Advertisment

ଖାଲି ଗିରଫ କରିଦେଲେ, ତାପରେ ଆଉ ତଦନ୍ତ ନାହିଁ ! ଖାଲି ଫଟୋ ବାହାରୁଛି..

ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।

ଅଦ୍ୟତନ ହୋଇଛି
 Lady Blackmailer Archana Nag

Tara On Archana

Advertisment

କହୁ କହୁ କହିଦେଲେ ! କଂଗ୍ରେସ ର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି କହୁ କହୁ କହିଦେଲେ, ଅର୍ଚ୍ଚନା ନାଗ ଜାଲରେ ବହୁ ନେତା ଫସିଛନ୍ତି । ବିଜେଡିବିଜେପି ର ବହୁ ନେତା ଏଥିରେ ସାମିଲ । ବିଜେଡି ପାଖରେ ଅର୍ଥ ରହିଛି ତେଣୁ ସେ ସବୁ ଅର୍ଚ୍ଚନାଙ୍କ ପାଖରେ ଖର୍ଚ୍ଚ ହୋଇଛି । ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।

Advertisment

ସେପଟେ ଅର୍ଚ୍ଚନା ନାଗ ଙ୍କ ସହ ଗଦା ଗଦା ମନ୍ତ୍ରୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର। ଅର୍ଚ୍ଚନା ହେଉଛି ଅଳିଆ ଗଦା, ଯିଏ ନିଆଁ ଖାଇଛି ସେ ଭୋଗିବ। ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡି ନାହାନ୍ତି । ପ୍ରଦୀପ ପାଣିଗ୍ରାହୀ ଏହାର ଉଦାହରଣ ବୋଲି କହି କଟ୍ଟାକ୍ଷ କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର।

ଅଧିକ ପଢ଼ନ୍ତୁ: ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍

ସେପଟେ ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇଥିବା ମାୟାବିନୀ ଅର୍ଚ୍ଚନା ନାଗ୍ ଏବେ ଆଇନଜାଲରେ ପଡ଼ି ଛଟପଟ । ହନିଟ୍ରାପ୍, ବ୍ଲାକମେଲ୍, ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଥିବା ବେଳେ ଜେଲ୍‌ରୁ ମୁକୁଳିବାର ବାଟ ଖୋଜୁଛି ଅର୍ଚ୍ଚନା । ହେଲେ ତାକୁ ନିରାଶ ହେବାକୁ ପଡ଼ିଛି । କାରଣ ଭୁବନେଶ୍ୱର SDJMଙ୍କ କୋର୍ଟ ତାର ଜାମିନ ଖାରଜ କରିଦେଇଛନ୍ତି। ଏସବୁ ଭିତରେ ଅର୍ଚ୍ଚନାର କଳାଧନ ଅର୍ଜିବାର ପନ୍ଥା ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟାର ହେବା ସହ EDକୁ ତଦନ୍ତଭାର ଦେବାକୁ ଦାବି ହୋଇଛି ।

Advertisment

ଅର୍ଚ୍ଚନା ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଆଉ ଏଥିରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସ୍ । ଏବେ ଲେଡି ବ୍ଲାକମେଲର୍ ଝାରପଡ଼ା ଜେଲରେ ରହିଛି । ଏବେ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଜେଲରେ ହିଁ ରହିବ । 

ଅନ୍ୟପଟେ ପୋଲିସ ତଦନ୍ତର ଗତି କଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏସମ୍ପର୍କରେ ନା ପୋଲିସ କିଛି କହୁଛି ନା କୌଣସି ସ୍ପଷ୍ଟ ସୂଚନା ମିଳିପାରୁଛି । କେବଳ ଯାହା ମାଳ ମାଳ ଫଟୋ ସବୁ ସାମ୍ନାକୁ ଆସୁଛି, ହାଇପ୍ରୋଫାଇଲ ନେତା ମନ୍ତ୍ରୀଙ୍କ ଲିଙ୍କକୁ ନେଇ ନାନା ଚର୍ଚ୍ଚା ହେଉଛି । ଅଥଚ ଗିରଫ ପରଠୁ ତଦନ୍ତ ପ୍ରକ୍ରିୟା ଏକପ୍ରକାର ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି ।

Advertisment
Odisha Politics Tara Prasad Bahinipati Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ