Advertisment

Post‑Anniversary Push: ବର୍ଷପୂର୍ତ୍ତି ଉତ୍ସବ ପରେ ବିଜେପି ଆଗରେ ସଂଗଠନ ସଜାଡ଼ିବା ଚାଲେଞ୍ଜ୍; ଫାଙ୍କା ପଡ଼ିଛି ୬ ମନ୍ତ୍ରିପଦ...

ସରିଲା ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । ଏବେ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିବ ରାଜ୍ୟ ବିଜେପି । ରଥଯାତ୍ରା ପରେ ତ୍ୱରାନ୍ୱିତ ହେବ ମନ୍ତ୍ରିମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି ।

author-image
Sujit kumar Swain
Odisha BJP to Restructure Ministers

Odisha BJP to Restructure Ministers

ମୋଦିଙ୍କ ଗସ୍ତ ପରେ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ ଓ ଟିମ୍ ସିଏମ୍ ମୋହନ। କାହିଁକିନା ବର୍ଷ ପୂର୍ତ୍ତି ଉତ୍ସବରେ ମୋହନ ସରକାରଙ୍କ କାମରେ ଖୁସି ହୋଇ ପ୍ରଶଂସା ଢାଳିଛନ୍ତି ପିଏମ୍ ମୋଦି। ଏପଟେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଓ ମୋଦିଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି କାମ ତ୍ବରାନ୍ବିତ ହେବ ତ । ଏମିତି ଗଦା ଗଦା ପ୍ରଶ୍ନ ଭିତରେ ଇସାରା ଦେଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ରଥଯାତ୍ରା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହେବ।

Advertisment

ସରିଲା ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । ଏବେ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିବ ରାଜ୍ୟ ବିଜେପି । ରଥଯାତ୍ରା ପରେ ତ୍ୱରାନ୍ୱିତ ହେବ ମନ୍ତ୍ରିମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି । ଗତକାଲି ବର୍ଷପୂର୍ତ୍ତି ଉତ୍ସବରେ ସିଏମ୍ ମୋହନ ଓ ଟିମକୁ ଭରପୁର ପ୍ରଶଂସା କରି ପିଠି ଥାପୁଡ଼େଇ ଥିଲେ ମୋଦି। ଏମିତିକି, ୱାସିଂଟନ୍ ଯିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣ ଆଡ଼େଇ ଓଡିଶା ଆସିଥିବା ବି କହିଥିଲେ ପ୍ରଧାନମନ୍ତ୍ରୀ। ...ହେଲେ ସଫଳତାର ସହ ପ୍ରଥମ ବର୍ଷ ପୂରଣ କରିଥିଲେ ବି ଏପଟେ କିନ୍ତୁ ବିଜେପି ଆଗରେ ପାହାଡ଼ ଭଳି ଚାଲେଞ୍ଜ। ବର୍ଷେ ପରେ ବି ମନ୍ତ୍ରିମଣ୍ଡଳରେ 6 ପଦ ଖାଲି। ଆଉ ଫାଙ୍କା ପଡ଼ିଛି ବୋର୍ଡ ଓ ନିଗମ ପଦବି। ପ୍ରାୟ ଦେଢ଼ ଶହ ନେତାଙ୍କୁ ବିଭିନ୍ନ ପଦବିରେ ଥଇଥାନ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲେ ବି କାର୍ଯ୍ୟକାରୀ ହୋଇପାରୁନି। ଯେଉଁଥିପାଇଁ ସରକାର ଏବଂ ସଂଗଠନ ଭିତରେ ସମନ୍ୱୟରେ ବି ସମସ୍ୟା ହେଉଛି। ମୋଦିଙ୍କ ଗସ୍ତ ପରେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ରଥଯାତ୍ରା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହେବା ନେଇ ଇସାରା ଦେଇଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର।

ଅଧିକ ପଢ଼ନ୍ତୁ: ବିଜେଡି-କଂଗ୍ରେସକୁ ମୋଦିଙ୍କ ଭର୍ତ୍ସନା; ଆଗରୁ ଭ୍ରଷ୍ଟାଚାରରେ ଓଡ଼ିଶା ବେହାଲ୍‌ ଥିଲା, ଗରିବଙ୍କୁ ହକ୍‌ ମିଳୁନଥିଲା

Advertisment

ତେବେ ବିଳମ୍ବର କାରଣ କଣ ? ନିଷ୍ପତ୍ତି ନେବାରେ ଅପାରଗତା ନା ଆଉ କିଛି ? ଗୋଟିଏ ପଟେ କୁହାଯାଉଛି, ପ୍ରତିଶ୍ରୁତି ମୁତାବକ ମୋହନ ସରକାର ବିକାଶ କାମ କରି ବର୍ଷକ ଭିତରେ ଲୋକଙ୍କ ପାଖରେ ଉତ୍ତରଦାୟୀ ହେବାର ଚେଷ୍ଟା ଯୋଗୁଁ ଏହା ବିଳମ୍ବ ହେଉଛି। ଅନ୍ୟପଟେ କୁହାଯାଉଛି ନୂଆ ସଭାପତି ଚୟନରେ ବିଳମ୍ବ ବି କଣ୍ଟା ସାଜିଛି। ଯଦିଓ ଏ ନିଷ୍ପତ୍ତି ଦିଲ୍ଲୀରେ ଅଟକିଛି, ନୂଆ ସଭାପତି ପରେ ନୂଆ ଟିମ୍ ହେବ। ସରକାର ଏବଂ ସଂଗଠନରେ ସମନ୍ୱୟ ରଖି କିଛି ନେତାଙ୍କୁ ଦଳୀୟ ପଦପଦବି ଏବଂ ଆଉ କିଛି ନେତାଙ୍କୁ ବୋର୍ଡ ନିଗମରେ ଦାୟିତ୍ୱ ମିଳିବ।

ଯଦିଓ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ଗସ୍ତ ମୋହନ ସରକାର ଏବଂ ଦଳକୁ ବଳ ଦେଇଛି, ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଉପରେ ଖୁସି ଅଛନ୍ତି ପ୍ରଧାନମନ୍ତ୍ରୀ। କିନ୍ତୁ ଆଗକୁ ଏସବୁ ଚାଲେଞ୍ଜକୁ ଦଳ କେମିତି ସମ୍ମୁଖୀନ ହେଉଛି ତା ଉପରେ ନଜର।

Odisha BJP Ministers
Advertisment
Related Articles
Advertisment