• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚଳିତ ମାସ ଶେଷରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ତାସହ ଆସନ୍ତାକାଲି ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ ।

ପରେ ୧୫ ତାରିଖରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ୨୨ ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ମଧ୍ୟ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ବଡ଼ କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି । ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ।

ଏହି ଗସ୍ତ ଅବସରରେ ଉଭୟ ନେତା କହିଛନ୍ତି ଓଡ଼ିଶାରେ ଏଥର ବିଜେପି ନିଶ୍ଚିତ ରୂପେ ସରକାର ଗଢ଼ିବ । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତକାଲି କହିଥିଲେ, ଓଡ଼ିଶାରେ ହେବ ଡବଲ ଉଞ୍ଜିନ ସରକାର । ୮୦ ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ ରୁ ଅଧିକ ସାଂସଦ ମଧ୍ୟ ଜିତିକି ଆସିବେ ।

ସେହିପରି ସହ ପ୍ରଭାରୀ କହିଥିଲେ ଜଗନ୍ନାଥଙ୍କ ଭୂମିକୁ ଆସି ବହୁତ ଖୁସି ଲାଗୁଛି । ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି । ମହିଳାମାନେ ଆମ ସହିତ ଅଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳାମାନଙ୍କର ସବୁଠୁ ବଡ଼ ଅବଦାନ ରହିବ ।

ଏହା ସତ କଥା ଯେ ସଂସଦରେ କିଛି ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ କରିଛି । କିନ୍ତୁ ତାହା ମାନେ ନୁହେଁ ଆମେ ତାଙ୍କ ସହ ମିଶିକି ଅଛୁ । ସେମିତି ପୂର୍ବରୁ ଚନ୍ଦ୍ର ଶେଖର ରାଓ ବି କରିଥିଲେ ଏବଂ ଅନ୍ୟ ଦଳମାନେ ବି କରିଛନ୍ତି । ପ୍ରସଙ୍ଗ ଭିତ୍ତିରେ ସହମତି ଦେଇଥାନ୍ତି । ତେଣୁ ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ ଏବଂ ସରକାର ଗଢିବା ପାଇଁ ଲଢ଼ିବ । ରାମ ମନ୍ଦିର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଆମେ ଏଠି ସରକାର ଗଢିବାରେ ସମର୍ଥ ହେବୁ ବୋଲି କହିଥିଲେ ସହ ପ୍ରଭାରୀ ।