• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମିଳିଥିବା ପିସ୍ତଲରୁ ସିଧା ମନ୍ତ୍ରୀଙ୍କ ଛାତିକୁ ଗୁଳି କଲେ ସୁରକ୍ଷା କର୍ମୀ । ମନ୍ତ୍ରୀ ନବ ନିଜ ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ସାମ୍ନାପଟୁ ଏକଦମ୍ କ୍ଲୋଜ୍ ରେଂଜରୁ ଫାୟାରିଂ । ରକ୍ଷକ ହୋଇ ଭକ୍ଷକ ସାଜିଥିବା ସେହି ଆତତାୟୀ ପୋଲିସ୍ ଅଧିକାରୀ ହେଉଛନ୍ତି ASI ଗୋପାଳକୃଷ୍ଣ ଦାସ । ହେଲେ କାହିଁକି ମନ୍ତ୍ରୀ ନବଙ୍କୁ ଏମିତି ଗୁଳି କଲେ ଗୋପାଳ ?

କେଉଁଥିପାଇଁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥାଇ ବି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଲେ ଏ ପୋଲିସ୍ ASI ? ମନ୍ତ୍ରୀଙ୍କୁ ସ୍ୱାଗତ ସମୟର ଏତେ ଭିଡ଼ ଭିତରେ ଏତେ ବଡ଼ ଦୁଃସାହସ କେମିତି ? ଗୋଟିଏ କି ଦୁଇଟି ନୁହେଁ ଲଗାତର ୪ ରାଉଣ୍ଡ ଗୁଳି ।

ବ୍ରଜରାଜନଗର ଗାନ୍ଧିଛକରେ ମନ୍ତ୍ରୀ ନବଙ୍କ ଗାଡ଼ି ପହଞ୍ଚୁ ପହଞ୍ଚୁ ଭିଡ଼ ଏଡ଼ାଇ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ଏଏସ୍‌ଆଇ ଗୋପାଳ । ମନ୍ତ୍ରୀଙ୍କ ପ୍ରତି ଏଭଳି ଚରମ ପଦକ୍ଷେପ ନେବାକୁ କେମିତି ସ୍ଥିର ମନସ୍କ ଥିଲେ ଗୋପାଳ । ତେବେ ଗୋପାଳଙ୍କ ଏଭଳି ଚରମ ପଦକ୍ଷେପ ପଛର କାରଣ କଣ ? ନବ ଦାସ ତାଙ୍କ ପରିବାର କି ସଂପର୍କୀୟଙ୍କ ସହିତ ଏଏସ୍‌ଆଇ ଗୋପାଳଙ୍କ କିଛି ପୂର୍ବ ଶତ୍ରୁତା ଥିଲା କି ? କେଉଁ ପୁରୁଣା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏକା ଗୋପାଳ ଏତେବଡ଼ କାଣ୍ଡ କଲେ ନା ୟା ପଛରେ ରହିଛି ଆଉ କିଛି କାରଣ ? ଏସବୁ ପୁଳା ପୁଳା ଅସମାହିତ ପ୍ରଶ୍ନ ଭିତରେ ଗୁଳିମାଡ଼ କରିଥିବା ଏଏସ୍‌ଆଇ ଗୋପାଳକୃଷ୍ଣଙ୍କ ପତ୍ନୀ କିନ୍ତୁ ମନ୍ତ୍ରୀଙ୍କ ସହ ଗୋପାଳଙ୍କ ଶତ୍ରୁତା ଥିବା ନେଇ କିଛି ଜାଣିନଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ତେବେ ସ୍ୱାମୀ ଗୋପାଳଙ୍କର ପୂର୍ବରୁ ମାନସିକ ସ୍ଥିତି ଭଲ ନଥିଲା, ସେ ରେଗୁଲାର ମେଡିସିନ୍ ଖାଉଥିଲେ । ଗତକାଲି ତାଙ୍କ ସହ କଥା ହେଲା ବେଳେ ସେ ସ୍ୱାଭାବିକ ଥିଲେ ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ ।

ASI ଗୋପାଳକୃଷ୍ଣ ଦାସ, ବ୍ରହ୍ମପୁରରେ ଘର । ସେଇଠି ପୋଲିସ୍ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଗୋପାଳ ଏହାପରେ ଏଏସ୍‌ଆଇକୁ ପ୍ରମୋସନ୍ ପାଇ, ଗଲା ୧୨-୧୩ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିଲେ । ଆଉ ଏବେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଥିବା ଗୋପାଳ ସେଇ ଫାଣ୍ଡିଠୁ ମାତ୍ର ୪୦୦ ମିଟର ଦୂରରେ ଭିଆଇଛନ୍ତି ଏମିତି ଜଘନ୍ୟ କାଣ୍ଡ । ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବି କହିଛନ୍ତି ଏଇ ଗାନ୍ଧିଛକରେ ମାସକ ତଳେ ହୋଇଥିବା ମନ୍ତ୍ରୀ ନବଙ୍କ ଏକ କାର୍ଯ୍ୟକ୍ରମରେ ସେ ଅଭିଯୁକ୍ତ ଗୋପାଳକୃଷ୍ଣକୁ ଡ୍ୟୁଟି କରିଥିବା ଦେଖିଛନ୍ତି ।

ଏତେ ପୋଲିସ ସୁରକ୍ଷା ବଳୟ ଭିତରେ କିଭଳି ଏତେବଡ଼ କାଣ୍ଡ କରିବାକୁ ସମର୍ଥ ହେଲେ ଗୋପାଳକୃଷ୍ଣ । କେମିତି ତାଙ୍କର ଏଭଳି କାର୍ଯ୍ୟକଳାପ ସଂପର୍କରେ ବିନ୍ଦୁ ବିସର୍ଗ ଜାଣି ପାରିଲାନି ଗୋଇନ୍ଦା ବିଭାଗ । ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀଙ୍କୁ ତାଙ୍କ ନିଜ ଜିଲ୍ଲାରେ, ପୁଣି ଜଣେ ପୋଲିସ ଅଧିକାରୀଙ୍କ ଗୁଳିମା଼ଡ଼ ଘଟଣା ପରେ ରାଜ୍ୟର ଆଇନ୍‌ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଏପଟେ ମନ୍ତ୍ରୀ ନବଙ୍କୁ ଫାୟାରିଂ ପରେ ବ୍ୟବସାୟୀ ସଂଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିବା ନେଇ ସୁନ୍ଦରଗଡ଼ ଟାଉନ୍ ଥାନାରେ ହୋଇଥିବା ଏକ ଏତଲାକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ତାଙ୍କୁ ଗତକାଲି ହତ୍ୟା ଧମକ ସହ ଦୁର୍ବୃତ୍ତ ୫୦ ଲକ୍ଷ ମାଗିବା ନେଇ ଥାନାରେ ଏତଲା ଦେଇଛନ୍ତି । ତେବେ ଏ ଘଟଣା ସହ ନବଙ୍କୁ ଗୁଳିମାଡ଼ର କିଛି ସଂପର୍କ ଅଛି କି ନାହିଁ ? ନବଙ୍କ ସହ ଏଏସ୍‌ଆଇ ଗୋପାଳଙ୍କର କିଛି ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ସଂପର୍କ ଅଛି କି ସେସବୁ ଏବେ ରହସ୍ୟ ଘେରରେ ।