Advertisment

Odisha BJP: ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ, ଆସନ୍ତା ସପ୍ତାହରେ ମିଳିପାରେ ନୂଆ ମୁଖିଆ

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।

ଅଦ୍ୟତନ ହୋଇଛି
undefined

ଆସନ୍ତା ସପ୍ତାହରେ ବିଜେପି ମୁଖିଆ

Advertisment

ତୁଟିଲା ଅଡୁଆ, ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ। ବିଜେପିର ସାଙ୍ଗଠନିକ ନିର୍ବାଚନ ନିୟମ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିର୍ବାଚନ ସରିଥିବାରୁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଉ ବିଳମ୍ବ ହେବନି। ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ନାଁ । ଏପଟେ ସଭାପତିଙ୍କ ଜିଲ୍ଲା ଭଦ୍ରକ ସମେତ ବାକି ୧୪ ଜିଲ୍ଲାରେ ଅଙ୍କ ଛିଡୁ ପାରୁନଥିବାରୁ, ସଭାପତି ନିର୍ବାଚନ ପରେ ଯାଇଁ ସେସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କୁହାଯାଉଛି ।

Advertisment

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ । ୩୭ ସାଙ୍ଗଠନିକ ଜିଲ୍ଲା ଭିତରୁ ୨୩ଟି ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ ଶେଷ । ବାକି ୧୩ଟିରେ ଛିଡୁନି ଅଙ୍କ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଗତକାଲି ୨୩ ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ ସାରି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ବିଜେପିର ସାଙ୍ଗଠନିକ ନିୟମ ଅନୁସାରେ ସାଙ୍ଗଠନିକ ଜିଲ୍ଲା ସଂଖ୍ୟାର ଅଧାରୁ ଅଧିକରେ ନିର୍ବାଚନ ସରିବା ପରେ ହିଁ ରାଜ୍ୟ ସଭାପତି ନିର୍ବାଚନ ହେବ। ତେଣୁ ୨୩ ଜିଲ୍ଲାର ସଭାପତି ଘୋଷଣା ସରିଥିବାରୁ ରାଜ୍ୟ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: `ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଏବେ ପରିବର୍ତ୍ତନ ହୋଇଛି'

କେନ୍ଦ୍ର ସ୍ତରରୁ ନୋଟିଫିକେସନ୍ ଆସିବା ପରେ ଆରମ୍ଭ ହେବ ନାମାଙ୍କନ । ତେବେ ରାଜ୍ୟ ସଭାପତି ପଦ ପାଇଁ ସବୁଠୁ ଆଗରେ ରହିଛି ମନମୋହନ ସାମଲଙ୍କ ନାଁ। ଦଳ ପୁଣି ଥରେ ତାଙ୍କୁ ରିପିଟ୍ କରିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଉପ-ସଭାପତି ଗୋଲକ ମହାପାତ୍ର, ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ନାମାଙ୍କନ ଭରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଅନ୍ୟପଟେ ସଭାପତିଙ୍କ ଜିଲ୍ଲା ଭଦ୍ରକ ସମେତ ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ ଭଳି ସାଙ୍ଗଠନିକ ଜିଲ୍ଲା ଗୁଡିକରେ ଏ ଯାଏଁ ନିର୍ବାଚନ ସରିପାରୁ ନାହିଁ। କୁହାଯାଉଛି, ଏଠି ଏକାଧିକ ଆଶାୟୀ ରହିଛନ୍ତି। ଏହାସହ ନିର୍ବାଚିତ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ଯୋଗୁଁ ଟିକେ ବିଳମ୍ବ ହେଉଛି। ରାଜ୍ୟ ସଭାପତି ଘୋଷଣା ପରେ ଏହି ସବୁ ଜିଲ୍ଲାରେ ନିର୍ବାଚନ କରିବାକୁ ଦଳ ଚିନ୍ତା କରୁଥିବା କୁହାଯାଉଛି ।

ଓଡ଼ିଶା ରାଜ୍ୟ ସଭାପତି ନିର୍ବାଚନ ପାଇଁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲକୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛି କେନ୍ଦ୍ରୀୟ ବିଜେପି। ସେ ଖୁବଶୀଘ୍ର ଓଡ଼ିଶା ଆସି ରାଜ୍ୟନେତାଙ୍କ ସହ ଆଲୋଚନା କରି ପ୍ରକ୍ରିୟା ଆରମ୍ଭ କରିବେ। ତେବେ ବିଜେପିର ମଙ୍ଗ କାହା ହାତରେ ରହୁଛି ଏବେ ତାକୁ ଅପେକ୍ଷା ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍, ଫସିବେ ପ୍ରତାପ ଜେନା !

Manmohan Samal BJP President BJP Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ