/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750516681.jpg)
Flood Alert
ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାନ୍ଦିଲି ଡ୍ୟାମ ଗେଟ୍ ଖୋଲାଯିବାରୁ ହଠାତ୍ ଆସିଛି ସୁବର୍ଣ୍ଣରେଖାରେ ବଡ଼ ବନ୍ୟା। ଯେଉଁଥିରେ ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଉବୁଟୁବୁ। ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେ।ଇଛି । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ଚାଲୁଛି। ଫଳରେ ଭୋଗରାଇ ବ୍ଲକର ଖଳାବଡ଼ିଆ, କୁଲହା, ବାଉଁଶ ଖଣା ଓ ବାଲିଆପାଳ ବ୍ଲକର କୁଦମାନ ସିଂ, ଚୌଧୁରୀ କୁଦ, ବାଲିଆପାଳ ଗାଁରେ ବନ୍ୟା ପାଣି ପଶିଛି ବନ୍ୟାପାଣି। ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି।
ବାଲିଆପାଳର ଚୌଧୁରୀକୁଦ ଗାଁରେ ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଦେବାକୁ ବାଲିବସ୍ତା ଓ ବହ୍ଲା ଦେଇ ପାଣି ରୋକିବାକୁ ଉଦ୍ୟମ କରିଛି ଜଳସଂପଦ ବିଭାଗ। ଏହି ବ୍ଲକ କୁଲାଚଡ଼ ଗାଁର ମହେଶ୍ବର କୀଳା ନାମକ ଜଣେ ୨୫ବର୍ଷର ଯୁବକ ଜାମୁକୁଣ୍ଡା ବଜାରକୁ ଆସୁଥିବାବେଳେ ବାଟରେ ବନ୍ୟାଜଳରେ ଭାସିଯାଇଥିବା ଅଭିଯୋଗ ହୋଇଛି। ଜାମକୁଣ୍ଡାରେ ୬୦ ଫୁଟ୍ ଘାଇ ସୃଷ୍ଟି ହୋଇଥିବାରୁ ବାଲିଆପାଳକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ବାଲିଆପାଳ ବ୍ଲକର ଚୌଧୁରୀକୁଦ, କୁଦମାନସିଂ, ବିଷ୍ଣୁପୁର ଆଦି ପାଣି ଘେରରେ ରହିଛି। ଘର ବୁଡ଼ିଥିବାରୁ କିଭଳି ଲୋକମାନେ ଉଚ୍ଚ ଯାଗାରେ ଗାଁ ଦାଣ୍ଡରେ ଆଶ୍ରୟ ନେଇଛନ୍ତି । ସେପଟେ ଭୋଗରାଇ ବ୍ଲକର ଖାଳଯୋଡ଼ି, ଖଳାବାଡ଼ିଆ ଓ ବାଉଁଶଖଣା ଭଳି ଅନେକ ଗାଁ ବି ଜଳମଗ୍ନ ହୋଇଛି।
ଅଧିକ ପଢ଼ନ୍ତୁ: ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୁଡିଲାଣି ଗାଁ ଗଣ୍ଡା; ବାତିଲ୍ ହେଲା ଛୁଟି
ଖାଳଝରି ସ୍ଲୁଇସଗେଟ୍ ଫାଟ ଯୋଗୁଁ ୧୮ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରଶାସନିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପାୱାରବୋଟ୍ ବ୍ୟବହାର କରାଯାଉଛି। ଲୋକଙ୍କ ପାଖେ ରିଲିଫ୍ ପହଞ୍ଚାଇବାକୁ ଉଦ୍ୟମ ଚାଲିଛି।
ଏପଟେ ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ବରର ୩ ବ୍ଲକ୍ ପ୍ରଭାବିତ ହୋଇଥିବା ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି-‘ବସ୍ତା, ବାଲିଆପାଳ, ଭୋଗରାଇରେ ବହୁ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି।
ରାଜଘାଟରେ ଏବେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି ଓ ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରଖି ପଦକ୍ଷେପ ନିଆଯାଉଛି। ପୂର୍ଣ୍ଣିମା ଓ ଅମାବାସ୍ୟା ନଥିବା ସହ ସମୁଦ୍ରରେ ପରିସ୍ଥିତି ଅନୁକୂଳ ଥିବାରୁ ଶୀଘ୍ର ପାଣି କମିଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)