Advertisment

ଲଗାତର ବିରୋଧ ପରେ, ବଦଳିଲା କି ପାଣ୍ଡିଆନ୍‌ଙ୍କ ଜିଲ୍ଲା ଗସ୍ତ ଷ୍ଟାଇଲ୍ !

ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।

ଅଦ୍ୟତନ ହୋଇଛି
undefined

VK Pandian

Advertisment

5T ସଚିବଙ୍କ ଗସ୍ତ ନେଇ ବଢୁଛି ସରକାରଙ୍କ ଅଡୁଆ । ଗୋ-ବ୍ୟାକ୍ ନାରା ପରେ ଟେନ୍‌ସନ୍‌ରେ ପାଣ୍ଡିଆନ । ଚାପରେ ବଦଳିଲା କି ଆଭିମୁଖ୍ୟ ? ପଲିଟିକାଲ୍ ଷ୍ଟାଇଲ୍ ଗସ୍ତକୁ ଅଭିଯୋଗ ଶୁଣାଣିର ରୂପ ଦେବାକୁ ଉଦ୍ୟମ । ପ୍ରଥମେ ପ୍ରଥମେ ଯେତେବେଳେ ଫାଇଭ୍-ଟି ସଚିବ ଜିଲ୍ଲା ବୁଲିବା ଆରମ୍ଭ କଲେ, ସବୁକିଛି ସ୍ୱାଭାବିକ ଥିଲା। କିନ୍ତୁ ପରେ ପରେ ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ,  ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲା ଗସ୍ତ ବେଳେ କେଉଁଠି ବିରୋଧୀ କଳା ପତାକା ଦେଖାଇଲେ ତ ଆଉ କେଉଁଠି କାରକେଡ୍ ଉପରକୁ ହେଲା ଅଣ୍ଡାମାଡ଼। କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।

Advertisment

ତେବେ ଗସ୍ତ କାର୍ଯ୍ୟକ୍ରମ କିନ୍ତୁ ବନ୍ଦ ହୋଇନି । ବରଂ ଅତି ଚାଲାକର ସହ ରାଜନୈତିକ ଷ୍ଟାଇଲରେ ହେଉଥିବା କାର୍ଯ୍ୟକ୍ରମକୁ ଜନ ଅଭିଯୋଗ ଶୁଣାଣିର ରୂପ ଦେବାକୁ ଉଦ୍ୟମ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ସମୀକ୍ଷା କାର୍ଯ୍ୟକ୍ରମରୁ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି। ଯେଉଁଥିରେ ଖୋଦ୍ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା CMOକୁ ଲୋକଙ୍କ ଅଭିଯୋଗର ସିଧାସଳଖ ଶୁଣାଣି ପାଇଁ ବିଭିନ୍ନ ଜିଲ୍ଲାକୁ ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଫିସରମାନଙ୍କୁ ମଧ୍ୟ ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାକୁ ଯିବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କ କଥା କହିଥିବା ବେଳେ କିନ୍ତୁ ଜିଲ୍ଲା ଗସ୍ତରେ କେବଳ ଜଣେ ଅଫିସରଙ୍କୁ ପ୍ରମୁଖ ଭାବେ ଦେଖିବାକୁ ମିଳୁଛି। ସେହିପରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏବେ ସୁଦ୍ଧା ୨୦ଟି ଜିଲ୍ଲାରୁ ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା କୁହାଯାଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି ଏହା ଜନଶୁଣାଣି ନୁହେଁ ଜନସଭା। ବିଡିଓଙ୍କଠାରୁ ମୁଖ୍ୟଶାସନ ସଚିବଙ୍କ ପର୍ଯ୍ୟନ୍ତ ଜନଶୁଣାଣି ହେଉଛି। ତେଣୁ ଏହାର କଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ସେପଟେ ମୁଖ୍ୟମନ୍ତ୍ରୀ ନିଜେ କାହିଁକି ଜନଶୁଣାଣି ପାଇଁ ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।

ବଡ଼ ପ୍ରଶ୍ନ 5T ସଚିବଙ୍କ ପଲିଟିକାଲ୍ ଷ୍ଟାଇଲ ସଭାକୁ କାହିଁକି ଜନ ଅଭିଯୋଗ ଶୁଣାଣିର ଆଖ୍ୟା ଦିଆଗଲା? ପାଣ୍ଡିଆନ୍ ୨୦ଟି ଜିଲ୍ଲା ବୁଲିବାପରେ ହଠାତ୍ କାହିଁକି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କଥା ମନେ ପଡ଼ିଲା ? ଯଦି ସିଏମଓ ଜନଶୁଣାଣି ପାଇଁ ଯାଉଥିବା କୁହାଯାଉଛି, ତେବେ ଜଣେ ନିର୍ଦ୍ଦିଷ୍ଟ ଅଫିସର୍ କାହିଁକି?

Advertisment

5T ସଚିବଙ୍କୁ ସୁରକ୍ଷା ଦେବା ପାଇଁ ନାନା ପ୍ରକାର ଫନ୍ଦି ଫିକର ହେଉଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇଲେ, କିଛିଦିନ ତଳେ ସିଏମଙ୍କ ଭିଡିଓ ବାର୍ତ୍ତା ଦେଖାଇଲେ, ଆଉ ଗତକାଲି ସମୀକ୍ଷା ବୈଠକ କଲେ। ଏତେ ସବୁ ସତ୍ତ୍ୱେ ଫାଇଭ ଟି ସଚିବଙ୍କ ଗସ୍ତ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ନଜର।

BJD BJP Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ