• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ରାଜ୍ୟ ଶୋକ ଘୋଷଣା ହୋଇଛି । ଗତକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଶୋକ ପାଳନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆସନ୍ତା ୩ ଦିନ ଧରି ସରକାରୀ ଭାବେ ହେବନି କୌଣସି ବି ମନୋରଞ୍ଜନ କାର୍ଯ୍ୟକ୍ରମ । ନବଙ୍କ ସମ୍ମାନରେ ୨ ଦିନ ଯାଏଁ ଅର୍ଦ୍ଧନମିତ ହେବ ଜାତୀୟ ପତାକା ।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଖି ବୁଜିଛନ୍ତି ନବ ଦାସ । ତାଙ୍କ ପାର୍ଥୀବ ଶରୀର ଏବେ ଭୁବନେଶ୍ୱର ବାସଭବନରେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତାଙ୍କୁ ଶେଷ ଦର୍ଶନ କରିବାକୁ ଆସୁଛନ୍ତି ସମର୍ଥକ ଓ ଦଳୀୟ ନେତା । ଆଜି ସ୍ୱତନ୍ତ୍ର ବିମାନରେ ନବଙ୍କ କର୍ମଭୂମି ଝାରସୁଗୁଡ଼ା କୁ ନିଆଯିବ । ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାରୁ ଅନେକ ଲୋକେ ଏବେ ପହଞ୍ଚୁଛନ୍ତି ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ଗତକାଲି ବ୍ରଜରାଜନଗର ଗାନ୍ଧି ଛକରେ ନବଙ୍କୁ ଗୁଳି କରି ହତ୍ୟା କରିଛନ୍ତି ASI ଗୋପାଳକୃଷ୍ଣ ଦାସ। ତାଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ମେଡିକାଲକୁ ଅଣାଯାଇଥିଲା । ହେଲେ ଗୁଳିଟି ଶରୀର ଭେଦ କରି ବାହାରି ଯାଇଥିଲା ହୃତପିଣ୍ଡ ସହିତ ଫୁସଫୁସରେ ବାଜିଥିଲା ଗୁଳି । ଏହା ଫଳରେ ପ୍ରବଳ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲା । ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ନବ ଦାସଙ୍କ ବିୟୋଗ ଘଟିଛି ... ।

ତେବେ ଏଇଠି ପ୍ରଶ୍ନ ଉଠୁଛି ନବଙ୍କ ସହ କଣ ଶତ୍ରୁତା ଥିଲା ପୋଲିସ୍ ଏଏସ୍ଆଇଙ୍କ ? କାହିଁକି ହତ୍ୟା କରିବାକୁ ପଛାଇଲେନି ୟୁନିଫର୍ମରେ ଥିବା ପୋଲିସ୍ ଅଧିକାରୀ ? ନବ ଓ ଅଭିଯୁକ୍ତ ASIଙ୍କ ମଧ୍ୟରେ ଏଭଳି କିଛି ଘଟିଥିଲା, ଯାହାର ପରିଣାମ ଏତେ ଭୟଙ୍କର ହେଲା? ଏବେ ମାମଲାକୁ ନେଇ ଏପରି କିଛି ପ୍ରଶ୍ନ ଛିଡ଼ା ହୋଇଛି ସମୟ ଯେତେ ବିତୁଛି ଘଟଣା ଉପରେ ରହସ୍ୟ ଓ ପ୍ରଶ୍ନ ବି ବଢ଼ୁଛି ।

ପୁରା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ୭ ଜଣିଆ ଟିମ ଅନୁସନ୍ଧାନରେ ଲାଗିଛନ୍ତି । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ କରିବା ପରେ ପଚରାଉଚରା କରାଯାଉଛି । ସାଇବର ଏକ୍ସପର୍ଟ, ବାଲିଷ୍ଟିକ୍ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି ।