲାମାନେ ଦେଖିଥିଲେ ତାର ସାଙ୍ଗ ମାନଙ୍କ ସହିତ ସହିତ ରାସ୍ତା ଅତିକ୍ରମ କରୁଥିବା ସମୟରେ। ସ୍କୁଲର ପିଲାମାନେ ପୁଲିସକୁ କହିଥିଲେ ଯେ ସେ ବର୍ଷାରେ ଖେଳୁଥିବା ବେଳେ ସ୍ବରେଜରେ ପଡ଼ିଯାଇଥିଲା ଏବଂ ତାପରେ ତାକୁ ଆଉ ଦେଖିନାହାନ୍ତି ।
ଏହାପରେ ଖୋଜାଖୋଜି ଅଭିଯାନ ଆରମ୍ଭ ହୋଇଥିଲା। ବସନ୍ତ କୁଞ୍ଜ ଦକ୍ଷିଣ ପୁଲିସ୍ ଷ୍ଟେସନ, NDRF ଏବଂ MCDର ସଫେଇ କର୍ମଚାରୀମାନେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପିଲାଟିକୁ ଖୋଜିବାରେ ଲାଗିଥିଲେ।
ଉଦ୍ଧାର କାର୍ଯ୍ୟ ସମୟରେ ପୁଲିସ୍ ସେ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାଗୁଡ଼ିକୁ ଯାଞ୍ଚ କରିଥିଲା । ତେବେ ଫୁଟେଜ୍ରେ ଜଣେ ପିଲା ସ୍ବରେଜ ଆଡ଼କୁ ଯାଉଥିବା ଦେଖାଯାଇଥିଲା। କିଛି ସମୟ ପରେ ପୁଲିସକୁ ଆଉ ଏକ CCTV ମିଳିଥିଲା, ଯାହା ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ ଲାଗିଥିଲା।
ଏହି ଫୁଟେଜ୍ରେ ପିଲାଟି ସ୍ବରେଜ ଠାରୁ ଦୂରକୁ ଯାଉଥିବା ଦେଖାଯାଇଥିଲା। ଜଣେ ପୁଲିସ୍ ଅଧିକାରୀ କହିଥିଲେ ଯେ ପ୍ରଥମ ଏବଂ ଦ୍ୱିତୀୟ CCTV ଫୁଟେଜ୍ରେ ୧୦ ମିନିଟ୍ର ଅନ୍ତର ରହିଛି। ଅର୍ଥାତ୍ ଗୋଟିଏ ଫୁଟେଜ୍ରେ ପିଲାଟି ସ୍ବରେଜ ଆଡ଼କୁ ଯାଉଥିବା ଦେଖାଯାଇଥିଲା ଏବଂ ଅନ୍ୟ ଫୁଟେଜ୍ରେ ପିଲାଟି ସ୍ବରେଜ ଠାରୁ ଦୂରକୁ ଯାଉଥିବା ଦେଖାଯାଇଥିଲା।
ଯେହେତୁ ଘଟଣାସ୍ଥଳରେ କୌଣସି CCTV କ୍ୟାମେରା ନଥିଲା, ତେଣୁ ସ୍ବରେଜରେ ପଡ଼ିବା ଏବଂ ବାହାରକୁ ଆସିବାର କୌଣସି ଫୁଟେଜ୍ ପୁଲିସକୁ ମିଳିନଥିଲା। ପୁଲିସ୍ ପିଲାଟିକୁ ଖୋଜିବା ପାଇଁ ଏହି ଫୁଟେଜ୍ଗୁଡ଼ିକୁ ହ୍ୱାଟ୍ସଆପ୍ ଗ୍ରୁପ୍ ଏବଂ ପୁଲିସ୍ ଥାନାଗୁଡ଼ିକରେ ପଠାଇଥିଲା।
ଦକ୍ଷିଣ-ପଶ୍ଚିମ DCP ଅମିତ ଗୋୟଲ କହିଥିଲେ ଯେ କୌଣସି ଉପାୟରେ ଏହି ଭିଡିଓ ପିଲାଟିର ଶିକ୍ଷକଙ୍କ ପାଖରେ ପହଞ୍ଚିଥିଲା ଏବଂ ସେ ପିଲାଟିର ପରିଚୟ ଦେଇଥିଲେ। ଶିକ୍ଷକ ପୁଲିସକୁ କହିଥିଲେ ଯେ ପିଲାଟି ତୃତୀୟ ଶ୍ରେଣୀର ଛାତ୍ର ଏବଂ ରଜୋକରୀ ଗାଁରେ ରହୁଛି।
ପୁଲିସ୍ ତାର ପରିବାର ସହିତ ଯୋଗାଯୋଗ କରିଥିଲା ଏବଂ ତା’ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ପିଲାଟି ସ୍ବରେଜରେ ପଡ଼ିଯାଇଥିଲା ଏବଂ ସେଠାରୁ ପ୍ରାୟ ୨୦ ମିଟର ଦୂରରେ ସ୍ବରେଜର ଏକ ଅଂଶ ଖୋଲା ଥିଲା, ଯେଉଁଠାରୁ ସେ ବାହାରକୁ ଆସିଥିଲା।
ତା’ପରେ ପିଲାଟି ଚାଲିଚାଲି ଘରକୁ ଫେରିଥିଲା । ପିଲାଟି ପୁଲିସକୁ କହିଥିଲା ଯେ ସେ ଏବଂ ତାର ସାଙ୍ଗମାନେ ବର୍ଷାରେ ଖେଳୁଥିଲେ। ବର୍ଷା ପାଣି ଜମି ରହିଥିବାରୁ ସ୍ବରେଜର ମୁହଁ ଖୋଲାଥିବା ସେ ଦେଖିପାରିନଥିଲା ଏବଂ ସେ ଭୁଲରେ ତା’ ଭିତରେ ପଡ଼ିଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)