Advertisment

ବେଦାନ୍ତ ମାମଲାରେ ‘ସୁପ୍ରିମ୍’ ଭର୍ତ୍ସନା ପରେ ବିରୋଧୀଙ୍କ ଟାର୍ଗେଟ

ବୁଧବାର ବହୁ ପ୍ରତୀକ୍ଷିତ ବେଦାନ୍ତ ମାମଲାର ରାୟ ଶୁଣାଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଛେଦ ଟାଣିଥିଲେ ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court

SupremeCourt

Advertisment

ବେଦାନ୍ତକୁ ନେଇ ପୁଣି ବିବାଦରେ ବିଜେଡି ସରକାର। ସୁପ୍ରିମକୋର୍ଟ ଙ୍କ କଡ଼ା ଭର୍ତ୍ସନା ପରେ ସରକାରଙ୍କ ସ୍ୱ ଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଖାଇ କହିଛନ୍ତି ବେଦାନ୍ତ ପ୍ରତି ଅହେତୁକ ଅନୁକଂପା ଦେଖାଇଛନ୍ତି ରାଜ୍ୟ ସରକାର। ଏମିତିକି କଂପାନୀ ସହ ମିଶି ସରକାର ଚାଷୀଙ୍କ ଜମି ହଡ଼ପ କରିବାକୁ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି କେଉଁ ସ୍ବାର୍ଥ ପାଇଁ ସରକାର ବେଦାନ୍ତକୁ ଏଭଳି ଅହେତୁକ ଅନୁକଂପା ଦେଖାଉଥିଲେ? ସୁପ୍ରିମକୋର୍ଟରେ କୌଣସି ସରକାର ଏମିତି ଅପଦସ୍ଥ ହୋଇନଥିଲେ। ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ। ନହେଲେ ୧୫ରୁ ୨୦ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିବ କଂଗ୍ରେସ।

ଜବାବରେ ବିଜେଡି, ବିଜେପି କୋର୍ଟକୁ ବଲ୍ ଫିଙ୍ଗି ଥିବା ବେଳେ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି କାହିଁକି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସସ୍ମିତ କହିଥିଲେ ଦଳ ଯେତିକି କହିଛି ସେତିକି ପ୍ରତିକ୍ରିୟା ରଖିବି।

Advertisment

ବୁଧବାର ବହୁ ପ୍ରତୀକ୍ଷିତ ବେଦାନ୍ତ ମାମଲାର ରାୟ ଶୁଣାଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଛେଦ ଟାଣିଥିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ଜମି  ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ଓ ଚାଷୀଙ୍କୁ ଜମି ଫେରାଇବା ପାଇଁ ହାଇକୋର୍ଟ ୨୦୧୦ରେ ଯେଉଁ ରାୟ ଦେଇଥିଲେ ସର୍ବୋଚ୍ଚ କୋର୍ଟ ତାକୁ କାଏମ ରଖିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ବେଦାନ୍ତକୁ ସମସ୍ତ କର ଛାଡ ସହ ମାଗଣା ପାଣି ଆଉ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ। 

ବେଦାନ୍ତକୁ ରାଜ୍ୟ ସରକାର ଦେଖାଇଥିବା ଏଭଳି ଅହେତୁକ ଅନୁକଂପା ଗ୍ରହଣ ଯୋଗ୍ୟ ନୁହେଁ। ଏହା ଭାରତୀୟ ସମ୍ବିଧାନର ଧାରା ୧୪ର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପ୍ରସ୍ତାବିତ ଜମିରେ ଦୁଇଟି ନଦୀ ଏବଂ ପ୍ରାୟ ପାଞ୍ଚ ଶହ ଏକର ଗୋଚର ଜମି ଯାହା ଉପରେ ସର୍ବ ସାଧାରଣଙ୍କର ଅଧିକାର ରହିଥିବା ବେଳେ, ସରକାର କେମିତି ତାକୁ ବେଦାନ୍ତକୁ ଦେବା ପାଇଁ ଚିନ୍ତା କଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।

Advertisment

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରସ୍ତାବିତ ଜମିକୁ ଲାଗି ଏକ ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଥିବା ସତ୍ତ୍ବେ ସରକାର ସେ ଦିଗରେ କେମିତି ଚିନ୍ତା କଲେ ନାହିଁ ବୋଲି ମଧ୍ୟ ପଚାରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧିଗ୍ରହଣ ହୋଇଥିବା ଜମି ଯଥାଶୀଘ୍ର ସରକାର ଚାଷୀମାନଙ୍କୁ ଫେରାଇବାକୁ ଦାବି କରିଛନ୍ତି ଆବେଦନକାରୀ।

ପୁରୀ ରେ ଅତ୍ୟାଧୁନିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତ ସହ ୨୦୦୬ରେ ଏମଓୟୁ କରିଥିଲେ ରାଜ୍ୟ ସରକାର। ଏଥିପାଇଁ ପ୍ରାୟ ୧୦ ହଜାର ଏକର ଜମି ଅଧିଗ୍ରହଣ କରିଥିଲେ । ଯାହାକୁ ବିରୋଧ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜମି ହରାଇଥିବା ଚାଷୀ। ଗତକାଲି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ବେଦାନ୍ତକୁ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ 
ରାୟ ନେଇ ବେଦାନ୍ତର ପ୍ରତିକ୍ରିୟା ମିଳିପାରି ନାହିଁ। 

Supreme Court Vedanta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ