Advertisment

Previous BJD Govt Shielded Criminals: BJDକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ-'ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା ପୂର୍ବ ସରକାର'

କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।

Previous BJD Govt Shielded Criminals

Previous BJD Govt Shielded Criminals

Advertisment

ପୂର୍ବ ସରକାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା । ରାଜନୈତିକ କାର୍ଯ୍ୟକ୍ରମରେ ପୋଲିସକୁ ବ୍ୟବହାର କରିବା ସହ ପୁଞ୍ଜିପତି, ବ୍ୟବସ୍ୟାୟୀ ଓ ଅପରାଧୀଙ୍କୁ ସୁରକ୍ଷା ଦେଉଥିଲା ବିଜେଡି ସରକାର। ହେଲେ ପୋଲିସ କର୍ମଚାରୀମାନଙ୍କ ସମସ୍ୟା ବୁଝୁନଥିଲା । ଏମିତିକି ପୋଲିସ ସଂଘ ଭାଙ୍ଗିବା ସହ ନିର୍ବାଚନ ମଧ୍ୟ କରାଇ ଦେଇନଥିଲା। ବାରମ୍ବାର ସଂଘର କର୍ମକର୍ତ୍ତା ଦାବି କରିଥିଲେ ମଧ୍ୟ ଶୁଣିନଥିଲେ। 

Advertisment

ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି ଗତକାଲି କଟକରେ ଆୟୋଜିତ ହାବିଲଦାର ମହାସଂଘର ବାର୍ଷିକ ଉତ୍ସବରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ହେଲେ ଆମ ସରକାର ଆସୁ ଆସୁ ପୋଲିସ ସଂଘ ନିର୍ବାଚନ କରାଇଲା । ଏହାସହ ପୋଲିସ ଆଗାମୀ ଦିନରେ ମୁକ୍ତ ଭାବେ କାମ କରିବ । ସେଥିପାଇଁ ସମସ୍ତ ସହଯୋଗ ସରକାର ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

Advertisment

ଅନ୍ୟପଟେ ପୋଲିସ କର୍ମଚାରୀଙ୍କୁ ଏକ ମାସ ଦରମା ଅଧିକ ଦେବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ହୋଇଛି । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ସେ କହିଛନ୍ତି, ପୋଷାକ ଭତ୍ତା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି ନେଇ ଘୋଷଣା କରୁଛି ।ଗାଡ଼ି ବାବଦ ଭତ୍ତା ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ । କନଷ୍ଟେବଲ୍ ମହାସଂଘର କାର୍ଯ୍ୟାଳୟକୁ ନୂତନ ଭାବେ ନିର୍ମାଣ କରାଯିବ । ଶିଳ୍ପ ସୁରକ୍ଷା ପାଇଁ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ୬ଟି OISF ବାଟାଲିୟନ୍ । OISFରେ ୬ ହଜାର ନିଯୁକ୍ତି ସୃଷ୍ଟି କରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

BJD Police Criminals BJD Govt Political Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ