Advertisment

‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ଆଟାକିଂ ମୋଡରେ ବିଜେପି। ରାଜ୍ୟ ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଏକାସାଙ୍ଗରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Baijayant Panda

ନବୀନ ପଟ୍ଟନାୟକ ବନ୍ଦୀ। ତାଙ୍କ ଇମେଜ୍ ଆଉ ସ୍ୱରକୁ ବ୍ୟବହାର କରି ଡିପଫେକ ଭିଡିଓ କରି ଛଡ଼ାଯାଉଛି। ଏ କଥା ନିଜେ ନବୀନ ଜାଣିନାହାନ୍ତି। ଯିଏ ନବୀନଙ୍କୁ କ୍ୟାପଚର କରିଛି ସେ AI ମାଧ୍ୟମରେ ଏହି ଭିଡିଓ ପ୍ରସ୍ତୁତ କରିଛି। ତାଙ୍କୁ କଣ୍ଢେଇ ଭଳି ନଚଉଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ଆଟାକିଂ ମୋଡରେ ବିଜେପି। ରାଜ୍ୟ ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଏକାସାଙ୍ଗରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍। ପ୍ରଧାନମନ୍ତ୍ରୀଙ୍କ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଡିପଫେକ୍ ବୋଲି ଅଭିଯୋଗ କରି ଖୋଲାମଞ୍ଚରେ କିମ୍ବା ସର୍ବସାଧାରଣରେ ତାଙ୍କୁ ଏହି ବାର୍ତ୍ତା ରଖିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବୈଜୟନ୍ତ। ଏହାସହ ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡୁଛି ବୋଲି ବି କହିଛନ୍ତି। ସେହିପରି ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ବନାମ ସଂସ୍କୃତ ଅଣଓଡିଆ ଚିନ୍ତାଧାରା, ନବୀନଙ୍କୁ ବନ୍ଦୀ କରିଥିବା ଲୋକଙ୍କ ଚିନ୍ତାଧାରା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବୈଜୟନ୍ତ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

Advertisment

ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ବି ଆଣିଛନ୍ତି ସାଂଘାତିକ ଅଭିଯୋଗ। କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କ ହତ୍ୟା ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ସେତେବେଳେ ହିନ୍ଦୁଙ୍କ ବିରୋଧରେ ସାଂପ୍ରଦାୟିକ ଷଡଯନ୍ତ୍ର ହୋଇଥିଲା। ହତ୍ୟାଘଟଣାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ଏବେ ବି ସନ୍ଦେହ ଘେରରେ ବୋଲି ଅଭିଯୋଗ କରିଛନ୍ତି ପ୍ରତାପ। ଏହାସହ ହତ୍ୟା ଘଟଣାର ତଦନ୍ତ ପାଇଁ ବସିଥିବା ୩ଟି କମିଶନର ରିପୋର୍ଟକୁ କାହିଁକି ରାଜ୍ୟ ସରକାର ସାର୍ବଜନୀନ କରୁ ନାହାନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷେ ଜଗନ୍ନାଥ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ କଥା ଉଠାଇ ସାଂଘାତିକ ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ ପରି ଶହ ଶହ ବର୍ଷ ପୁରୁଣା ମଠ ମନ୍ଦିରକୁ କାହିଁକି ରାଜ୍ୟ ସରକାର ଭାଙ୍ଗିଦେଲେ ବୋଲି ପଚାରିଛନ୍ତି ? ଏଥିସହ ବିଜେଡି ମାନିଫେଷ୍ଟୋରେ ମାଗଣା ବିଜୁଳି କଥା ଉଠାଇ ଓଡିଶାରେ ଉତ୍ପାଦନ ହେଉଥିବା ବିଜୁଳି ଓଡିଶାରେ ମହଙ୍ଗା, ଚେନ୍ନାଇରେ ଶସ୍ତା କାହିଁକି ବୋଲି ବି ପ୍ରଶ୍ନ କରିଛନ୍ତି।

ସେହିପରି ଏବେ ରାଜ୍ୟରେ ଚାଲିଥିବା ଶାସନକୁ ମାଙ୍କଡ ହାତରେ ଶାଳ ଗ୍ରାମ କହି ତାଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ-ସଙ୍ଗୀତ କଣ ଜାଣି ନାହାନ୍ତି। ଯିଏ ଯାହା ଲେଖିଲା ପଢି ଦେଉଛନ୍ତି ବୋଲି କହି ଟାର୍ଗେଟ୍ କରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ବି ଖୁବ୍ ବର୍ଷିଛନ୍ତି। କହିଛନ୍ତି, ବିଜେଡି ଆତ୍ମବିଶ୍ୱାସ ହରାଇଛି, ନିରୁତ୍ସାହିତ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମତ ମନ୍ତବ୍ୟ ଦେଉଛନ୍ତି।

ନିର୍ବାଚନ ସମୟରେ ରାଜ୍ୟ ବିଜେପିର ମିଳିତ ଆକ୍ରମଣ ବିଜେଡିକୁ ଆହୁରି ଚିନ୍ତାରେ ପକାଇଛି। ତେବେ ଆଗକୁ ଏହି ଟାର୍ଗେଟ ପଲିଟିକ୍ସ ରୋଚକ ମୋଡ଼ ନେବାକୁ ଯାଉଛି। ବିଜେପିର ପାଞ୍ଚ ଜଣ ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରିଛି ବିଜେଡି। ଦଳ କହିଛି, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ସହ ବିଧାନସଭାରେ ୯୦ ପ୍ରତିଶତ ସିଟ୍ ବିଜେଡି ଜିତୁଥିବାରୁ ବିଜେପିର ମନୋବଳ ଭାଙ୍ଗି ଯାଇଛି। କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିବା କହିଛି ବିଜେଡି। ତେବେ ବିଜେପି ରଖିଥିବା ସବୁ ସାଂଘାତିକ ଅଭିଯୋଗକୁ ଏଡାଇଯାଇଛି ଦଳ।

ଅଧିକ ପଢ଼ନ୍ତୁ: ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

BJP Baijayant Panda Odisha Politics General Election 2024
Advertisment
Advertisment