ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଫାଇଦା ଓ ଉପଲବ୍ଧି ବର୍ଣ୍ଣନା କରିବା ସହ ପୂର୍ବ ବିଜେଡି ସରକାରକୁ କଡ଼ା ଉର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା । ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ ବୋଲି ସେ କହିଛନ୍ତି ।
ବିଜେଡିକୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ଭ୍ରଷ୍ଟାଚାର ଦ୍ବାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା । ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା । ଏସବୁକୁ ଦୂର କରିବାକୁ ବିଜେପି ସରକାର ମଜବୁତର ସହ କାମ କରିଛି । ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ କିଛି ଦେଇ ନଥିଲା ।
Also Read
ଆଦିବାସୀ ନକ୍ସଲବାଦ ହିଂସାରେ ଘାଣ୍ଟି ହେଉଥିଲେ । କିନ୍ତୁ ବିଜେପି ସରକାର ଏହା ଦୂର କରିବାରେ ସଫଳ ହୋଇଛି । ଆଜି ଆଦିବାସୀ ସମାଜକୁ ନକ୍ସଲବାଦରୁ ମୁକ୍ତି ମିଳି ପାରିଛି । ଡବଲ ଇଞ୍ଜିନରେ ଓଡ଼ିଶାକୁ ଡବଲ୍ ବେନିଫିଟ୍ ମିଳିପାରିଛି ।
#ପୂର୍ବ_ସରକାରଙ୍କୁ_ମୋଦିଙ୍କ_ଭର୍ତ୍ସନା
— ଓଟିଭି (@otvkhabar) June 20, 2025
ପୂର୍ବ ସରକାରଙ୍କୁ ଭର୍ତ୍ସନା କଲେ ପ୍ରଧାନମନ୍ତ୍ରୀ ମୋଦି । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା । ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ । ଭ୍ରଷ୍ଟାଚାର ଦ୍ବାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା । ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା ବୋଲି କହିଲେ… pic.twitter.com/7FAv15TyG1
ଅଧିକ ପଢ଼ନ୍ତୁ: ଓଡ଼ିଶା ଆସିବାକୁ ଆମେରିକା ଗଲେନି ମୋଦି, ଟ୍ରମ୍ପଙ୍କୁ କହିଲେ ମହାପ୍ରଭୁଙ୍କ...
ବର୍ଷ ପୂର୍ତ୍ତି ସମାବେଶରେ ଜନତା ମଇଦାନ ମଞ୍ଚରୁ କଂଗ୍ରେସକୁ ବି ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କହିଥିଲେ, ''ସ୍ୱାଧୀନତା ପରେ ଲୋକେ କଂଗ୍ରେସ ଶାସନ ଦେଖିଥିଲେ । ସେତେବେଳେ ନା ସୁଶାସନ ଥିଲା, ନା ଲୋକଙ୍କ ଜୀବନ ସହଜ ଥିଲା । ବିକାଶକୁ ଅଟକାଇବା, ଲଟକାଇବା, ଭଟକାଇବା ଚାଲିଥିଲା । କଂଗ୍ରେସ ଶାସନରେ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହେଲା । ଏହା କଂଗ୍ରେସର ମଡେଲ ଥିଲା ।''
ଆଜି ଲୋକେ ବିଜେପିର ମଡେଲ ଦେଖୁଛନ୍ତି । ପୂର୍ବ ଭାରତର ଉଦାହରଣ ଦେଇ ଆସାମ ଓ ତ୍ରିପୁରା କଂଗ୍ରେସ ବେଳେ କଣ ଥିଲା । ବିଜେପି ଆସିଲା ପରେ ସ୍ଥିତି କଣ ହୋଇଛି ବୁଝାଇଲେ । ଆଗରୁ ଆସାମ ଓ ତ୍ରିପୁରାରେ ହିଂସା ପ୍ରପୀଡିତ ଥିଲା । ମାତ୍ର ଆଜି ବିଜେପି ସରକାର ଶାସନରେ ଏହି ରାଜ୍ୟଗୁଡିକ ଶାନ୍ତି ଓ ପ୍ରଗତିର ମଡେଲ ପାଲଟିଛନ୍ତି କହିଲେ ମୋଦି ।