Advertisment

ବିଜେଡି ପାଇଁ ପଦ୍ମପୁର ଚିନ୍ତା ! ଖୋଲାଖୋଲି ଆଶାୟୀ କହିଲେଣି ଆମର ଟିକଟ ଆଶା

ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି ।

ଅଦ୍ୟତନ ହୋଇଛି
Padmapur Bypoll

padmapur bypoll

Advertisment

ଧାମନଗର ଉପନିର୍ବାଚନ ତ ସରିଗଲା । ହେଲେ ଏଯାଏଁ ପରାଜୟର ଭୟ ମନରୁ ଲିଭିନି । କେଉଁଠି କ’ଣ ରହିଲା ଭୁଲ୍‌ ସେନେଇ ଦଳ ଚିନ୍ତା ବି କରିପାରୁନି । ତେଣେ ମୁଣ୍ଡ ଉପରେ ପଦ୍ମପୁର ନିର୍ବାଚନ । କ’ଣ କରିବ ଦଳ । ଏଠି ବି ବିଜେଡି ପାଇଁ ସେହି ସମାନ ସମସ୍ୟା । କାହାକୁ କରାଯିବ ପ୍ରାର୍ଥୀ ? କାରଣ ଧାମନଗର ଭଳି ଏଠାରେ ବି ଆଶାୟୀ ସଂଖ୍ୟା ଢ଼େର ।

Advertisment

ଧାମନଗରରେ ରେସ୍‌ରେ ଥିବା ପ୍ରାର୍ଥୀଙ୍କୁ ଏଡ଼ାଇ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ଏହି ଷ୍ଟ୍ରାଟେଜୀ ଫ୍ଲପ୍‌ ମାରିଥିଲା । ରେସ୍‌ର ସବୁଠୁ ଆଗରେ ଥିବା ରାଜୁ ଦାସ ଦଳରେ ବିଦ୍ରୋହ କରି ସ୍ୱାଧୀନ ଭାବେ କରିଥିଲେ ନାମାଙ୍କନ । ଆଉ ଆବନ୍ତୀ ଦାସଙ୍କୁ ନେଇ ବିଜେଡି କରିଥିବା ସବୁ ଷ୍ଟ୍ରାଟେଜୀ ଫ୍ଲପ୍‌ ମାରିଥିଲା । ତେଣୁ ବିଜେଡି ପାଇଁ ଏହି ବିଦ୍ରୋହର ଭୟ ପଦ୍ମପୁରରେ ବି ରହିଛି । କଳେ ଅସନ୍ତୁଷ୍ଟ ହେବେନି ମ୍ୟାନେଜ୍ । ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି ।

ଅଧିକ ପଢ଼ନ୍ତୁ: ମିଶନ୍‌ ପଦ୍ମପୁର; ଧାମନଗର ଝଟକା ପରେ ବଦଳିଲା ବିଜେଡିର ଷ୍ଟ୍ରାଟେଜି

ତେବେ ଏଠାରେ ବିଜେଡିରେ ଆଶାୟୀ ପ୍ରାର୍ଥୀ ବଢ଼ି ବଢ଼ି ଚାଲିଛନ୍ତି । ସେମାନେ ଖୋଲା ଖୋଲି ଟିକଟ ଆଶା ରଖିଥିବା କହିଲେଣି । ଯାହାକି ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା କିଛିଦିନ ତଳେ ଟିକେଟ୍ ମିଳିଲେ ଲଢ଼ିବେ ବୋଲି କହିଥିବାବେଳେ ଏବେ ବିଜୟ ରଞ୍ଜନଙ୍କ ପରିବାରର ଆଉ ଜଣେ ସଦସ୍ୟ ତଥା ପୁତୁରା ବୋହୁ ମାଧବୀ ସିଂ ବରିହା ବି ଟିକେଟ୍ ଆଶାୟୀ ଥିବା କହିଲେଣି । ଯାହା ଫଳରେ ବିଜେଡି ସାମାନ୍ୟ ଅଡ଼ୁଆରେ ପଡିଛି । ବିଜେଡି ଏ ଦୁହିଁଙ୍କ ମଧ୍ୟରୁ କାହାକୁ ଟିକଟ ଦେବ ନା ଅନ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।

Advertisment

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିକଂଗ୍ରେସ ମଧ୍ୟ ଚାଳାଇଛନ୍ତି ପ୍ରାର୍ଥୀ ଚୟନ କସରତ। ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଟିକେଟ୍ ପାଇବା ଏକ ପ୍ରକାର ନିଶ୍ଚିତ ମନେ ହେଉଥିବା ବେଳେ କଂଗ୍ରେସ କହିଛି ଆମର ବି ଭଲ ପ୍ରର୍ଥୀ ଅଛନ୍ତି ।

BJD BJP Congress Odisha Politics padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ