Advertisment

Pravat Biswal: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

ଅଦ୍ୟତନ ହୋଇଛି
undefined

କିଏ କଂସ, କିଏ ରାବଣ

Advertisment

ବିଜେଡିରେ ଗଞ୍ଜାମ ଓ ଯାଜପୁର ଯାଦୁ ଏବେ କଟକକୁ ଗ୍ରାସ କଲାଣି । ଦଳ ଭିତରେ ଅସନ୍ତୋଷ ତୀବ୍ର । ବରିଷ୍ଠ ନେତା ସିଧାସଳଖ ବିଦ୍ରୋହ ଆରମ୍ଭ କଲେଣି । ଗତକାଲି ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ରାଜନୀତିରେ କଂସ ଓ ରାବଣ ଉପାଖ୍ୟାନ କହି ଦଳ ଭିତରର କୁଚକ୍ରୀ ଗୋଷ୍ଠୀକୁ ଟାର୍ଗେଟ୍ କରିଛନ୍ତି । ବିଜେଡି ଯଦିଓ ସଂଗଠିତ ଥିବା କଥା କହୁଛି, କିନ୍ତୁ କଟକ ଗଡବଡ଼ି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ।

Advertisment

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି । ସବୁ କଥା ସବୁ ସମୟରେ କହିହେବନି କିନ୍ତୁ ପ୍ରଭୁ ଜଗନ୍ନାଥ ଦୁରାଚାରୀଙ୍କ କଥା ବିଚାର କରିବେ। କଟକର ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଏଭଳି ବୟାନ ଦେଇଛନ୍ତି କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ କାହାକୁ ଇଙ୍ଗିତ କରି ପ୍ରଭାତ ଏପରି କଥା କହିଛନ୍ତି ତାହା ଯଦିଓ ସ୍ପଷ୍ଟ ହୋଇନି କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ କଟକ ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନି। ଗୋଷ୍ଠୀ କନ୍ଦଳ ତୀବ୍ର ହେଲାଣି। ପୂର୍ବରୁ ମଧ୍ୟ ପ୍ରଭାତ ଅନେକ ସଭା ମଞ୍ଚରେ ଦଳୀୟ ନେତାଙ୍କ କୁଚକ୍ରାନ୍ତ ବିଷୟରେ କହି ଟାର୍ଗେଟ କରିଛନ୍ତି। ଅପରପକ୍ଷେ ପ୍ରଭାତଙ୍କ ରାବଣ-କଂସ ଉପାଖ୍ୟାନକୁ ନେଇ ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ହେଲା, ଏହା ଘର ଭିତରର କଥା ।

ଅଧିକ ପଢ଼ନ୍ତୁ: ବିହାର ପରୀକ୍ଷା ଦୁର୍ନୀତି, ଆମରଣ ଅନଶନରେ ପ୍ରଶାନ୍ତ କିଶୋର

ଗଞ୍ଜାମଯାଜପୁର ପରେ ଏବେ କଟକ ବିଜେଡିରେ କନ୍ଦଳ ତୀବ୍ର । ବିପର୍ଯ୍ୟୟ ପରେ ସେଇ ପୁରୁଣା ନେତାଙ୍କୁ ପୁଣି ଦାୟିତ୍ବକୁ ସହଜରେ ହଜମ କରିପାରୁ ନାହାନ୍ତି ନେତା। ଗୋଟିଏ ପଟେ ଦଳ ଆସନ୍ତା ୬ ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ ବିଶାଳ ସମାବେଶ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛି, ଅନ୍ୟପଟେ ନେତା ନେତାଙ୍କ ଭିତରେ ଗୋହି ଖୋଳାଖୋଳି। ବିଶେଷ କରି ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ, ରାଜା ସ୍ବାଇଁ, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ବରିଷ୍ଠ କଟକିଆ ନେତା ଦଳୀୟ ପରିଚାଳନା ଦାୟିତ୍ବକୁ ନେଇ ନାଖୁସ୍ ଅଛନ୍ତି। ଯେଉଁଥିପାଇଁ ଦଳରେ ବିଭାଜନ ଜଳ ଜଳ ଦେଖାଦେଲାଣି। କିନ୍ତୁ ଦଳ କହୁଛି ଆମେ ସଂଗଠିତ ଅଛୁ। କଟକ ବିଜେଡିରେ ଫାଟ ବଢୁଥିବା ବେଳେ ମୁଖିଆ କେମିତି ଏହାକୁ ମ୍ୟାନେଜ କରିବେ ତାହା ବଡ଼ ଚାଲେଞ୍ଜ ।

Advertisment

ଅଧିକ ପଢ଼ନ୍ତୁ: ଶପଥ ପାଠର ୧୦ ଦିନ ପୂର୍ବରୁ ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ !

Odisha BJD Cuttack Former MLA Pravat Biswal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ