/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754132549.jpg)
online game
ଇନ୍ଦୋରରେ ଜଣେ ୧୨ ବର୍ଷର ପିଲା ଏମିତି ଚରମ ନିଷ୍ପତ୍ତି ନେଇଗଲା । ପୋଲିସ କହିଛି ଯେ ଅନଲାଇନ୍ ଗେମ୍ (Online Game) ଖେଳିବା ସମୟରେ ତା’ର ମା’ଙ୍କ ଏକାଉଣ୍ଟରୁ ୩ ହଜାର ଟଙ୍କା କଟିଗଲା। ପରିବାର ଲୋକ ବୁଝାଇବାକୁ ଚାହୁଁଥିଲେ, କିନ୍ତୁ ସେ ଚୁପଚାପ ନିଜ ରୁମକୁ ଚାଲିଗଲା ଏବଂ ଜୀବନ ହାରିଦେଲା।
ଏହି ଘଟଣା ଇନ୍ଦୋରର ଏମ୍ଆଇଜି ଥାନା ଅଞ୍ଚଳରେ ଘଟିଛି। ମୃତ ବାଳକ ଅଷ୍ଟମ ଶ୍ରେଣୀରେ ପଢୁଥିଲା । ଜୁଲାଇ ୩୦ରେ ତା’ର ଜନ୍ମଦିନ ଥିଲା। ପରିବାର ଲୋକ ବହୁତ ଆନନ୍ଦର ସହିତ ତା’ର ଜନ୍ମଦିନ ପାଳନ କରିଥିଲେ ଏବଂ ତା ପର ଦିନ ହିଁ ସେ ଏତେ ବଡ଼ ପଦକ୍ଷେପ ନେଇଥିଲା।
୩୧ ଜୁଲାଇରେ ସେ ମା’ର ଫୋନରେ ଅନଲାଇନ୍ ଗେମ୍ ଖେଳୁଥିଲା। ଏହି ସମୟରେ ଆକାଉଣ୍ଟରୁ ୩ ହଜାର ଟଙ୍କା କଟିଗଲା। ଯେତେବେଳେ ପରିବାରକୁ ଏହାର ଖବର ମିଳିଲା, ସେମାନେ ପିଲାକୁ ବୁଝାଇବାକୁ ଚାହୁଁଥିଲେ। କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲା ଏବଂ ଚୁପଚାପ ନିଜ ରୁମକୁ ଚାଲିଗଲା।
ଯେତେବେଳେ ସେ ଦୀର୍ଘ ସମୟ ଧରି କବାଟ ଖୋଲିଲା ନାହିଁ, ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । କବାଟ ଭଙ୍ଗା ଯାଇଥିଲା ସେତେବେଳକୁ ସବୁ କିଛି ସରିଯାଇଥିଲା । ତା’ର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅନଲାଇନ୍ ଗେମ୍ରେ ଟଙ୍କା କଟିଯିବା କାରଣରୁ ସେ ଏପରି ପଦକ୍ଷେପ ନେଇଥିଲା।
ପୋଲିସ କହିଛି ଯେ ଅନଲାଇନ୍ ଗେମ୍ରେ ନୂଆ ଆଇଟମ୍, କ୍ୟାରେକ୍ଟର କିମ୍ବା ସବ୍ସ୍କ୍ରିପ୍ସନ୍ କିଣିବା ପାଇଁ ଗେମିଂ କମ୍ପାନୀ ଟଙ୍କା ମାଗେ। ଯେଉଁ କାରଣରୁ ଅନେକ ସମୟରେ ପିଲାମାନେ ଚୋରାଇ ଅନଲାଇନ୍ ନେଟ୍ବ୍ୟାଙ୍କିଂ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହା କିଣନ୍ତି । ମଧ୍ୟପ୍ରଦେଶ ସରକାର କେତେକ ଅନଲାଇନ୍ ଗେମ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
କିନ୍ତୁ ଏବେ ବି ଅନେକ ଗେମ୍ସ ଖେଳୁଛନ୍ତି ପିଲା । ଏହା ଉପରେ ସରକାର କଠୋର ପ୍ରତିବନ୍ଧକ ଲଗାଇବାକୁ ମୃତକଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)