Advertisment

Mamata's Political Stunt: ବିଳିବିଳେଇଲେଣି ମମତା ବାନାର୍ଜୀ, ଦୀଘା ମନ୍ଦିରକୁ କରୁଛନ୍ତି ମୋହରା, ଜଗନ୍ନାଥପ୍ରେମୀଙ୍କ ବିରୋଧ

ପଶ୍ଚିମବଙ୍ଗର ୩୪୧ ବ୍ଲକର ପ୍ରତି ଘରେ ଘରେ ଯେମିତି ଏ ପ୍ରସାଦ ପହଞ୍ଚିବ, ସେଥିପାଇଁ ସରକାରୀ ଭାବେ ରାସନ୍ ଡିଲରଙ୍କୁ ଏ ଦାୟିତ୍ବ ମିଳିଛି। ସେମାନେ ଲୋକଙ୍କ ଦୁଆର ଦୁଆର ବୁଲି ଖୁଆରୁ ପ୍ରସ୍ତୁତ ପେଡ଼ା, ଗଜା ଓ ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ଦେଉଛନ୍ତି। ରାଜ୍ୟର ପ୍ରତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ଏହାକୁ ଭେଟି ବୋଲି ଜଣାଇ ଦିଆଯାଉଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
politics

politics

୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ପଲିଟିକାଲ ଷ୍ଟଣ୍ଟ୍। ବିଜେପିର ହିନ୍ଦୁତ୍ବ କାର୍ଡକୁ କଡ଼ା କାଉଣ୍ଟର ଦେବାକୁ ଦୀଘାର ଜଗନ୍ନାଥ ମନ୍ଦିରକୁ ମୋହରା କରିଛନ୍ତି ମମତା। ଆସନ୍ତା ନିର୍ବାଚନ ପୂର୍ବରୁ ମମତା ତାଙ୍କ ହିନ୍ଦୁତ୍ବ ବିରୋଧୀ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବାକୁ ଆରମ୍ଭ କରିଛନ୍ତି ବଡ଼ ଯୋଜନା। ଯାହାକୁ ରାଜନୈତିକ ମହଲରେ ପ୍ରସାଦ ପଲିଟିକ୍ସ ବୋଲି କୁହାଯାଉଛି।

Advertisment

ପଶ୍ଚିମବଙ୍ଗ ଦୀଘାରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ଏହାକୁ ଜଗନ୍ନାଥ ଧାମ ବୋଲି ଅଭିହିତ କରିବାକୁ ଚେଷ୍ଟା କରିଥିଲେ ମମତା। ତେବେ ଏହାକୁ ଓଡ଼ିଶା ସମେତ ସାରା ବିଶ୍ବରେ ତୀବ୍ର ବିରୋଧ ପରେ ଏଯାଏଁ ଧାମ ଶବ୍ଦର ବ୍ୟବହାରକୁ ନେଇ ବିବାଦ ଶେଷ ହୋଇନି। ଏହାରି ଭିତରେ ମମତା ପୂରା ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆରମ୍ଭ କରିଛନ୍ତି ମହାପ୍ରସାଦ ଯୋଜନା। ଏହି ଯୋଜନାରେ ଦୀଘା ମନ୍ଦିରରେ ଭୋଗ ଲାଗି ହୋଇଥିବା ୩୦୦ କିଲୋଗ୍ରାମ ଖୁଆକୁ ପଶ୍ଚିମବଙ୍ଗର ପ୍ରତି ଘରେ ମହାପ୍ରସାଦ ଭାବେ ପହଞ୍ଚାଇବାକୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି।

ଏଥିପାଇଁ ଗତ ୧୦ ତାରିଖରେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସିଥିଲା ୩୦୦ କିଲୋଗ୍ରାମ ଓଜନର ଖୁଆ। ଏହାକୁ ଦୀଘା ମନ୍ଦିରରେ ପୂଜା କରାଯିବା ପରେ ଫ୍ରିଜର ମାଧ୍ୟମରେ ୨୩ଟି ଯାକ ଜିଲ୍ଲାକୁ ପ୍ୟାକେଟ୍ କରି ପଠାଇ ଦିଆଯାଇଛି। ରାଜ୍ୟର ୨୩ଟି ଜିଲ୍ଲାର ପ୍ରତି ପରିବାରରେ ଏହି ପ୍ରସାଦ ପହଞ୍ଚାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜୁନ୍ ୧୭ରୁ ଆରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମ ଜୁନ୍ ୨୭ ତାରିଖ ରଥଯାତ୍ରା ଦିନ ଶେଷ ହେବାକୁ ଯାଉଛି। ପଶ୍ଚିମବଙ୍ଗର ୩୪୧ ବ୍ଲକର ପ୍ରତି ଘରେ ଘରେ ଯେମିତି ଏ ପ୍ରସାଦ ପହଞ୍ଚିବ, ସେଥିପାଇଁ ସରକାରୀ ଭାବେ ରାସନ୍ ଡିଲରଙ୍କୁ ଏ ଦାୟିତ୍ବ ମିଳିଛି। ସେମାନେ ଲୋକଙ୍କ ଦୁଆର ଦୁଆର ବୁଲି ଖୁଆରୁ ପ୍ରସ୍ତୁତ ପେଡ଼ା, ଗଜା ଓ ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ଦେଉଛନ୍ତି। ରାଜ୍ୟର ପ୍ରତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ଏହାକୁ ଭେଟି ବୋଲି ଜଣାଇ ଦିଆଯାଉଛି। 'ଦୁଆରେ ରାସନ'ର ନାରା ଦେଇ ଜଗନ୍ନାଥଙ୍କ ପ୍ରସାଦକୁ ସମସ୍ତଙ୍କ ନିକଟରେ ପହଞ୍ଚାଉଛନ୍ତି ମମତା।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ସଂସ୍କୃତିକୁ ନେଇ କାହିଁକି ଖେଳୁଛନ୍ତି ଦିଦି ? ହେବ କି ଓଡ଼ିଶା ମନା ?

ତେବେ ସରକାରୀ ବିଧି ବ୍ୟବସ୍ଥା ଭିତରେ ଏଭଳି ଏକ ବିଶାଳ ସାମୂହିକ ଓ ଧାର୍ମିକ ପଦକ୍ଷେପ ନେବା ପଛରେ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟ କଣ ? ରାଜ୍ୟବାସୀଙ୍କୁ ହଠାତ ଜଗନ୍ନାଥଙ୍କ ମହାପ୍ରସାଦ ନାଁରେ ପେଡ଼ା ଓ ଗଜା ପଠାଇ କିଛି ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ଏଭଳି ଯୋଜନା ରଚିଛନ୍ତି କି ଦିଦି ? ଏହାକୁ ନେଇ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା । କୁହାଯାଉଛି, ଲଗାତର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତାଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ବଢୁଛି ସରକାର ବିରୋଧୀ ହ୍ବାୱା। ସେପଟେ ବିରୋଧୀ ବିଜେପି ସକ୍ରିୟ ଭୂମିକା ନେଇ ମମତାଙ୍କୁ ଗାଦିରୁ କ୍ଷମତାଚ୍ୟୁତ କରି ଆଉ ଚତୁର୍ଥ ଥର ପାଇଁ ସୁଯୋଗ ନଦେବାକୁ ପଣ କରିଛି ।

ଏବେ ବିଜେପିର ହିନ୍ଦୁତ୍ବ କାର୍ଡକୁ କଡ଼ା କାଉଣ୍ଟର ପାଇଁ ମମତାଙ୍କର ଏହା ବଡ଼ ଚାଲ ହୋଇଥାଇପାରେ। କାରଣ ମମତାଙ୍କ ମନରେ ଏବେ ଛନକା ପଶିଛି । ଆସନ୍ତା ନିର୍ବାଚନ ସେ କେମିତି ପାରିହେବେ, ସେ ନେଇ ଚିନ୍ତାରେ ପଡିଛନ୍ତି । ଏହା ପୂର୍ବରୁ ମମତାଙ୍କ ଉପରେ ଏକାଧିକ ବାର ହିନ୍ଦୁ ବିରୋଧୀ ଟ୍ୟାଗ୍ ଲାଗିସାରିଛି । ସେ ଏହି ମହାପ୍ରସାଦ ଯୋଜନାରେ ତାଙ୍କ ଭାବମୂର୍ତ୍ତିରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି କୁହାଯାଉଛି। ଯାହାକୁ ଧାର୍ମିକ କାର୍ଯ୍ୟ ନାଁରେ ରାଜନୈତିକ ଲକ୍ଷ୍ୟ ପୂରଣରେ ଏକ ବଡ଼ ଥୋପ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସାଧାରଣତଃ ବଙ୍ଗଳା ଭାଷାଭାଷୀ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ମାନନ୍ତି । ନିଜର ଦେବତା ବୋଲି ମାନନ୍ତି । ତେଣୁ ଜଗନ୍ନାଥଙ୍କୁ ନେଇ ସେ ଏବେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । କାରଣ ତାଙ୍କର ହିନ୍ଦୁ ବିରୋଧୀ ଆଭିମୁଖ୍ୟ ଆଗରୁ ପଦାରେ ପଡିଯାଇଛି । ତେଣୁ ଜଗନ୍ନାଥଙ୍କ ନାଁରେ ସେ ଏବେ ପଲିଟିକାଲ୍ ଗେମ୍ ଖେଳୁଥିବା ଅଭିଯୋଗ ହୋଇଛି ।

ମମତା ବାନାର୍ଜୀଙ୍କ ଏପରି କାର୍ଯ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି, ମମତା ଲୋକଙ୍କୁ ଭ୍ରମିତ କରୁଛନ୍ତି । ଦୀଘାକୁ ଜଗନ୍ନାଥ ଧାମ କହିବା ସଂପୂର୍ଣ୍ଣ ଭାବେ ଭୁଲ୍ । ସେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଥିବାର ସେ ଅଭିଯୋଗ କରିଛନ୍ତି । ଏହା ପଛରେ ଷଡଯନ୍ତ୍ର ଥିବାର ମଧ୍ୟ ସେ ଆରୋପ କରିଛନ୍ତି । ମହାପ୍ରସାଦ କାହାକୁ କୁହନ୍ତି, କେମିତି ମହାପ୍ରସାଦ ହୁଏ, ତାହା ମମତା ଜାଣିନାହାନ୍ତି । ଏହା ଓଡିଶା ଲୋକଙ୍କ ପାଇଁ କଷ୍ଟଦାୟକ ବୋଲି କହିଛନ୍ତି ସୁଦର୍ଶନ । ଇସ୍କନ ପୁରୀରେ ଏକ ବଡ଼ ଜଗନ୍ନାଥ ମନ୍ଦିର କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସଫଳ ନହେବାରୁ ପଶ୍ଚିମବଙ୍ଗରେ ମମତାଙ୍କ ସହ ମିଶି ଏପରି କରୁଥିବାର କହିଛନ୍ତି ସୁଦର୍ଶନ । ଏ ସଂପର୍କରେ ଇସ୍କନର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ଇସ୍କନ ଧରାଇଦେଲା ଦିଦିଙ୍କ ମିଛ; କହିଲା, ଦୀଘାକୁ ଧାମ ନାଁ ଦେବା ମମତା ସରକାରର ନିଷ୍ପତ୍ତି

Mamata Banerjee CM Mamata Banerjee TMC Vs BJP CM Mamata Jagannath Puja Digha
Advertisment
Advertisment