Advertisment

ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Padmapur Bypoll

ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍‌ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: ୫ରେ ଭୋଟ୍‌, ୮ରେ ଗଣତି

ଏହା ପୂର୍ବରୁ ଚାଷୀଙ୍କୁ ଶୀଘ୍ର ଫସଲ ବୀମା ରାଶି ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭେଟି ଦାବି ଜଣାଇବା ପରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଦଳର କୃଷକ ସେଲ୍ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।

ସେ ଅଭିଯୋଗ କରିଛନ୍ତି ଓଡିଶା ସରକାର ଓ ବୀମା କଂପାନି ଚାଷୀଙ୍କ ସହ ଚଂଚକତା କରିଛନ୍ତି । ସେପଟେ ସମାନ ପ୍ରସଙ୍ଗରେ ବିଜେଡି ବରଗଡ଼ ରେ ଏକ ପ୍ରେସ୍ କନଫରେନ୍ସ କରି କେନ୍ଦ୍ର ସରକାରଙ୍କୁ କଡା ସମାଲୋଟନା କରିଛି । ଫସଲ ବୀମା ଯୋଜନାର ବିଫଳତାକୁ ବିଜେପି ରାଜ୍ୟ ମୁଣ୍ଡରେ ଲଦୁଛି ବୋଲି ପାଲଟା ଅଭିଯୋଗ କରିଛି ବିଜେଡି । ଏହା କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ତୁରନ୍ତ ବୀମା ଅର୍ଥ ନପାଇଲେ ପଶ୍ଚିମ ଓଡିଶାର ଚାଷୀ ବିଜେପିକୁ କ୍ଷମା କରିବେନି ବୋଲି ବିଜେଡି କହିଛି ।

Advertisment

ସେପଟେ ଧାମନଗର ଉପନିର୍ବାଚନରେ ପରାଜିତ ହେବା ପରେ ବିଜେଡିରେ ଚେତା ପଶିଛି । ପଦ୍ମପୁରକୁ ଗୁରୁତ୍ୱର ସହ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ଏନେଇ ଦଳୀୟ ନେତାଙ୍କ ସହ ନବୀନ ରୁଦ୍ଧଦ୍ୱାର ବୈଠକ କରି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ରଙ୍କ ଭଳି ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ ମାଳ ମାଳ ମନ୍ତ୍ରୀ, ବିଧାୟକଙ୍କୁ ପ୍ରତି ପଂଚାୟତ ଜଗିବା ପାଇଁ କୁହାଯାଇଛି । ଦଳରୁ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ପୁତୁରୁ ବୋହୂ ମାଧବୀ ସିଂ ବରିହା ଟିକଟ୍ ଆଶାୟୀ ଅଛନ୍ତି ।

ସେପଟେ କଂଗ୍ରେସ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ସୁପାରିଶ କରିଥିଲା । ସେମାନଙ୍କ ମଧ୍ୟରୁ ରେସ୍‌ରେ ଆଗରେ ରହିଛନ୍ତି ପଦ୍ମପୁରର ପୂର୍ବତନ କଂଗ୍ରେସ୍ ବିଧାୟକ ସତ୍ୟଭୂଷଣ ସାହୁ । ବିଧାୟକ ତାରା ବାହୀନିପତି ମଧ୍ୟ ସତ୍ୟଭୂଷଣଙ୍କ ପାଇ ଲବି କରିଛନ୍ତି । ସତ୍ୟଭୂଷଣ କହିଛନ୍ତି ନିର୍ବାଚନ ଲଢିବାକୁ ସେ ଆଶାୟୀ କିନ୍ତୁ ତାଙ୍କ ପାଖରେ ସମ୍ବଳ ନାହିଁ । ସେପଟେ ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ।

BJD BJP Congress Odisha Politics padmapur-bypoll
Advertisment
Advertisment