Advertisment

Naveen Patnaik To Undergo Treatment: ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ନବୀନ, ଅନୁପସ୍ଥିତିରେ ବିଜେଡିରେ ହେବନି ତ କିଛି ଗଡ଼ବଡ଼ ?

ବିଜେଡି କରୁଛି ଜନଜାଗରଣ । ହେଲେ ଦଳ ଭିତରେ ଥମୁନି ବିସ୍ଫୋରଣ । ଢାଞ୍ଚାଗତ ପରିବର୍ତ୍ତନ ନହେବାରୁ କନ୍ଦଳ ତୀବ୍ର ହେଉଛି। ଗତକାଲି ପୁରୀରେ ଜନଜାଗରଣ ସଭା ମଞ୍ଚରେ ଯୁବ-ଛାତ୍ର ସମ୍ମିଳନୀରେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ବିଷ ଓଗାଳିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ନବୀନ ରହିବେନି, ହେବନି ତ ଗଡ଼ବଡ଼ ?

ବିଜେଡିରେ ବଡ଼ ଗଡ଼ବଡ଼ । ସରକାର ବିରୋଧୀ ଲଢେଇ ସଭାରେ ନିଜ ନେତାଙ୍କୁ ଟାର୍ଗେଟ୍ । ବାପା ପ୍ରଭାତ ବିଶ୍ବାଳଙ୍କ ଧାରା ଅନୁସରଣ କଲେ ଯୁବ ବିଧାୟକ ସୌଭିକ ବିଶ୍ବାଳ । ଆଗଧାଡିର ସପ୍ତରଥୀ ନେତାଙ୍କୁ ଦେଲେ ଖୋଲା ଚାଲେଞ୍ଜ । ସତ୍ୟ-ଧର୍ମ-ନ୍ୟାୟରେ ଥିବା ନେତାଙ୍କୁ ଆଗକୁ ଛାଡିବାକୁ ଦାବି କଲେ । ସେପଟେ ନବୀନ ଚିକିତ୍ସା ପାଇଁ କାଲି ଓଡ଼ିଶା ଛାଡୁଥିବାରୁ ତାଙ୍କ ଅନୁପସ୍ଥିତିରେ ବିଜେଡି ପାଣିପାଗ ବିଗିଡିପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଲାଣି । ମାତ୍ର ଦଳ କହିଛି ସେଭଳି କୌଣସି ଆଶଙ୍କା ନାହିଁ ।

Advertisment

ଅଧିକ ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଡବଲ ଇଞ୍ଜିନ ସରକାରଙ୍କ ରିପୋର୍ଟ କାର୍ଡ ରଖିବେ

ବିଜେଡି କରୁଛି ଜନଜାଗରଣ । ହେଲେ ଦଳ ଭିତରେ ଥମୁନି ବିସ୍ଫୋରଣ । ଢାଞ୍ଚାଗତ ପରିବର୍ତ୍ତନ ନହେବାରୁ କନ୍ଦଳ ତୀବ୍ର ହେଉଛି। ଗତକାଲି ପୁରୀରେ ଜନଜାଗରଣ ସଭା ମଞ୍ଚରେ ଯୁବ-ଛାତ୍ର ସମ୍ମିଳନୀରେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ବିଷ ଓଗାଳିଛନ୍ତି । ନେତୃତ୍ବକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କହିଛନ୍ତି, ଦଳର ବିପର୍ଯ୍ୟୟ ଗ୍ରହଣୀୟ ନୁହେଁ । ଯେଉଁମାନେ ନବୀନଙ୍କ ଆଶୀର୍ବାଦରୁ ଆର୍ଥିକ ଭାବେ ମଜଭୁତ୍ ହୋଇଛନ୍ତି ଏବେ ସେମାନେ ପ୍ରଚ୍ଛଦ ପଟ୍ଟରେ ରୁହନ୍ତୁ । ଦଳ ପାଇଁ ରକ୍ତ ଓ ଝାଳ ବୁହାଇଥିବା ନେତାଙ୍କୁ ବାଟ ଛଡ଼ାଯାଉ ।

Advertisment

ସିନିୟର ଓ ଜୁନିୟରଙ୍କ ଉଦାହରଣ ଦେଇ ସଭାରେ ଥିବା ଆଗଧାଡିର ନେତାଙ୍କୁ କଡା ସମାଲୋଚନା କରିଛନ୍ତି ସୌଭିକ । ତେବେ ସୌଭିକଙ୍କ ନିଶାନାରେ କିଏ ? କେଉଁ ବରିଷ୍ଠ ନେତାଙ୍କୁ ଇଙ୍ଗିତ କରି ଏଭଳି କହିଲେ? ଟାର୍ଗେଟରେ ବବି, ଅରୁଣ, ସଞ୍ଜୟ କି? ସେପଟେ ପ୍ରସଙ୍ଗରେ ତାଳି ପକାଇ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ସୌଭିକ ଅସନ୍ତୁଷ୍ଟ ନାହାନ୍ତି ବରଂ ଦଳକୁ ପରାମର୍ଶ ଦେଇଛନ୍ତି ।

ବିପର୍ଯ୍ୟୟ ପରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢି ବଢି ଚାଲିଛି । କ୍ଷମତାରେ ନଥିବାରୁ ସିଧା ସିଧା ନେତୃତ୍ବ ଧରୁଥିବା ନେତାଙ୍କୁ କରୁଛନ୍ତି ଟାର୍ଗେଟ। କେତେବେଳେ ବରିଷ୍ଠ ତ ଆଉ କେତେବେଳେ ଯୁବ। ଆଉ ଏହାରି ଭିତରେ ଆସନ୍ତାକାଲିଠାରୁ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ନବୀନ । ପ୍ରଥମ ଥର ପାଇଁ ନବୀନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଓଡ଼ିଶା ଛାଡୁଛନ୍ତି । ନିଜ ଅନୁପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ରାଜନୈତିକ ବ୍ୟାପାର କମିଟି ଓ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ତୁଲାଇବେ ବୋଲି ନବୀନ ଘୋଷଣା କରିଛନ୍ତି । ବିଦ୍ରୋହ ବଢୁଥିବାରୁ ନବୀନଙ୍କ ଅନୁପସ୍ଥିତିରେ ଅଡୁଆ ବଢାଇବେନି ତ ଅସନ୍ତୁଷ୍ଟ? ଯଦିଓ ଦଳ ଏଥର କ୍ଷମତାରେ ନାହିଁ ତଥାପି ୨୦୧୨ ମେ ୨୯ ମିଡ୍ ନାଇଟ୍ ଅପରେସନ୍‌କୁ ଭୁଲି ହେବନି । ଦଳ କିନ୍ତୁ କହିଛି ନବୀନ ସ୍ବଳ୍ପ ସମୟ ପାଇଁ ଯାଉଥିବାରୁ କୌଣସି ଅସୁବିଧା କି କୌଣସି ବିଦ୍ରୋହର ଆଶଙ୍କା ନାହିଁ । ଏବେ ଦେଖିବାର କଥା ନବୀନଙ୍କ ଅନୁପସ୍ଥିତିରେ ଦଳ କେମିତି ଆଉ କିପରି ଚାଲୁଛି ।

ଅଧିକ ପଢ଼ନ୍ତୁ: ଏଣିକି ଅନଲାଇନରେ ବୁକିଂ କରିହେବ ଆମ୍ବୁଲାନ୍ସ, ଜାଣନ୍ତୁ କେମିତି...

Odisha Naveen Patnaik BJD
Advertisment
Related Articles
Advertisment