Advertisment

1 year of BJP rule in Odisha: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

୧୨ ଜୁନ ୨୦୨୪ରେ ଓଡିଶା ପାଇଥିଲା ନୂଆ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ। ଆଜି ମୋହନ ସରକାରକୁ ପୂରଣ ହୋଇଛି ଗୋଟିଏ ବର୍ଷ। ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୦ ତାରିଖରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Chinmayee Sahoo
ଅଦ୍ୟତନ ହୋଇଛି
1 Year of BJP Rule in Odisha

1 Year of BJP Rule in Odisha

ଆଜିକୁ ଠିକ୍ ବର୍ଷକ ତଳେ ଓଡ଼ିଶା ଦେଖିଥିଲା ନୂଆ ଏକ ସରକାର। ୨୪ ବର୍ଷର ବିଜେଡି ସରକାରକୁ ଧୂଳି ଚଟାଇ ଗତବର୍ଷ ଆଜିର ଦିନରେ ଶପଥ ନେଇଥିଲା ବିଜେପି ସରକାର। ଆଜି ମୋହନ ସରକାରକୁ ପୂରଣ ହୋଇଛି ଗୋଟିଏ ବର୍ଷ। ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପୂର୍ବରୁ ରିପୋର୍ଟ କାର୍ଡ ରଖିସାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଂଙ୍କଳ୍ପ ପତ୍ରର ସମସ୍ତ ପ୍ରତିଶ୍ରୁତିକୁ ସୁନିଶ୍ଚିତ କରାଯାଇଛି। ପ୍ରାୟ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋହନ ସରକାର।

Advertisment

ଅଧିକ ପଢ଼ନ୍ତୁ: କନ୍ଦଳରେ କଂପିଲା ଶଙ୍ଖଭବନ, ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର ବିରୋଧ

ସୁଭଦ୍ରା ଯୋଜନାରୁ କୋଟିଏ ମହିଳାଙ୍କୁ ବାର୍ଷିକ ୧୦ ହଜାର ଲେଖାଏଁ, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବ୍ସିଡି ପ୍ରଦାନ, ମଧୁବାବୁ ପେନସନ ଯୋଜନାରେ ପ୍ରତି ହିତାଧିକାରୀଙ୍ ୩୫୦୦ ଲେଖାଏଁ ଭତ୍ତା ମିଳିଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସାଢେ ୩ ହଜାର ଭତ୍ତା ଦିଆଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଛି। ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି କରିବା ସହ ପ୍ରଥମ ବର୍ଷରେ ୯ଟି ନିଯୁକ୍ତି ମେଳାରେ ୨୮ ହଜାର ଖାଲି ଥିବା ସରକାରୀ ପଦବି ପୂରଣ ହୋଇଛି।

Advertisment

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ନିବେଶ ପାଇଁ ଆଗ୍ରହ, ଆଉ ସେଥିରୁ ୧୩ ଲକ୍ଷ କୋଟି ନିବେଶ ପାଇଁ MOU ସରକାରଙ୍କ ବଡ଼ ସଫଳତା। ୧୨୫ ଦିନ ଭିତରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡିଶାରେ ପ୍ରତି ଜିଲ୍ଲାରେ ଦୌଡିବ ଶିଳ୍ପ। ୨୦୩୬ ସୁଦ୍ଧା ଓଡିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର ଛୁଇଁବ ବୋଲି ଆଶା ରଖାଯାଇଛି ଏବଂ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି।

ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋହନ ସରକାର ପ୍ରସ୍ତୁତ କରିଥିବା ବିକଶିତ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ୨୦୩୬କୁ ସେହିଦିନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ‘BSKY ସୁବିଧା ଆୟୁଷ୍ମାନ ଭାରତରେ ମିଳୁନି, ବିନା ଟଙ୍କାରେ ଚିକିତ୍ସା ହେଉନି’

Odisha Government Chief Minister Mohan Majhi
Advertisment
Advertisment