• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଙ୍କ ଜାମିନ୍‌ ଖାରଜ । ରହସ୍ୟମୟୀଙ୍କୁ ମିଳିଲାନି ଜାମିନ୍‌ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଆଉ ଏଥିରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସ୍ । ଏବେ ଲେଡି ବ୍ଲାକମେଲର୍ ଝାରପଡ଼ା ଜେଲରେ ଅଛନ୍ତି । ଏବେ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଜେଲରେ ହିଁ ରହିବେ । 

ଅନ୍ୟପଟେ ପୋଲିସ ତଦନ୍ତର ଗତି କଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏସମ୍ପର୍କରେ ନା ପୋଲିସ କିଛି କହୁଛି ନା କୌଣସି ସ୍ପଷ୍ଟ ସୂଚନା ମିଳିପାରୁଛି । କେବଳ ଯାହା ମାଳ ମାଳ ଫଟୋ ସବୁ ସାମ୍ନାକୁ ଆସୁଛି, ହାଇପ୍ରୋଫାଇଲ ନେତା ମନ୍ତ୍ରୀଙ୍କ ଲିଙ୍କକୁ ନେଇ ନାନା ଚର୍ଚ୍ଚା ହେଉଛି । ଅଥଚ ଗିରଫ ପରଠୁ ତଦନ୍ତ ପ୍ରକ୍ରିୟା ଏକପ୍ରକାର ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ଝାରପଡ଼ା ଜେଲରେ ଫିଟିବ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ !

କାରଣ ସ୍ୱଚ୍ଛ ଉପାୟରେ ଆଖିଦୃଶିଆ ରୋଜଗାରର ପନ୍ଥା ନଥିବା ଅର୍ଚ୍ଚନା ଆଉ ସ୍ୱାମୀ ଜଗବନ୍ଧୁ ଚାନ୍ଦ କାହା ଛତ୍ରଛାୟାରେ ଏତେବଡ଼ ସାମ୍ରାଜ୍ୟ ତିଆରି କଲେ? କାହା ଇସାରାରେ ଚାଲୁଥିଲା ନାଗ-ଚାନ୍ଦ ଦମ୍ପତିଙ୍କ ଅପରାଧିକ ସିଣ୍ଡିକେଟ୍? ଭାଇରାଲ୍ ଫଟୋରେ ଥିବା ମାଳ ମାଳ ନେତା, ସରକାରୀ ଅଧିକାରୀ, ଠିକାଦାରଙ୍କ ଭୂମିକା କଣ? ସେନେଇ ପୋଲିସ କଣ ଖୋଳତାଡ଼ କରୁଛି, ସେଥିରେ କୌଣସି ସ୍ପଷ୍ଟତା ଆସୁନି । ତେଣୁ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପୋଲିସ ତଦନ୍ତ କୁଆଡ଼େ ଯାଉଛି ? ମାମଲାରେ ବହୁ ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବାରୁ ପୋଲିସ ହାତେ ମାପି ଚାଖଣ୍ଡେ ଚାଲୁନି ତ ବୋଲି କୁହାଯାଉଛି  ।