Advertisment

‘ମୁଖ୍ୟମନ୍ତ୍ରୀଙ୍କୁ ସେ କଣ୍ଢେଇ ଭାବେ ନଚାଉଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଦାୟକ’

ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରନ୍ତୁ । ରାଜ୍ୟବାସୀ ଓ ଗଣମାଧ୍ୟମକୁ ବୈଜୟନ୍ତଙ୍କ ଅପିଲ୍ ।

author-image
Satyendu Shekher Mishra
Baijayant Panda

Baijayant Panda

ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବଡ଼ ଅପିଲ୍ । ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ।

Advertisment

ଏଆଇ ଦ୍ୱାରା ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ମେସେଜକୁ ପ୍ରକୃତରେ ରେକର୍ଡ ହୋଇଥିବା ଭିଡିଓ ମେସେଜ୍, ଯେମିତିକି ହେଲିକପ୍ଟରରୁ କିମ୍ବା ବିରଳ ସାର୍ବଜନୀନ ଉପସ୍ଥିତିର ଭିଡିଓ ମେସେଜ୍ ସହ ତୁଳନା କଲେ ଉଭୟ ଭିତରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ବାରି ହୋଇପଡ଼ିବ। ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରିବାକୁ ସେ ରାଜ୍ୟବାସୀ ତଥା ଗଣମାଧ୍ୟମକୁ ଅପିଲ୍ କରିଛନ୍ତି । ଏଥିସହ ଆପଣମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଲାଇଭ୍ ଘୋଷଣା କିମ୍ବା ରେକର୍ଡିଂ ଉପରେ ଜୋର୍ ଦେବାକୁ ଆହ୍ବାନ ଦେଇଛନ୍ତି, ଅଥବା ଏଭଳି ସମସ୍ତ ଏଆଇ ପ୍ରସ୍ତୁତ ବାର୍ତ୍ତା ଉପରେ ଲେବଲ ମାରିବାକୁ କହିଛନ୍ତି । କିଏ କଣ ସେମାନଙ୍କୁ କହୁଛି ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି ବୈଜୟନ୍ତ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ତେବେ ବୈଜୟନ୍ତଙ୍କ ଏ ପୋଷ୍ଟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଥିଲେ ଟାର୍ଗେଟ୍ । ଆଉ ମୋଦିଙ୍କ କଡ଼ା ସମାଲୋଚନାକୁ କାଉଣ୍ଟର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାୟ ୩ ମିନିଟ୍‌ର ଏକ ଭିଡିଓ ସେୟାର କରି ସେ କହିଥିଲେ ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲ ଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରୀୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ । ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି।

ସେ ଆହୁରି କହିଥିଲେ ‘ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ଚାଷୀମାନଙ୍କ ପାଇଁ MSP ଦୁଇ ଗୁଣା କରିବାକୁ ପ୍ରମିଜ୍ କରିଥିଲେ, ଆପଣ ତାକୁ ବି ଭୁଲିଗଲେ। ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ୍ ହାଇୱେ କରିବାର ଥିଲା। ସେଇଟା ବି ଭୁଲିଗଲେ।

ଓଡ଼ିଶାର ସଂପଦ କୋଇଲା। କୋଇଲା ଆପଣ ନେଉଛନ୍ତି, ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ। ଆପଣ ୨୦୧୪ ଏବଂ ୨୦୧୯ରେ ନିଜେ କରିଥିବା ପ୍ରମିସେସକୁ ମନେ ରଖିଛନ୍ତି କି ?’ ଏଭଳି କହି ମୋଦିଙ୍କ ସମାଲୋଚନାକୁ କାଉଣ୍ଟର କରଥିଲେ ନବୀନ । ଆଉ ସେହି ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ବୈଜୟନ୍ତ କରିଛନ୍ତି ଟ୍ୱିଟ୍ ।

BJD BJP Congress Odisha Politics General Election 2024
Advertisment
Advertisment