BJP Meeting
ସନ୍ଧ୍ୟାରେ ବସିବ ବିଜେପି କୋର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ, ପ୍ରଭାରୀ ଏବଂ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ବର୍ଷ ଆଜିର ଦିନରେ ଶପଥ ନେଇଥିଲେ ବିଜେପି ସରକାର । ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ସରକାରଙ୍କ ପ୍ରଥମ ବର୍ଷର ସଫଳତା ନେଇ ଆଲୋଚନା କରାଯିବ । ଗ୍ରାଉଣ୍ଡରେ କିପରି ସରକାରଙ୍କ ସଫଳତା ପହଞ୍ଚାଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।
ଏହାସହ ଆଗାମୀ ଦିନ ପାଇଁ ସରକାର ଏବଂ ଦଳର ବ୍ଲୁ ପ୍ରିଣ୍ଟ ନେଇ ଆଲୋଚନା କରାଯିବ । ଖାଲି ପଡ଼ିଥିବା ବୋର୍ଡ ନିଗମ ଅଧ୍ୟକ୍ଷ ପୂରଣ ନେଇ ବି ବୈଠକରେ ନିଷ୍ପତ୍ତି ହୋଇପାରେ । ୧୨ ଜୁନ ୨୦୨୪ରେ ଓଡିଶା ପାଇଥିଲା ନୂଆ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ଆଜି ମୋହନ ସରକାରକୁ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବର୍ଷକରେ କେତେ ସଫଳତା ମିଳିଛି ଏବଂ ଆଗାମୀ ଦିନ ପାଇଁ କିପରି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ ସେନେଇ କୋର କମିଟି ବୈଠକରେ ଆଲୋଚନା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)