Advertisment

Rekha Gupta CM: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପ୍ରବେଶ ବର୍ମା ଡେପୁଟୀ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବୁଧବାର ବିଜେପି ବିଧାୟକ ଦଳର ବୈଠକ ପରେ ରେଖାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Rekha gupta

Rekha gupta

ଦିଲ୍ଲୀରମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବୁଧବାର ବିଜେପି ବିଧାୟକ ଦଳର ବୈଠକ ପରେ ରେଖାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି। ନୂଆଦିଲ୍ଲୀର ଶାଲିମାର ବାଘ ଅଞ୍ଚଳରୁ ଆସୁଥିବା ରେଖା ୩ ଥରର ବିଧାୟିକା ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ ଜାୟାଣ୍ଟ କିଲର ତତା ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇବା ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି। ବୁଧବାର ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ହୋଇଥିବା ବୈଠକରେ ଏହି ଦୁଇ ନାମରେ ମୋହର ବାଜିଥିଲା। ଗୁରୁବାର ଉଭୟ ନେତା ଶପଥ ନେବେ ବୋଲି ଜଣାପଡିଛି।

Advertisment

ଅଧିକ ପଢନ୍ତୁ: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା

୧୯୭୪ ମସିହାରେ ହରିଆଣାର ଜୁଲାନାରେ ରେଖାଙ୍କ ଜନ୍ମ। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ୫୧ ବର୍ଷୀୟା ରେଖା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସଭାପତି ହୋଇଥିବା ବେଳେ ଦିଲ୍ଲୀ କାଉନସିଲର ନିର୍ବାଚନରେ ୨୦୦୭ରେ ଭାଗ ନେଇଥିଲେ। ୨୦୦୭ ଓ ୨୦୧୨ରେ ଦୁଇ ଦୁଇ ଥର ସେ ଦିଲ୍ଲୀର କାଉନସିଲର ମଧ୍ୟ ରହିଥିଲେ।

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଳୀରେ କ୍ଷମତା ହାସଲ କରିବାରେ ସକ୍ଷମ ହୋଇଥିଲା ବିଜେପି। କ୍ରମାଗତ ତୃତୀୟ ଥର କ୍ଷମତା ହାତେଇବା ଲକ୍ଷ୍ୟରେ ଥିବା ଆପକୁ ମାତ ଦେଇଥିଲା । ବିଜେପି ୪୮ ଓ ଆପ ୨୨ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରି ନ ଥିଲା।

Advertisment

ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଭାରୀ ଦାୟିତ୍ବ ତୁଲାଇଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହଯୋଗରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଆଣିବା ପାଇଁ ପ୍ରସ୍ତୁତ ହୋଇଥିଲା ରଣନୀତି। ଦୁର୍ନୀତିକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଥିବା ଜନ ଆକ୍ରୋଶ ବିଜେପିକୁ କ୍ଷମତାକୁ ଫେରିବାରେ ସାହାଯ୍ୟ କରିଥିଲା। ମଦ ଦୁର୍ନୀତି, ଜଳ ବୋର୍ଡରେ ବ୍ୟାପକ ଦୁର୍ନୀତି, ମହଲା ହେଲଥ୍ ସ୍କିମରେ ହୋଇଥିବା ବ୍ୟାପକ ଦୁର୍ନୀତି ଆପକୁ ଅଡୁଆରେ ପକାଇଥିଲା ।

ଅଧିକ ପଢ଼ନ୍ତୁ:  ୭ ଷ୍ଟାର୍ ହୋଟେଲରେ ଭାରତୀୟ ଲୁକ୍‌ରେ ଭାଇରାଲ୍ ଗାର୍ଲ ମୋନାଲିସା

Delhi Delhi CM
Advertisment
Advertisment